ବିହାରରେ ଜୁନ ୯ରୁ ଅମିତ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ
Advertisement

ବିହାରରେ ଜୁନ ୯ରୁ ଅମିତ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ

ସେ କହିଛନ୍ତି ଯେ, ଏହି ଭର୍ଚୁଆଲ୍ ସଭା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆମର ଲକ୍ଷ୍ୟ ହେଉଛି ରାଜ୍ୟର ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତି କମରେ ଏକ ଲକ୍ଷ ଲୋକଙ୍କୁ ଏହି ଭର୍ଚୁଆଲ୍ ମିଟିଂରେ ସାମିଲ କରିବା ।

ବିହାରରେ ଜୁନ ୯ରୁ ଅମିତ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆସନ୍ତା ସପ୍ତାହରୁ ବିହାରରେ ବିଧାନସଭା ନିର୍ବାଚନର ପ୍ରଚାର ଆରମ୍ଭ କରିବାକୁ ଯାଉଛି । ପିଟିଆଇ ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୯ରୁ ଏହି ଅଭିଯାନ ଆରମ୍ଭ କରିବେ । ସେ ଭିଡିଓ କନଫରେନ୍ସ,, ଫେସବୁକ ଲାଇଭ ମାଧ୍ୟମରେ ଏକ ସମାବେଶକୁ ସମ୍ବୋଧିତ କରିବେ । ବିହାର ରାଜ୍ୟ ବିଜେପି ସଭାପତି ସଞ୍ଜୟ ଜୟସୱାଲ ସୋମବାର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ଭର୍ଚୁଆଲ୍ ସଭା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆମର ଲକ୍ଷ୍ୟ ହେଉଛି ରାଜ୍ୟର ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତି କମରେ ଏକ ଲକ୍ଷ ଲୋକଙ୍କୁ ଏହି ଭର୍ଚୁଆଲ୍ ମିଟିଂରେ ସାମିଲ କରିବା ।

ବିଜେପି ନେତାଙ୍କ କହିବାନୁସାରେ, ଜୁନ ୯ରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଲି ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ଦଳର ଡିଜିଟାଲ ଅଭିଯାନ ଆରମ୍ଭ ହେବ । ଏହା ପରେ ଦଳର ସଭାପତି ଜେପି ନାଡ୍ଡାଙ୍କ ସମେତ ଅନେକ ବଡ ନେତା ବିଭିନ୍ନ ତାରିଖରେ ଭର୍ଚୁଆଲ୍ ରାଲି କରିବେ । ପିଟିଆଇ ଅନୁଯାୟୀ, ସଞ୍ଜୟ ଜୟସୱାଲ ଏହା ମଧ୍ୟ କହିଛନ୍ତି ଯେ, ଜେପି ନଡ୍ଡାଙ୍କ ରାଲି ଦୁଇ ଭାଗରେ ହେବ । ଯାହା ପ୍ରଥମେ ଉତ୍ତର ବିହାର ଏବଂ ପରେ ଦକ୍ଷିଣ ବିହାରକୁ କଭର କରିବ ।

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ । ୨୦୦୫ ମସିହାରେ ବିହାରରେ ନୀତୀଶ କୁମାରଙ୍କ ଅଧୀନରେ ଜେଡିୟୁ ସହିତ ବିଜେପି କ୍ଷମତାକୁ ଆସିଥିଲା । ଏହା ପରେ ୨୦୧୩ରେ ଦୁଇ ଦଳର ମେଣ୍ଟ ଭାଙ୍ଗି ଯାଇଥିଲା । କିନ୍ତୁ, ୨୦୧୭ରେ ଦୁଇ ଦଳ ପୁଣି ଥରେ ଏକାଠି ହୋଇଥିଲେ ।