ଦେଶର ପ୍ରତିଷ୍ଠିତ ତଥା ପୁରାତନ ଶିକ୍ଷାନୁଷ୍ଠାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗରେ ଅତିଥି ଶିକ୍ଷକଙ୍କ ପଦବୀ ଖାଲି ପଡିଛି। ଆଉ ଏହି ପଦବୀ ପାଇଁ ବିଶ୍ୱବିଦ୍ୟାଳୟ ଶୀଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ପତ୍ନୀ ନିତା ଅମ୍ବାନୀଙ୍କୁ ଚୟନ କରିଛନ୍ତି। ଏନେଇ Reliance Foundationକୁ ପ୍ରସ୍ତାବ ଦିଆଯାଇଛି।
Trending Photos
ଲକ୍ଷ୍ନୌ: ବଶ୍ୱବିଦ୍ୟାଳୟରେ ପାଠ ପଢାଇବେ ଶିଳ୍ପପତିଙ୍କ ପତ୍ନୀ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗେଷ୍ଟ ଫେକଲ୍ଚି ପାଇଁ ଦେଶର ୩ ଜଣ ବିଶିଷ୍ଟ ଶିଳ୍ପପତିଙ୍କ ପତ୍ନୀଙ୍କୁ ପ୍ରସ୍ତାବ ଦିଆଯାଇଛି। ବିଶ୍ୱବିଦ୍ୟାଳୟର ଏହି ନିଷ୍ପତ୍ତି ବିରୁଦ୍ଧରେ ବୁଧବାର ଛାତ୍ରଛାତ୍ରୀମାନେ କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଦେଶର ପ୍ରତିଷ୍ଠିତ ତଥା ପୁରାତନ ଶିକ୍ଷାନୁଷ୍ଠାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗରେ ଅତିଥି ଶିକ୍ଷକଙ୍କ ପଦବୀ ଖାଲି ପଡିଛି। ଆଉ ଏହି ପଦବୀ ପାଇଁ ବିଶ୍ୱବିଦ୍ୟାଳୟ ଶୀଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ପତ୍ନୀ ନିତା ଅମ୍ବାନୀଙ୍କୁ ଚୟନ କରିଛନ୍ତି। ଏନେଇ Reliance Foundationକୁ ପ୍ରସ୍ତାବ ଦିଆଯାଇଛି।
Also Read: MiG-21 ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (Banaras Hindu University) ର କହିବାଅନୁସାରେ ସାମାଜିକ ବିଜ୍ଞାନ (Social Sciences) ବିଭାଗର Women Study Centreରେ ଅତିଥି ଶକ୍ଷକ ବା visiting professor ପାଇଁ ନିତା ଅମ୍ବାନୀ (Nita Ambani) ଙ୍କୁ ପ୍ରସ୍ତାବ ଦିଆଯାଇଛି। ନିତାଙ୍କ ବ୍ୟତୀତ ଗୌତମ ଆଦାନୀ (Gautan Adani) ଙ୍କ ପତ୍ନୀ ପ୍ରିତି ଓ ଲକ୍ଷ୍ମୀ ମିତ୍ତଲ (Lakshmi Mittal) ଙ୍କ ପତ୍ନୀ ଉଷାଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି।
ଦୀର୍ଘ ଦୁଇ ଦଶନ୍ଧି ପୂର୍ବେ ବିଶ୍ୱବିଦ୍ୟାଳୟରେ Women Study Centreର ସ୍ଥାପନା କରାଯାଇଥିଲେ। ସେବେଠାରୁ ସ୍ନାତକ ଓ ସ୍ନାତକୋତର କୋର୍ସରେ ଛାତ୍ରୀଙ୍କୁ ସଶକ୍ତ ଓ ଗବେଷଣା କରିବା ପାଇଁ ସଫଳ ମହିଳାଙ୍କୁ visiting professor ଭାବେ ନିଯୁକ୍ତ କରାଯାଉଛି। ଆଉ ଏଥିପାଇଁ ନିତା ଅମ୍ବାନୀଙ୍କୁ ପ୍ରସ୍ତାବ ଦେଇ BHUର ନିଜର ପରମ୍ପରା ରକ୍ଷା କରିଛି। ମହିଳାଙ୍କ ବିକାଶ କ୍ଷେତ୍ରରେ ରିଲାଏନ୍ସର ଅନେକ ଭୂମିକା ରହିଛି ବୋଲି Social Sciences Faculty ଡିନ କୌଶଲ କିଶୋର ମିଶ୍ର କହିଛନ୍ତି।
Also Read: ମଝି ଆକାଶରେ ଜନ୍ମ ନେଲା ଶିଶୁକନ୍ୟା, ସାହାଯ୍ୟ କଲେ ଇଣ୍ଡିଗୋ କ୍ରୁ ମେମ୍ୱର
ସେପଟେ ବଶ୍ୱବିଦ୍ୟାଳୟର ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି। ସେଥିପାଇଁ ବୁଧବାର କୂଳପତି ରାକେଶ ଭଟନାଗରଙ୍କ କାଯ୍ୟାଳୟ ସମ୍ମୁଖରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଧାରଣା ଦେବା ସହ ଏକ ଦାବି ପତ୍ର ଦେଇଛନ୍ତି। ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ କହିବା ହେଲା, ଏହା ଏକ ଷଡଯନ୍ତ୍ର! ନିତା ଆମ୍ବାନୀ ଆମ ପ୍ରେରଣା ନୁହନ୍ତି। ତେଣୁ ଏଭଳି କୋଟିପତିଙ୍କ ପତ୍ନୀଙ୍କୁ ପ୍ରଫେରସର କରାଇବା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। ଯଦି ମହିଳା ସଶକ୍ତିକରଣ କରିବାର ଅଛି ତେବେ, ମେରୀ କମ୍, ଅରୁଣିମା ସିନ୍ହା, କିରଣ ବେଦୀ ପରି ଆଇକନଙ୍କୁ ଏଥିରେ ସାମିଲ କରାଯାଉ।
ବିରୋଧ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତି ରାକେଶ ଭଟନାଗର (Vice-Chancellor Bhatnagar) ନିଜର ମୁହଁ ଖୋଲିଛନ୍ତି। ନିତା ଅମ୍ବାନୀଙ୍କୁ visiting professor ପଦବୀ ପାଇଁ ଦିଆଯାଇଥିବା ପ୍ରସ୍ତାବ ବିଷୟରେ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି। ତେବେ କୂଳପତିଙ୍କ ଏହି ବୟାନ ପରେ BHU ପରିଚାଳନା ପଦ୍ଧତିକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କୂଳପତିଙ୍କୁ ନ ଜଣାଇ ରିଲାଏନ୍ସକୁ କିପରି ଚିଠି ଲେଖାଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।