• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଅଗଷ୍ଟ ୫ରେ ଭୂମି ପୂଜନ, ପ୍ରସ୍ତୁତିର ସମୀକ୍ଷା କରିବାକୁ ଅଯୋଧ୍ୟାରେ ସିଏମ ଯୋଗୀ

ଭୂମି ପୂଜନ ସମାରୋହ ଲାଗି ପ୍ରସ୍ତୁତି କିପରି କରାଯାଇଛି, ତାହାର ସମୀକ୍ଷା କରିବାକୁ ଅଯୋଧ୍ୟାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।     

ଅଗଷ୍ଟ ୫ରେ ଭୂମି ପୂଜନ, ପ୍ରସ୍ତୁତିର ସମୀକ୍ଷା କରିବାକୁ ଅଯୋଧ୍ୟାରେ ସିଏମ ଯୋଗୀ

ଲକ୍ଷ୍ନୌ: ଆଉ ଦୁଇ ଦିନ ପରେ ଅର୍ଥାତ ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଭୂମି ପୂଜନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମାରୋହ ଲାଗି  ପ୍ରସ୍ତୁତି କିପରି ଚାଲିଛି ତାହାର ସମୀକ୍ଷା କରିବାକୁ ଧର୍ମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।                  

ଅଯୋଧ୍ୟା ଯାତ୍ରା ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟଙ୍କ ସହିତ ବୈଠକ କରିବା ସହ ଭୂମି ପୂଜନ ସମ୍ପର୍କରେ ବିସ୍ତୃତ ଖବର ନେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ଏହା ସହିତ ସିଏମ ଯୋଗୀ ସ୍ଥାନୀୟ ଜନ ପ୍ରତିନିଧି, ଅଧିକାରୀ ସହ ମଧ୍ୟ ବୈଠକ କରିବା ସହ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବେ।

ଏହା ପରେ ସିଏମ ଯୋଗୀ ଅଯୋଧ୍ୟାସ୍ଥିତ ସାକେତ କଲେଜରେରେ ଅପରାହ୍ନ ୩ଟା ୫୦ ମିନିଟରେ ପହଞ୍ଚି ସେଠାକାର ବ୍ୟବସ୍ଥା ଦେଖିବେ। ଏହି ଡିଗ୍ରୀ କଲେଜରେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ଦୃଷ୍ଟିରେ ରଖି ହେଲିପ୍ୟାଡ ନିର୍ମାଣ କରାଯାଇଛି। ଏହା ପରେ ଅପରାହ୍ନ ୪ଟାରେ ସିଏମ ଯୋଗୀ ସାକେତରୁ ହନୁମାନଗଢି ଅଭିମୁଖେ ଯାତ୍ରା କରିବେ। ଅଯୋଧ୍ୟାର ପ୍ରସିଦ୍ଧ ହନୁମାନ ମନ୍ଦିରରେ ବଜରଙ୍ଗବାଲୀଙ୍କୁ ଦେଖିବା ସହିତ ସେ ଏଠାକାର ପ୍ରସ୍ତୁତି ବାବଦରେ ତଦାରଖ କରିବେ। ସିଏମ ଯୋଗୀ ଅଯୋଧ୍ୟାରେ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ରହିବେ। ଏହା ପରେ ମୁଖ୍ୟମନ୍ତ୍ରୀ ରାଜଧାନୀ ଲକ୍ଷ୍ନୌକୁ ପ୍ରତ୍ୟାବର୍ତ୍ତନ କରିବେ।