Amazing Railway Station: ଇଞ୍ଜିନ ରହେ ଗୋଟିଏ ରାଜ୍ୟରେ, ଡବା ରୁହେ ଅନ୍ୟ ଏକ ରାଜ୍ୟରେ
Advertisement

Amazing Railway Station: ଇଞ୍ଜିନ ରହେ ଗୋଟିଏ ରାଜ୍ୟରେ, ଡବା ରୁହେ ଅନ୍ୟ ଏକ ରାଜ୍ୟରେ

ଏଠାରେ ରହୁଥିବା ଟ୍ରେନ ଇଞ୍ଜିନ୍ ଗୋଟିଏ ରାଜ୍ୟରେ ଏବଂ ଡବା ଅନ୍ୟ ଏକ ରାଜ୍ୟରେ ଛିଡା ହୋଇଥାଏ। ଏହି ରେଳ ଷ୍ଟେସନର ଦୁଇ ପଟେ ଉଭୟ ରାଜ୍ୟର ନାମଫଳକ ଲଗାଯାଇଛି।

Amazing Railway Station: ଇଞ୍ଜିନ ରହେ ଗୋଟିଏ ରାଜ୍ୟରେ, ଡବା ରୁହେ ଅନ୍ୟ ଏକ ରାଜ୍ୟରେ

ନୂଆଦିଲ୍ଲୀ: ଯାତ୍ରୀ ତଥା ମାଲ ପରିବହନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ରେଳ। ହେଲେ ଦେଶରେ ଏପରି ଅନେକ ରେଳଷ୍ଟେସନ ରହିଛି ଯାହାର ଅବସ୍ଥିତି ଅନ୍ୟ ଷ୍ଟେସନ ଅପେକ୍ଷା ଭିନ୍ନ। ଏହାର କାରଣ ହେଉଛି ଏପରି ରେଳ ଷ୍ଟେସନର ଭୌଗୋଳିକ ଅବସ୍ଥିତି। ପାହାଡ଼ ଠାରୁ ଆରମ୍ଭ କରି ସମୁଦ୍ରକୂଳ ପର୍ଯ୍ୟନ୍ତ ଦେଶର ସବୁ ଅଞ୍ଚଳକୁ ରହିଛି ରେଳସେବା ସୁବିଧା।

ଦେଶରେ ଯେତିକି ରେଳ ଷ୍ଟେସନ ରହିଛି ତାହା କୌଣସି ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତି। ହେଲେ କ'ଣ ଆପଣ ଜାଣିଛନ୍ତି ଦେଶରେ ଏପରି ଏକ ରେଳ ଷ୍ଟେସନ (Indian Railway Station) ରହିଛି ଯାହା ୨ ରାଜ୍ୟର ସୀମାରେ ଅବସ୍ଥିତ। ଏହାର ଅବସ୍ଥିତି ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗରେ (Delhi-Mumbai Railway Line) ରହିଛି। ଯାହାର ନାଁ ହେଉଛି ଭବାନୀ ମଣ୍ଡି (Bhawani Mandi Railway Station)।  ଯାହା ଝାଲୱାଡା ଜିଲ୍ଲା (Jhalawar Dist) ଏବଂ କୋଟା ରେଳ ଡିଭିଜନ (Kota Railway Division) ବିଭାଗରେ ଆସିଥାଏ। ଏହି ରେଳ ଷ୍ଟେସନ ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାରେ (Rajasthan-Madhya Pradesh Border) ଅବସ୍ଥିତ।

Also Read: ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା

ଭବାନୀ ମଣ୍ଡି ରେଳ ଷ୍ଟେସନର ଅବସ୍ଥିତି କଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ହେଲେ ଏହା ସମ୍ପୂର୍ଣ୍ଣ ସତ। ଏଠାରେ ରହୁଥିବା ଟ୍ରେନ ଇଞ୍ଜିନ୍ ଗୋଟିଏ ରାଜ୍ୟରେ ଏବଂ ଡବା ଅନ୍ୟ ଏକ ରାଜ୍ୟରେ ଛିଡା ହୋଇଥାଏ। ଏହି ରେଳ ଷ୍ଟେସନର ଗୋଟିଏ ପଟେ ରାଜସ୍ଥାନ ଏବଂ ଅନ୍ୟପଟେ ମଧ୍ୟପ୍ରଦେଶ ରାଜ୍ୟର ନାମଫଳକ ଲଗାଯାଇଛି।

ଯେତେବେଳେ ଏହି ଷ୍ଟେସନ ଠାରେ କୌଣସି ଟ୍ରେନ୍ ଅଟକିଥାଏ ସେତେବେଳେ ଏହା ଇଞ୍ଜିନ ଆଉ ଡବା ଯଥାକ୍ରମେ ମଧ୍ୟପ୍ରଦେଶ-ରାଜସ୍ଥାନ ସୀମାରେ ରହିଥାଏ। ଦୁଇ ରାଜ୍ୟର ସୀମାରେ ଅବସ୍ଥିତ ଏହି ଅନନ୍ୟ ରେଳ ଷ୍ଟେସନର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଅନେକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର। 

