)
ପାଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Election) ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇପଡ଼ିଛି। ବିଭିନ୍ନ ରାଜନୈତିକ ଦଳ (Political Party)ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇ ଗଲାଣି। ତେବେ ଆଗାମୀ ନିର୍ବାଚନରେ ନୀତିଶ କୁମାର (Nitish Kumar) ଙ୍କ ଦଳ ଜେଡ଼ିୟୁ (JDU) ପ୍ରମୁଖ ଦଳ ଭାବେ ଉଭା ହେବାକୁ ଯାଉଛି। ସେପଟେ ନୀତିଶ (Nitish) ଙ୍କୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଡ଼ା ସମାଲୋଚନା ଆରମ୍ଭ କରାଯାଇଛି।
ଆଜି ଏକ ଭର୍ଚୁଆଲ ରାଲି (Vertual Rally) ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ (Chief Minister) ନୀତିଶ କୁମାର (Nitish Kumar) କହିଛନ୍ତି କି, କୋରୋନା ମହାମାରୀ ସମୟରେ ଆମ ସରକାର ପ୍ରତିଟି ରାଜ୍ୟବାସୀଙ୍କର ଧ୍ୟାନ ରଖିଛି। ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଆରମ୍ଭ ହେବା ପୂର୍ବରୁ ଆମେ ସତର୍କହୋଇ ଯାଇଥିଲୁ। ପ୍ରାୟତଃ ହୋଲି ପରେ ପରେ ରାଜ୍ୟରେ ଆମ ସତର୍କ ସୂଚନା ଜାରି କରିଦେଇଥିଲୁ। ରାଜ୍ୟରେ ଯେତିକି କୋରୋନା ସଂକ୍ରମିତ ରହିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୮୮ ପ୍ରତିଶତ ଲୋକ ସୁସ୍ଥ ହୋଇସାରିଲେଣି ବୋଲି ନୀତିଶ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, କୋରୋନା କାଳରେ ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ୧୩ ଲକ୍ଷ ୮୮ ହଜାର ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି। ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି। ମିଡ ଡେ ମିଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ସରକାରୀ ରାଶିର ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହିଭଳି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗରୀବ ପରିବାରକୁ ୩ ମାସର ସିଲିଣ୍ଡର ମଧ୍ୟ ମାଗଣା ଦେବାକୁ ବ୍ୟବସ୍ଥା କରିଛନ୍ତି, ଯାହାକୁ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁଯାୟୀ ବିହାରର ପ୍ରାୟ ୮୦ ଲକ୍ଷ ପରିବାର ଉପକୃତ ହୋଇଛନ୍ତି ବୋଲି ନୀତିଶ କହିଛନ୍ତି।
