Bihar Assembly Election: ୩ଟି ପର୍ଯ୍ୟାୟରେ ହେବ ମତଦାନ
Advertisement

Bihar Assembly Election: ୩ଟି ପର୍ଯ୍ୟାୟରେ ହେବ ମତଦାନ

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଜାତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବ ବୋଲି ଆୟୋଗ ସୁନୀଲ ଅରୋରା ଘୋଷଣା କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପରେ ନଭେମ୍ବର ୩ ତାରିଖରେ ଦ୍ୱିତୀୟ ଓ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ମତାଦନ ହେବ ବ

Bihar Assembly Election: ୩ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଜାତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବ ବୋଲି ଆୟୋଗ ସୁନୀଲ ଅରୋରା ଘୋଷଣା କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପରେ ନଭେମ୍ବର ୩ ତାରିଖରେ ଦ୍ୱିତୀୟ ଓ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ମତାଦନ ହେବ ବୋଲି ଜଣାପଡ଼ିଛି। ତେବେ ଏହି ମତଦାନର ଫଳାଫଳ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବୋଲି କମିଶନର ସୁନୀଲ ଅରୋରା କହିଛନ୍ତି।  

ମିଳିଥିବା ସୂଚନା ମୁତାବକ ଆଗାମୀ ନିର୍ବାଚନରେ ମୋଟ ୩ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୩୧ ହଜାର ମତଦାନ କେନ୍ଦ୍ର ହେବ। ଏହି ମତଦାନ କେନ୍ଦ୍ର ୭୧ଟି ନିର୍ବାଚନ କ୍ଷେତ୍ରର୧୬ଟି ଜିଲ୍ଲାରେ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ନିର୍ବାଚନ କ୍ଷେତ୍ରର ୧୭ଟି ଜିଲ୍ଲାରେ ୪୨ ହଜାର ମତଦାନ କେନ୍ଦ୍ର ହେବ। ତୃତୀୟ ପର୍ଯ୍ୟାୟରେ ୭୮ଟି ନିର୍ବାଚନ କ୍ଷେତ୍ରର ୧୫ଟି ଜିଲ୍ଲାରେ ମୋଟ ୩୩ ହଜାର ମତଦାନ କେନ୍ଦ୍ର ହେବ।  

ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀର ଅରୋରା କହିଛନ୍ତି କି, ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ନିର୍ବାଚନ ସମୟରେ ଦୁରୁପଯୋଗର ସମ୍ଭାବନା ଯ଼ଥେଷ୍ଟ ରହିଛି। ତାହା ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସୁନୀଲ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ପ୍ରକାର ଅନିୟମିତତା ବା ଦୁରୁପଯୋଗର ଅଭିଯୋଗ ସାମ୍ନାକୁ ଆସେ, ତେବେ ତାହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ସେହିପରି ମତଦାନ ଦିନ ପୋଲିଂ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। କିନ୍ତୁ କ୍ୱାରେଣ୍ଟାଇନରେ ଥିବା କୋରୋନା ସଂକ୍ରମିତ ଦିନର ଶେଷ ସମୟରେ ମତଦାନ କରିବେ। ଏହି ସମୟରେ ଉପସ୍ଥିତ ସମସ୍ତ ନିର୍ବାଚନ ଅଧିକାରୀ, ପୋଲିଂ ବୁଥ କର୍ମଚାରୀ କୋରୋନା ନିୟମ ପାଳନ କରିବେ। ମତଦାନ ସଂଗ୍ରହ ସମୟରେ ମତଦାତାଙ୍କ ଶରୀରର ତାପମାତ୍ରାକୁ ଯାଞ୍ଚ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ତାପମାତ୍ରା ଠାରୁ ଅଧିକ ରହିଲେ ମତଦାତାଙ୍କୁ ଟୋକନ ପ୍ରଦାନ କରାଯିବ ଓ ଦିନ ଶେଷରେ ସେମାନେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତଦାନ କରିପାରିବେ।  

ସେହିପରି ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋରା କହିଛନ୍ତି। ଏହା ସହିତ ସେ ଡିଜିଟାଲ ପ୍ରମାଣ ପତ୍ର ମଧ୍ୟ ପାଇ ପାରିବେ ବୋଲି ସେ କହିଛନ୍ତି। ନିର୍ବାଚନ ସମୟରେ ମଧ୍ୟ ଭର୍ଚୁଆଲ ରାଲି କରିବାକୁ ସେ କହିଛନ୍ତି। ସେ ଆହୁରି ସୁଚନା ଦେଇ କହିଛନ୍ତି କି, ଏହି ନିର୍ବାଚନରେ ପୋଲିଂ ବୁଥରେ ଭୋଟରଙ୍କ ସଂଖ୍ୟା କମ କରିଦିଆଯାଇଛି। ରାଜ୍ୟରେ ମୋଟ ୭। ୨୯ କୋଟି ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩.୩୯ କୋଟି ମହିଳା ଭୋଟର ରହିଥିବା ବେଳେ ୩.୭୯ କୋଟି ପୁରୁଷ ମତଦାତା ରହିଛନ୍ତି।  

ବର୍ତ୍ତମାନ ଦେଶରେ କୋରୋନା ପରିସ୍ଥିତି ବେଶ ଉଦବେଗଜନକ ରହିଛି। ଆଶା କରାଯାଉଥିଲା ନିର୍ବାଚନ ସମୟରେ କୋରୋନା ନିୟନ୍ତ୍ରଣକୁ ଆସି ଯାଇଥିବ।   ମାତ୍ର ଏଥିରେ କୌଣସି ସୁଧାର ଆସିନଥିବା ଦେଖିବାକୁ ମିଳିଛି। ଫଳରେ ଏହି ନିର୍ବାଚନ ସମୟରେ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସେ କହିଛନ୍ତି। ମତଦାତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସୁନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ କରିବାକୁ ସେ ନିର୍ଦ୍ଦେଶ ଦେଇଚନ୍ତି।