• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ !

ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ !

ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ (Pakistan) ର ଶେଷ ଆଶା ଚୀନ (China) ।

Edited ByZee Odisha Desk
Published: Sep 04, 2020, 04:22 PM IST|Updated: Sep 04, 2020, 04:37 PM IST
joinshare
ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    2

    Top 10 News: ଅନ୍ତ୍ୟୋଦୟ ଯୋଜନା ଅବଧି ବୃଦ୍ଧି, ସରିଲା ଛାତ୍ର ସଂସଦ ନିର୍ବାଚନ ଓ ଅନ୍ୟ ଖବର

    3

    ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

    4

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    5

    ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଏତଲା, ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ ଓ ଅନ୍ୟ ଖବର

    ଇସଲାମାବାଦ: ଏଲଏସି (LAC)ରେ ଉତ୍ତେଜନା ବଢ଼ିବା ପରେ ଚୀନ୍ ରାଷ୍ଟ୍ରପତି (Chinese President) ସି ଜିନପିଙ୍ଗ (xi jinping) ହଠାତ୍ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛନ୍ତି । ଜିନପିଙ୍ଗଙ୍କୁ ଚଳିତ ବର୍ଷର ଶେଷ ଆଡ଼କୁ ପାକିସ୍ତାନ (Pakistan) ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବର୍ତ୍ତମାନ ଚୀନ୍ ସରକାର ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ କରିଛି । ଜିନପିଙ୍ଗ ଗସ୍ତରୁ ପାକିସ୍ତାନ ସରକାରଙ୍କର ବହୁତ ଆଶା ଥିଲା । ଏହି ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଏବଂ ଅର୍ଥନୈତିକ କାରବାରରେ ସହମତ ହେବ ବୋଲି ଆଶା କରାଯାଉଥିଲା ।

    ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

    ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ 

    ସାଉଦି ଆରବ ସହ ସମ୍ପର୍କ ଖରାପ ହେବା ମଧ୍ୟରେ ଚୀନ ରାଷ୍ଟ୍ରପତି (Chinese President) ଙ୍କ ଗସ୍ତ ବାତିଲ ହେବା ଇମ୍ରାନ ଖାନ ସରକାର (Imran Khan government) ଙ୍କ ପାଇଁ ଏକ ବଡ ଝଟକା । ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନର ଶେଷ ଆଶା ଚୀନ୍ । କିନ୍ତୁ ବର୍ତ୍ତମାନ ସବୁକିଛି ଠିକ୍ ଦେଖାଯାଉନାହିଁ । ତେବେ ପାକିସ୍ତାନରେ ଚୀନର ରାଷ୍ଟ୍ରଦୂତ ୟୋ ଜିଙ୍ଗ କହିଛନ୍ତି ଯେ କୋରୋନା ଭୂତାଣୁ ସଙ୍କଟକୁ ଦୃଷ୍ଟିରେ ରଖି ଏହି ଯାତ୍ରା ବାତିଲ କରାଯାଇଛି । ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେବେ ସୂଚନାନୁସାରେ, ଏହି ଗସ୍ତ ବାତିଲ ହେବା ପଛର ପ୍ରକୃତ କାରଣ ହେଉଛି ସିପିଇସି (CPEC) ପ୍ରକଳ୍ପରେ ପାକିସ୍ତାନ ତରଫରୁ ହେଉଥିବା ବିଳମ୍ବ ।

    ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ଗାଙ୍ଗୁଲିଙ୍କ କହିବା ସତ୍ତ୍ୱେ ଧୋନିଙ୍କୁ ମିଳି ନଥିଲା ଟିମ୍ ଇଣ୍ଡିଆରେ ସ୍ଥାନ !

    ଚୀନ ଗସ୍ତ ସମୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଚୀନ୍ ରାଷ୍ଟ୍ରପତିଙ୍କୁ ପାକିସ୍ତାନ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ । ତେବେ ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ଯେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ଅଗ୍ରଗତିରେ ସେ ସନ୍ତୁଷ୍ଟ ଏବଂ ଏହି ପ୍ରକଳ୍ପରେ ଆସୁଥିବା ବାଧା ସମ୍ପର୍କରେ ଉଭୟ ଦେଶ ଅବଗତ ଅଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି । କାରଣ ସେ ସିପିଇସିର ଅଗ୍ରଗତି ନେଇ ଖୁସି ନୁହଁନ୍ତି । ପାକିସ୍ତାନରେ ଗ୍ୱାଦର ଦେଇ ଭାରତକୁ ଘେରିବାକୁ ସ୍ୱପ୍ନ ଦେଖୁଥିବା ଚୀନ୍ ଏହି ବୃହତ ପ୍ରକଳ୍ପ ଯୋଗୁଁ ବହୁ କ୍ଷତି ସହିଛି ।

    ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !

    ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରରେ ପ୍ରଥମରୁ କୋଟି କୋଟି ଟଙ୍କା ବିନିଯୋଗ କରିସାରିଥିବା ଡ୍ରାଗନର ଚିନ୍ତା ଏହି ପ୍ରକଳ୍ପର ସୁରକ୍ଷା ଏବଂ ବୃଦ୍ଧି ପାଉଥିବା ଖର୍ଚ୍ଚ । କୋରୋନା ଭୂତାଣୁ ଯୋଗୁଁ ଏହି ପ୍ରକଳ୍ପର କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଅଗ୍ରଗତି କରୁଛି । ଅନ୍ୟପକ୍ଷରେ ବାଲୁଚିସ୍ତାନରେ ଉଗ୍ରବାଦୀଙ୍କ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି । ୬୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏହି ପ୍ରକଳ୍ପର ସୁରକ୍ଷା ପାଇଁ ପାକିସ୍ତାନ ୧୩୭୦୦ ସ୍ୱତନ୍ତ୍ର କମାଣ୍ଡୋଙ୍କୁ ନେଇ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିଛି । ଏହା ସତ୍ତ୍ୱେ .ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜୁନ ମାସରେ କରାଚି ଷ୍ଟକ୍ ଏକ୍ସଚେଞ୍ଜରେ ହୋଇଥିବା ଆକ୍ରମଣ ପାଇଁ ବାଲୁଚ୍ ଲିବରେସନ୍ ଆର୍ମିର ମାଜିଦ୍ ବ୍ରିଗେଡ୍ ଦାୟୀ ଥିଲେ ।

    Add Zee News as a Preferred Source
    TAGS:
    china
    Xi Jinping
    Imran Khan
    Pakistan
    Chinese President