ଡିଜିଟାଲ ରାଲିରେ ଯୋଗ ଦେଇ ନୀତିଶ ଆହୁରି ମଧ୍ୟ କହିଛନ୍ତି କି, ବର୍ତ୍ତମାନ ସମୟରେ ସମସ୍ତଙ୍କୁ ସତର୍କ ରହିବା ଉଚିତ। ଲକଡାଉନ ସମୟରେ ଆମେ ରାଜ୍ୟବାସୀଙ୍କୁ ଏହି ମହାମାରୀ ସହିତ ଲଢିବା ପାଇଁ ଉତ୍ସାହିତ କରିଥିଲୁ। ଲକଡାଉନ ସରିବା ପରେ ଅନଲକ ୧ ଆରମ୍ଭ ହୋଇଥିଲା। ମୋର ପ୍ରଥମ କାମ ହେଲା ଲୋକମାନଙ୍କ ସେବା କରିବା। ସେମାନଙ୍କର ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟ କରିବା। ବହୁତ ଲୋକ ପ୍ରଚାର କରୁଛନ୍ତି, କିନ୍ତୁ ସେହି ତୁଳନାରେ କାର୍ଯ୍ୟ କମ। ଯେଉଁମାନେ ବିହାର ଫେରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ଲକ୍ଷ ୨୦ ହଜାର ଲୋକଙ୍କୁ କାମ ଯୋଗାଇ ଦେଇଛୁ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ: ବିରୋଧୀଙ୍କ ଟାର୍ଗେଟରେ ବିଜେଡି
ଏହି ରାଲିରେ ସେ ମୁଖ୍ୟ ବିପକ୍ଷ ଦଳ ଆରଜେଡ଼ିକୁ ଟାର୍ଗେଟ କରି କହିଥିଲେ କି, ଆମେ ପୂର୍ବ ନିର୍ବାଚନରେ ରାଜ୍ୟରେ ବିଦ୍ୟୁତ ସ୍ଥିତିରେ ସୁଧାର ଆଣିବୁ। ଯଦି ନ ଆଣିବୁ ତେବେ ଭୋଟ ମାଗିବୁ ନାହିଁ। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ଆମେ ଆମର କାର୍ଯ୍ୟକୁ ଶେଷ କରିଛୁ। କିନ୍ତୁ କିଛି ରାଜନୈତିକ ଦଳକୁ କାର୍ଯ୍ୟରେ ଫଳାଫଳ ଦେଖାଯାଉନାହିଁ। ସେମାନେ କେବଳ ସମାଲୋଚନାରେ ବ୍ୟସ୍ତ ରହୁଛନ୍ତି ବୋଲି ସେ କହିଛନ୍ତି।
ସେପଟେ କିନ୍ତୁ ଆରଜେଡ଼ି ନେତା ତଥା ବିହାର ବିପକ୍ଷ ଦଳ ନେତା ତେଜସ୍ୱି ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି କି, ଏକ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା କହିଛି କି, ସେମାନେ ମହାମେଣ୍ଟର ସଦସ୍ୟ ରହିଥିବାରୁ ତାଙ୍କୁ ବହୁଳ ମାତ୍ରା ଜନ ସମର୍ଥନ ମିଳିଥିଲା। ନୀତିଶଙ୍କୁ ଆରଜେଡ଼ି ପ୍ରମୁଖ ଲାଲୁ ପ୍ରସାଦଙ୍କ ନାଁରେ ଜନସମର୍ଥନ ମିଳିଥିଲା। ମାତ୍ର ୨୦୧୫ ବିଧାନସଭା ନିର୍ବାଚନରେ ଆରଜେଡ଼ି ସବୁଠାରୁ ବଡ଼ ରାଜନୈତିକ ଦଳ ରହିଥିଲା। ମାତ୍ର ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯାଇଥିଲା ବୋଲି ତେଜସ୍ୱି କହିଛନ୍ତି।
ନୀତିଶଙ୍କୁ ଟାର୍ଗେଟ କରି ତେଜସ୍ୱି ଆହୁରି ମଧ୍ୟ କହିଛନ୍ତି କି, ବିଶ୍ୱାସ ଘାତ କରିବାରେ ନୀତିଶ ଧୁରନ୍ଧର। ଜନମତର ଅପମାନ କରିଛନ୍ତି ନୀତିଶ। ଜନାତଙ୍କୁ ସହିତ ବିଶ୍ୱାସ ଘାତକ କରିଛନ୍ତି। ଯଦି ନୀତିଶଙ୍କ ରାଜନୈତିକ କ୍ୟାରିୟରକୁ ଦେଖାଯାଏ, ତେବେ ବିଶ୍ୱାସଘାତକତା କରିବାରେ ତାଙ୍କ ପୁରୁଣା ରେକର୍ଡ ରହିଛି। ପୂର୍ବରୁ ବିଜେପି ସହିତ ବିଶ୍ୱାସଘାତକତା କରିସାରିଛନ୍ତି। ଏବେ ଗତ ନିର୍ବାଚନରେ ଆରଜେଡ଼ି ସହିତ ମଧ୍ୟ ବିଶ୍ୱାସଘାତକତା କରିସାରିଛନ୍ତି। ଶରଦ ଯାଦବ ଓ ଅନ୍ୟ ନେତାଙ୍କ ସହିତ ମଧ୍ୟ ସେ ବିଶ୍ୱାସଘାତକ କରିସାରିଛନ୍ତି ବୋଲି ସେ କହିଛନ୍ତି।