ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...
Advertisement

ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...

ପାକିସ୍ତାନର ଏହି ପ୍ରସ୍ତାବକୁ ଖାରଜ କରିବା ପାଇଁ ବ୍ରିଟେନ, ଆମେରିକା, ଫ୍ରାନ୍ସ ଏବଂ ଆଲବେନିଆ ଭାରତର ସାଥ୍ ଦେଇଥିଲେ । ଭାରତକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ୩ଟି ଦେଶ UNSC ର ସ୍ଥାୟୀ ସଦସ୍ୟ ଅଟନ୍ତି । ଏଥି ସହିତ ଚତୁର୍ଥ ଦେଶ ଆଲବେନିଆ ଚଳିତ ମାସରେ ୟୁଏନଏସସିର ଅଧ୍ୟକ୍ଷ ଅଟେ । ୨୦୨୦ ମସିହାରେ ମଧ୍ୟ ପାକିସ୍ତାନ ଏଭଳି ଉଦ୍ୟମ କରିଥିଲା ​​ଓ ସେହି ସମୟରେ ମଧ୍ୟ ପାକିସ୍ତାନକୁ ମାତ୍ ମିଳିଥିଲା । ଏପରିକି ସେତେବେଳେ ପାକିସ୍ତାନର ପ୍ରସ୍ତାବକୁ ସମସ୍ତ ସଦସ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ।

ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...

ନୂଆଦିଲ୍ଲୀ: ମିଳିତ ଜାତିସଂଘ (United Nations) ରେ ପାକିସ୍ତାନର ଷଡଯନ୍ତ୍ର ବିଫଳ ହୋଇଛି । ପାକିସ୍ତାନ (Pakistan) ଜଣେ ଭାରତୀୟ ନାଗରିକଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ (International Terrorist) ଭାବେ ଘୋଷଣା କରିବାକୁ ଚେଷ୍ଟା କରିଛି । ଏହି ପ୍ରସ୍ତାବକୁ ଭାରତ (india) ସମେତ ଅନ୍ୟ ୪ଟି ଦେଶ ଖାରଜ କରିଦେଇଛନ୍ତି ।

ଗୋବିନ୍ଦ ପଟ୍ଟନାୟକ ଡଗ୍ଗିଭାଲାସା (Gobinda Patnaik Duggivalasa) ନାମକ ଜଣେ ବ୍ୟକ୍ତି ଆତଙ୍କବାଦୀ ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ ଦାବି କରିଛି ଯେ, ଏହି ବ୍ୟକ୍ତି ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଅଛନ୍ତି । ଗୋବିନ୍ଦ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପାକିସ୍ତାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ଏହି ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରିବାକୁ ଚେଷ୍ଟା କରିଥିଲା ।

ପାକିସ୍ତାନର ଏହି ପ୍ରସ୍ତାବକୁ ଖାରଜ କରିବା ପାଇଁ ବ୍ରିଟେନ, ଆମେରିକା, ଫ୍ରାନ୍ସ ଏବଂ ଆଲବେନିଆ ଭାରତର ସାଥ୍ ଦେଇଥିଲେ । ଭାରତକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ୩ଟି ଦେଶ UNSC ର ସ୍ଥାୟୀ ସଦସ୍ୟ ଅଟନ୍ତି । ଏଥି ସହିତ ଚତୁର୍ଥ ଦେଶ ଆଲବେନିଆ ଚଳିତ ମାସରେ ୟୁଏନଏସସିର ଅଧ୍ୟକ୍ଷ ଅଟେ । ୨୦୨୦ ମସିହାରେ ମଧ୍ୟ ପାକିସ୍ତାନ ଏଭଳି ଉଦ୍ୟମ କରିଥିଲା ​​ଓ ସେହି ସମୟରେ ମଧ୍ୟ ପାକିସ୍ତାନକୁ ମାତ୍ ମିଳିଥିଲା । ଏପରିକି ସେତେବେଳେ ପାକିସ୍ତାନର ପ୍ରସ୍ତାବକୁ ସମସ୍ତ ସଦସ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ।

ଜାତିସଂଘରେ ଭାରତର ପ୍ରତିନିଧୀ ଟି.ଏସ୍ ତ୍ରିମୂର୍ତ୍ତି ତାଙ୍କ ଟ୍ୱିଟରେ କହିଛନ୍ତି ଯେ,  ଆତଙ୍କବାଦ ଉପରେ ୧୨୬୭ ସ୍ୱତନ୍ତ୍ର ପ୍ରକ୍ରିୟାକୁ ଧାର୍ମିକ ଓ ରାଜନୈତିକ ରଙ୍ଗ ଦେବା ପାଇଁ ପାକିସ୍ତାନର ପ୍ରୟାସକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ବିଫଳ କରିଦିଆଯାଇଛି । ଆମେ ସେହି ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛୁ ଯେଉଁମାନେ ପାକିସ୍ତାନର ଉଦ୍ଦେଶ୍ୟକୁ ଅକାମୀ କରିଛନ୍ତି ।

ଗତ ସପ୍ତାହରେ ମଧ୍ୟ ୟୁଏନଏସସିରେ ଏକ ରିଜୋଲ୍ୟୁସନ ଉପସ୍ଥାପନ କରାଯାଇଥିଲା । ୧୨୬୭ କମିଟିରେ ଲଶ୍କର-ଇ-ତୈଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ସାମିଲ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା । ଏହି ପ୍ରସ୍ତାବକୁ ଭାରତ ଓ ଆମେରିକା ଉପସ୍ଥାପନ କରିଥିଲେ ମଧ୍ୟ ଚୀନ ଏହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା । ଆମେରିକା ମକ୍କି ଉପରେ ୨ ମିଲିୟନ୍ ଡଲାର (୧୫ କୋଟି ଟଙ୍କା) ପୁରସ୍କାର ରଖିଛି, ଭାରତ ମଧ୍ୟ ମାକ୍କିକୁ UAPA ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି ।

ଏହା ବି ପଢ଼ନ୍ତୁ:-ଅଗ୍ନିପଥକୁ ନେଇ ବିବାଦ ମଧ୍ୟରେ ପିଏମ ମୋଦି ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!

ଏହା ବି ପଢ଼ନ୍ତୁ:-ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ଖତରନାକ ଅସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'

 

୧୨୬୭ କମିଟି ରିଜୋଲ୍ୟୁସନ୍ କ’ଣ?

UNSC ୧୨୬୭ କମିଟି ରିଜୋଲ୍ୟୁସନ୍ UNSC ଅଲ କାଏଦା ଓ ଇସଲାମିକ୍ ଷ୍ଟେଟ୍ସ (ISIS) ରେଜୋଲୁସନ ଭାବରେ ମଧ୍ୟ ଜଣାଶୁଣା । ୧୯୯୯ରେ ଏହାକୁ ଅନୁମୋଦନ କରାଯାଇଥିଲା । ଏହି କମିଟିରେ ପ୍ରଥମ ନାମ ଓସାମା ବିନ୍ ଲାଦେନ ଓ ଅଲ କାଏଦା ଏବଂ ତାଲିବାନ ଆତଙ୍କବାଦୀ।ର ଥିଲା ।