ରାମ ମନ୍ଦିର ଭୂମି ପୂଜନ; ନିର୍ମାଣ ପୂର୍ବରୁ କରାଯିବ ୧.୨୫ ଲକ୍ଷ ଥର ଶଙ୍ଖନାଦ
Advertisement

ରାମ ମନ୍ଦିର ଭୂମି ପୂଜନ; ନିର୍ମାଣ ପୂର୍ବରୁ କରାଯିବ ୧.୨୫ ଲକ୍ଷ ଥର ଶଙ୍ଖନାଦ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପୂର୍ବରୁ ୧.୨୫ ଲକ୍ଷ ଥର ଶଙ୍ଖନାଦ କରାଯିବାକୁ ଯୋଜନା ରହିଛି।          

ରାମ ମନ୍ଦିର ଭୂମି ପୂଜନ; ନିର୍ମାଣ ପୂର୍ବରୁ କରାଯିବ ୧.୨୫ ଲକ୍ଷ ଥର ଶଙ୍ଖନାଦ

ଅଯୋଧ୍ୟା: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଏଥିଲାଗି ଚଳିତ ମାସ ୫ ତାରିଖରେ ହେବାକୁ ଯାଉଛି ଭୂମି ପୂଜନ। ସୋମବାର(ଅଗଷ୍ଟ୩, ୨୦୨୦) ଗଣେଶ ପୂଜା ସହ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଯାହା ଲଗାତାର ଭାବେ ୩ ଦିନ ଧରି ଚାଲିବ। ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ବରୁ ଅଯୋଧ୍ୟାରେ ୧.୨୫ ଲକ୍ଷ ଥର ଶଙ୍ଖନାଦ କରିବାକୁ ଯୋଜନା ରଖାଯାଇଛି।                 
 
ଅଗଷ୍ଟ ୫ ତାରିଖ ଅର୍ଥାତ ଆସନ୍ତା ବୁଧବାର ଅଭିଜିତ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଭୂମି ପୂଜନ କରିବେ। ଅଯୋଧ୍ୟା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେବଳ ରାମ ମନ୍ଦିର ଭୂମି ପୂଜନ, ହନୁମାନଗଢୀ ଏବଂ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବେ। ଏହି ଅବସରରେ ସେ କୌଣସି ପରିଯୋଜନାର ଲୋକାର୍ପଣ କରିବେ ନାହିଁ।                 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଆୟୋଜକଙ୍କ ନିମନ୍ତ୍ରଣ କ୍ରମେ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୫ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଅଭିଜିତ ମୁହୂର୍ତ୍ତରେ  ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଭୂମି ପୂଜନ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଅଯୋଧ୍ୟାକୁ ଆସୁଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ପ୍ରଭୁ ରାମଲାଲାଙ୍କୁ ଯେଉଁ ପୋଷାକରେ ସୁସଜ୍ଜିତ କରାଯିବ ତାହାର ରଙ୍ଗ ସବୁଜ ଏବଂ କେଶରୀ ହେବ। ନବରତ୍ନ ପୋଷାକ ବହୁତ ସୁନ୍ଦର ଏବଂ ଭବ୍ୟ।  ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ବୁଧବାର ହେଉଛି ଭଗବାନ ଗଣେଶଙ୍କ ବାର, ଏବଂ ସେ ସବୁଜ ରଙ୍ଗକୁ ପସନ୍ଦ କରିଥାନ୍ତି। ସେଥିପାଇଁ ରାମଲାଲାଙ୍କ ଲାଗି ସବୁଜ କପଡା ପ୍ରସ୍ତୁତ କରାଯିବ ।