• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଗୌରୀ ଗଣେଶ ପୂଜା ସହ ଅଯୋଧ୍ୟାରେ ଭୂମି ପୂଜନ ଆରମ୍ଭ

ଗୌରୀ ଗଣେଶ ପୂଜା ସହ ଅଯୋଧ୍ୟାରେ ଆରମ୍ଭ ହୋଇଯାଇଛି ଭୂମି ପୂଜନ।                      

ଗୌରୀ ଗଣେଶ ପୂଜା ସହ ଅଯୋଧ୍ୟାରେ ଭୂମି ପୂଜନ ଆରମ୍ଭ

ଅଯୋଧ୍ୟା: ଚଳିତ ମାସ ୫ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଲାଗି ଭୂମି ପୂଜନ। ଏହା ପୂର୍ବରୁ ପୂର୍ବ ରୀତିନୀତି ଅନୁସାରେ ସୋମବାର(ଅଗଷ୍ଟ ୩, ୨୦୨୦) ଗୌରୀ ଗଣେଷ ପୂଜା କରାଯିବା ସହ ଧର୍ମ ନଗରୀ ଅଯୋଧ୍ୟାରେ ଭୂମି ପୂଜନ ଆରମ୍ଭ ହୋଇଯାଇଛି। 

ପ୍ରାୟ ୩ ଦିନ ଧରି ଚାଲିବାକୁ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୫ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହେବାକୁ ଥିବା ଭୂମି ପୂଜନ ସହ ଶେଷ ହେବ। ହିନ୍ଦୁ ଧର୍ମରେ ଗଣେଶ ପୂଜାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଭଗବାନ ଗଣେଶ ହିନ୍ଦୁ ଧର୍ମରେ ଅଗ୍ରପୂଜ୍ୟ ଭାବେ ପରିଚିତ। କାରଣ କୌଣସି ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯିବା ପୂର୍ବରୁ ସର୍ବପ୍ରଥମେ ଗଣେଶଙ୍କ ଆରାଧନା କରାଯାଇଥାଏ। 
     
ସୋମବାର ସକାଳ ୮ଟା ବେଳେ ୧୧ ଜଣ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଗୌରୀ ଗଣେଶ ପୂଜା ଆରମ୍ଭ ହୋଇଯାଇଛି। ଯାହାକୁ କାଶୀ, କାଞ୍ଚି ଏବଂ ଦିଲ୍ଲୀରୁ ଆସିଥିବା ପୁରୋହିତଙ୍କ ଦ୍ୱାରା କରାଯାଇଛି। ଅନ୍ୟପଟେ ଦେଶରେ ବିଭିନ୍ନ ଭାଗରେ ଅବସ୍ଥିତ ଥିବା ମନ୍ଦିରରେ ରାମାୟଣ ପାଠ କରାଯାଇଛି। 

ବୁଧବାର ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବ୍ୟକ୍ତିତ୍ୱ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପ୍ରମୁଖ କର୍ମକର୍ତ୍ତା, କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ପ୍ରମୁଖ ଯୋଗଦେବେ ।