ଅଙ୍ଗଦାନ ନେଇ ଘୋଷଣା କଲେ 'ବିଗ୍ ବି'
Advertisement

ଅଙ୍ଗଦାନ ନେଇ ଘୋଷଣା କଲେ 'ବିଗ୍ ବି'

ଏହି ଟୁଇଟ୍ ପରେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କୁ ମିଳିଛି ଢେର ପ୍ରଶଂସା । 

 ଅଙ୍ଗଦାନ ନେଇ ଘୋଷଣା କଲେ 'ବିଗ୍ ବି'

ନୂଆଦିଲ୍ଲୀ: ବଲିଉଡ ବାଦସାହା ତଥା ସୁପରଷ୍ଟାର ଅମିତାଭ ବଚ୍ଚନ (Superstar Amitabh Bachchan) ତାଙ୍କ ସୋ 'କୌନ ବନେଗା କରୋଡ଼ପତି' ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ହେଲେ ଏହା ମଧ୍ୟରେ ଅମିତାଭ ବଚ୍ଚନ ଟ୍ୱିଟରରେ ଏମିତି କିଛି ସେୟାର କରିଛନ୍ତି, ଯେଉଁ କାରଣରୁ ଲୋକେ ତାଙ୍କ ନିକଟକୁ ପ୍ରଶଂସାର ସେତୁ ନିର୍ମାଣ କରୁଛନ୍ତି । ପ୍ରତ୍ୟେକ ଥର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଦେଶରେ କୌଣସି କଷ୍ଟଦାୟକ ସମୟ ଆସିବା ପରେ ବିଗ୍ ବି ଯୋଗଦାନ କରିଥାନ୍ତି।  

କେତେବେଳେ କୃଷକଙ୍କ ଋଣ ପରିଶୋଧ ଏବଂ ବେଳେବେଳେ କୋଟି ଟଙ୍କା ଦାନ । ହେଲେ ଏଥର ମେଗାଷ୍ଟାର ଏକ ମହତ୍ତ୍ୱପୂର୍ଣ୍ଣ କାମ କରି ଲୋକଙ୍କ ହୃଦୟ ଜିତିଲା ଭଳି ସନ୍ଦେଶ ଦେଇଛନ୍ତି । ଅମିତାଭ ନିଜର ଅଙ୍ଗଦାନ କରିବାକୁ ଘୋଷଣା କରିଛନ୍ତି ।

fallback

ଅମିତାଭ ବଚ୍ଚନ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ଅଙ୍ଗଦାନ କରିବେ । ଏହି ଟୁଇଟରେ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ସେୟାର କରି ଅମିତାଭ ଲେଖିଛନ୍ତି, 'ମୁଁ ଜଣେ ଶପଥକାରୀ ଅଙ୍ଗଦାତା ।  ଏହାର ପବିତ୍ରତା ପାଇଁ ମୁଁ ଏହି ସବୁଜ ରିବନ୍ ପିନ୍ଧିଛି । ଏହି ଟ୍ୱିଟ୍ ପରଠୁ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।