ବିହାର ନିର୍ବାଚନ: ପ୍ରଚାରରେ ବାଧା ଉପୁଯାଇଛି କୋରୋନା ଗାଇଡଲାଇନ
Advertisement

ବିହାର ନିର୍ବାଚନ: ପ୍ରଚାରରେ ବାଧା ଉପୁଯାଇଛି କୋରୋନା ଗାଇଡଲାଇନ

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୯ ନଭେମ୍ବରରେ ଶେଷ ହେବାକୁ ଯାଉଛି। ତେବେ ଏହାର ପୂର୍ବରୁ ନୂଆ ସରକାର ଗଠନ ଜରୁରୀ।

ବିହାର ନିର୍ବାଚନ: ପ୍ରଚାରରେ ବାଧା ଉପୁଯାଇଛି କୋରୋନା ଗାଇଡଲାଇନ

ପାଟନା: କୋରୋନା ସଂକଟ (Corona Pandemic) ସମୟରେ ବିହାରରେ ନିର୍ବାଚନ (Bihar Election) ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ୨୮ ତାରିଖ ପରଠାରୁ ତିନିଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ତେବେ ଏହି ନିର୍ବାଚନର ସମ୍ପୂର୍ଣ୍ଣ ପ୍ରକ୍ରିୟା କୋରୋନା ଗାଇଡ଼ ଲାଇନ (Corona Guidline) ଅନୁଯାୟୀ ସମାପ୍ତ ହେବ। ନିର୍ବାଚନୀ ପ୍ରଚାର ଠାରୁ ଆରମ୍ଭ କରି ମତଦାନ ଓ ଗଣତି ଉପରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ସମାପ୍ତ ହେବ। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ମୈଦାନରେ ପ୍ରଚାର (Election Campaign) ଆରମ୍ଭ କରିଦେଇଛନ୍ତି। 

ଗାଇଡଲାଇନ ଅନୁଯାୟୀ କିନ୍ତୁ ଏହି ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ହେଉଥିବା ନେତାମାନେ କୌଣସି ବ୍ୟକ୍ତି ବିଶେଷଙ୍କୁ ଆଲିଙ୍ଗନ କରିପାରିବେ ନାହିଁ। ଏପରିକି ନିର୍ଦ୍ଦିଷ୍ଟ ଦୂରତାରେ ରହି କଥାବାର୍ତ୍ତା କରିବାକୁ ମଧ୍ୟ ଗାଇଡ଼ଲାଇନରେ ଉଲ୍ଲେଖ ରହିଛି। ଏହା ସହିତ ନେତୃବୃନ୍ଦମାନେ ମଧ୍ୟ ମୁହଁରେ ମାସ୍କ ବାନ୍ଧିବା ମଧ୍ୟ ବାଧ୍ୟତାମୁଳକ ସହିତ ହାତ ମିଳାଇବାକୁ ମନାକରାଯାଇଛି ବୋଲି କୋଭିଡ଼ ଗାଇଡ଼ଲାଇନରେ ଉଲ୍ଲେଖ ରହିଛି। 

ରାଜ୍ୟ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଗାଇଡଲାଇନରେ କୁହାଯାଇଛି ଯେ ବିହାରରେ ରାଜନୈତିକ ସମାବେଶରେ ଯୋଗଦେଉଥିବା ଲୋକମାନଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହେବ, କିନ୍ତୁ ଲକଡାଉନ ସ୍ଥିତିରେ ରାଜ୍ୟରେ ଆୟୋଜିତ ସମସ୍ତ ଇନଡୋର ତଥା ଆଉଟଡୋର ରାଲିରେ ୨୦୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି। ସମାବେଶରେ ଯୋଗଦେଉଥିବା ସମସ୍ତେ ଏକ ସାମାଜିକ ଦୂରତା ଅତିକମରେ ୬ ଫୁଟର ଦୁରତା ବଜାୟ ରଖିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଗାଇଡଲାଇନରେ କୁହାଯାଇଛି ଯେ ବିହାରରେ ରାଜନୈତିକ ସମାବେଶରେ ଯୋଗଦେଉଥିବା ଲୋକମାନଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହେବ, କିନ୍ତୁ ବନ୍ଦ ରାଜ୍ୟରେ ଆୟୋଜିତ ସମସ୍ତ ଘର ଭିତର ତଥା ବାହାର ରାଲିରେ ୨୦୦ରୁ ଅଧିକ ଲୋକ ଯୋଗ ଦେଇନାହାଁନ୍ତି। ସକ୍ଷମ ହେବ । ସମାବେଶରେ ଯୋଗଦେଉଥିବା ସମସ୍ତେ ଏକ ସାମାଜିକ ଦୂରତା ୬ ଫୁଟ ବଜାୟ ରଖିବା ଜରୁରୀ ।

ସୂଚନାଯୋଗ୍ୟ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୯ ନଭେମ୍ବରରେ ଶେଷ ହେବାକୁ ଯାଉଛି। ତେବେ ଏହାର ପୂର୍ବରୁ ନୂଆ ସରକାର ଗଠନ ଜରୁରୀ। ଫଳରେ ଚଳିତ ମାସ ୨୮ ତାରିଖରୁ ତିନୋଟି ପର୍ଯ୍ୟାୟରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ। ଚଳିତ ମାସ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୩ ନଭେମ୍ବର ଓ ୭ ନଭେମ୍ବରରେ ତିନୋଟି ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ମାସରେ ୧୦ ତାରିଖରେ ଗଣତି ହେବାର କାର୍ଯ୍ୟକ୍ରମ ରହିଛି।