Advertisement
Article Detail0/zeeodisha/odisha2752070
Zee OdishaOdisha National-Internationalଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର

ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର

ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍ ବାତିଲ ଏବଂ ୯ଟିକୁ ଆଂଶିକ ବାତିଲ କରାଯାଇଛି । ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ ହୋଇଛି । ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ କିନ୍ତୁ ଅମୃତସର ଯିବନାହିଁ । ସମ୍ପୂର୍ଣ୍ଣ ଓ ଆଂଶିକ ବାତିଲ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ଓ ଆଂଶିକ ବାତିଲ ନେଇ ସୂଚନା ଦିଆଯାଇଛି ।

ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତୀୟ ରେଳବାଇ ପକ୍ଷରୁ ନୂଆ ସୂଚନା ଜାରି କରାଯାଇଛି । ସୀମାନ୍ତ ଅଞ୍ଚଳରେ ରାତିରେ ଟ୍ରେନ ନ ଚଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ। ପାକିସ୍ତାନ ସଂଲଗ୍ନ ଜମ୍ମୁ ଏବଂ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ କରିବ ନାହିଁ। ରାଜସ୍ଥାନର ଜୈସଲମେର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ସମୟରେ ଅମୃତସର, ବଠିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକର ସମୟସୂଚୀ ଏବେ ପୁନଃନିର୍ଦ୍ଧାରିତ ହେବ। ଏହି ସ୍ଥାନ ଗୁଡ଼ିକ ଦେଇ ଯାଉଥିବା ଟ୍ରେନଗୁଡ଼ିକର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯିବ ଏବଂ ସକାଳ ସମୟରେ ଚଳାଚଳ ହେବ । ସେହି ସମୟରେ, କମ ଦୂରତା ସମ୍ପନ୍ନ ଟ୍ରେନ ଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈସଲମେରରେ ହାଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପରି ପରିସ୍ଥିତିରେ, ଜିଲ୍ଲା ପ୍ରଶାସନ ପରାମର୍ଶ କ୍ରମେ ଜୈସଲମେର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରାତିରେ ଅମୃତସର, ଜମ୍ମୁ ଏବଂ ଫିରୋଜପୁର ଭଳି ସୀମାନ୍ତ ଅଞ୍ଚଳରେ ପହଞ୍ଚୁଥିବା ଟ୍ରେନଗୁଡ଼ିକୁ ସକାଳ ସମୟରେ ଛଡାଯିବ । ଏହି ନିଷ୍ପତ୍ତି କାରଣରୁ ୧୫ ରୁ ଅଧିକ ଟ୍ରେନ ପ୍ରଭାବିତ ହେବ। ତଥାପି, ଯାତ୍ରୀଙ୍କ ସୁବିଧା ପାଇଁ, ରେଳବାଇ ପକ୍ଷରୁ ଦିନରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଦିନରେ ଚାଲୁଥିବା ସମସ୍ତ ଟ୍ରେନ୍ ପୂର୍ବପରି ଚାଲିବ। ସନ୍ଧ୍ୟାରେ ବିଦ୍ୟୁତ୍ କାଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବ, ଜମ୍ମୁ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍ ବାତିଲ ଏବଂ ୯ଟିକୁ ଆଂଶିକ ବାତିଲ କରାଯାଇଛି । ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ ହୋଇଛି । ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ କିନ୍ତୁ ଅମୃତସର ଯିବନାହିଁ । ସମ୍ପୂର୍ଣ୍ଣ ଓ ଆଂଶିକ ବାତିଲ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ଓ ଆଂଶିକ ବାତିଲ ନେଇ ସୂଚନା ଦିଆଯାଇଛି ।

Add Zee News as a Preferred Source

Also Read- Weekly Tarot Reading: କେମିତି ବିତିବ ୧୨ ରୁ ୧୮ ମଇ ? ପଢନ୍ତୁ ନୂଆ ସପ୍ତାହର ରାଶିଫଳ

Also Read- ମଇ ୧୫ ପର୍ଯ୍ୟନ୍ତ ୩୨ଟି ବିମାନବନ୍ଦର ବନ୍ଦ ନେଇ ସୂଚନା ଜାରି

About the Author