କୋଲକାତା ଯାଉଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ଜୁଲାଇ ୧୯ ପର୍ଯ୍ୟନ୍ତ ମିଳିବନି କୌଣସି ଫ୍ଲାଇଟ୍
Advertisement
Article Detail0/zeeodisha/odisha706093

କୋଲକାତା ଯାଉଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ଜୁଲାଇ ୧୯ ପର୍ଯ୍ୟନ୍ତ ମିଳିବନି କୌଣସି ଫ୍ଲାଇଟ୍

କୋଲକାତା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ନୂଆଦିଲ୍ଲୀ: ବିମାନ ଯୋଗେ କୋଲକାତା ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସୁଛି । ଜୁଲାଇ ୬ରୁ ଜୁଲାଇ ୧୯ ପର୍ଯ୍ୟନ୍ତ କୋଲକାତା ପାଇଁ କୌଣସି ବିମାନ ଚଳାଚଳ କରିବ ନାହିଁ । କୋଲକାତା ବିମାନବନ୍ଦର ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଏବଂ ଅହମ୍ମଦାବାଦରୁ କୋଲକାତା ପାଇଁ ଜୁଲାଇ ୬ରୁ ଜୁଲାଇ ୧୯, ୨୦୨୦ ପର୍ଯ୍ୟନ୍ତ କିମ୍ବା ଆଗାମୀ ଆଦେଶ ଯାଏ କୌଣସି ବିମାନ ଚଳାଚଳ କରିବ ନାହିଁ ।

;