ଯଦିଓ ଏଠାରେ ରହୁଥିବା ଲୋକେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ସରକାରୀ ଦସ୍ତାବିଜରେ ନିଜ ଡାକ ଠିକଣା ମଧ୍ୟପ୍ରଦେଶ ଭୌସଁନ୍ଦାମଣ୍ଡି ବୋଲି ଦର୍ଶାଇଥାନ୍ତି ହେଲେ ସେମାନଙ୍କର ଅନେକ ଦୈନନ୍ଦିନ କାର୍ଯ୍ୟ ଏହି ଷ୍ଟେସନ ଉପରେ ନିର୍ଭର କରିଥାଏ। ଏହି କାରଣରୁ ଏଠାରେ ଉଭୟ ରାଜ୍ୟର ସାଂସ୍କୃତିକ ଝଲକ ଏଠାରେ ଦେଖିବାକୁ ମିଳିଥାଏ। 

Also Read: ରେଳଯାତ୍ରା ବେଳେ ନେଇପାରିବେ ନାହିଁ ଏପରି ଜିନିଷ; ନହେଲେ ହୋଇପାରନ୍ତି ଦଣ୍ଡିତ

ଯାତ୍ରା କରିବା ଏଠାରୁ ରେଳ ଟିକେଟ ନେଉଥିବା ଲୋକ ଏଠାରେ ଅବସ୍ଥିତ ପ୍ଲାଟଫର୍ମର ରାଜସ୍ଥାନ ଭାଗରେ ଛିଡା଼ ହୋଇଥାନ୍ତି ଏବଂ ଟିକେଟ ପ୍ରଦାନ କରୁଥିବା ରେଳ କର୍ମଚାରୀ ମଧ୍ୟ ପ୍ରଦେଶ ସୀମାରେ ବସିଥାନ୍ତି। ଏଠାକୁ ଆସୁଥିବା ସମସ୍ତ ଟ୍ରେନ୍ ଏକ ସମୟରେ ଉଭୟ ରାଜ୍ୟର ସୀମାରେ ରେଳ ଧାରଣାରେ ଛିଡା ହୋଇଥାଏ। ଏଠାରେ ଅବସ୍ଥିତ ଘରର କବାଟ ଯଦି ଧ୍ୟପ୍ରଦେଶ ଭୌସଁନ୍ଦାମଣ୍ଡି ଆଡକୁ ଖୋଲିଥାଏ ତାହେଲେ ଘରର ଦ୍ୱାର ଝାଲୱାଡା ଭବାନୀ ମଣ୍ଡି ପଟକୁ ଖୋଲିଥାଏ। 

fallback

ସୁଖ୍ୟାତି ସହ କୁଖ୍ୟାତି ପାଇଁ ବିବାଦ ଘେରରେ ରହିଛି ଉଭୟ ରାଜସ୍ଥାନ-ମଧ୍ୟପ୍ରଦେଶ ରାଜ୍ୟର ସୀମାରେ ଅବସ୍ଥିତ ଭବାନୀ ମଣ୍ଡି ରେଳଷ୍ଟେସନ। ଏଠାରୁ ନିଶା ଜାତୀୟ ଦ୍ରବ୍ୟ ଚୋରାଚାଲାଣ କରାଯାଇଥାଏ। ସୀମାରେ ଅବସ୍ଥିତି ଥିବାରୁ ଡ୍ରଗ୍ସ ଚୋରା କାରବାର ପାଇଁ ମଧ୍ୟ ଏହି ସ୍ଥାନ ପ୍ରସିଦ୍ଧ। ଡ୍ରଗ୍ ଡିଲର ଏବଂ ଡ୍ରଗ୍ ଚୋରା ଚାଲାଣକାରୀ ପ୍ରାୟତଃ ଏହି ଷ୍ଚେସନର ଭୌଗୋଳିକ ଉପସ୍ଥିତିର ଫାଇଦା ଉଠାଇଥାନ୍ତି। ଯାହାର ଅର୍ଥ ହେଉଛି ଯଦି ସେମାନେ ମଧ୍ୟପ୍ରଦେଶ ସୀମାରେ ଅପରାଧ କରନ୍ତି ତାହେଲେ ନିଜକୁ ବଞ୍ଚଇବା ପାଇଁ ସେମାନେ ରାଜସ୍ଥାନ ପଟକୁ ଚାଲିଯାନ୍ତି କିମ୍ବା ରାଜସ୍ଥାନ ସୀମାରେ ଅପରାଧ କରିବା ପରେ ମଧ୍ୟପ୍ରଦେଶ ସୀମାକୁ ଚାଲିଆସନ୍ତି। ଏହି କାରଣରୁ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥାଏ।

Also Read: ରେଳଯାତ୍ରା ବେଳେ ନେଇପାରିବେ ନାହିଁ ଏପରି ଜିନିଷ; ନହେଲେ ହୋଇପାରନ୍ତି ଦଣ୍ଡିତ

ଉଭୟ ସୁଖ୍ୟାତି ତଥା କୁଖ୍ୟାତି ପାଇଁ ଚର୍ଚ୍ଚାରେ ଥିବା ଭବାନୀ ମଣ୍ଡି ରେଳଷ୍ଟେସନକୁ ନେଇ ଗତ ୨୦୧୮ ବର୍ଷରେ ଏହା ଉପରେ ଏକ ବଲିଉଡ କମେଡି ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି। ଯାହାର ନାଁ 'ଭବାନୀ ମଣ୍ଡି ଟେସନ' (Bhawani Mandi Tesan)।