ବିହାର ନିର୍ବାଚନ: ଓପିନିୟନ ପୋଲରେ ବିଜେପିକୁ ସର୍ବାଧିକ ସମର୍ଥନ, ଲାଲୁ ପ୍ରସାଦ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ପ୍ରାର୍ଥୀ !
Advertisement

ବିହାର ନିର୍ବାଚନ: ଓପିନିୟନ ପୋଲରେ ବିଜେପିକୁ ସର୍ବାଧିକ ସମର୍ଥନ, ଲାଲୁ ପ୍ରସାଦ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ପ୍ରାର୍ଥୀ !

ସମୟ ବିତିବା ସହିତ ବିହାରରେ ନିର୍ବାଚନୀ (Bihar Assembly Election) ଉଷ୍ମତା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ପୁନର୍ବାର ଗାଦିକୁ ଫେରିବା ପାଇଁ ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱାଧୀନ ଜେଡ଼ିୟୁ-ବିଜେପି ସରକାର ପ୍ରୟାସ ଆରମ୍ଭ କରିଦେଇଛି। 

ବିହାର ନିର୍ବାଚନ: ଓପିନିୟନ ପୋଲରେ ବିଜେପିକୁ ସର୍ବାଧିକ ସମର୍ଥନ, ଲାଲୁ ପ୍ରସାଦ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ପ୍ରାର୍ଥୀ !

ନୂଆଦିଲ୍ଲୀ: ସମୟ ବିତିବା ସହିତ ବିହାରରେ ନିର୍ବାଚନୀ (Bihar Assembly Election) ଉଷ୍ମତା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ପୁନର୍ବାର ଗାଦିକୁ ଫେରିବା ପାଇଁ ନୀତିଶ କୁମାର (Nitish Kumar) ଙ୍କ ନେତୃତ୍ୱାଧୀନ ଜେଡ଼ିୟୁ-ବିଜେପି ସରକାର ପ୍ରୟାସ ଆରମ୍ଭ କରିଦେଇଛି। ସେହିପରି ରାଜ୍ୟ ଅନ୍ୟ ପ୍ରମୁଖ ଦଳ ମଧ୍ୟରେ ଆରଜେଡ଼ି (RJD) ଓ କଂଗ୍ରେସ (Congress) ଭଳି ଦଳ ନିଜର ସତ୍ତା ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ଦିବଂଗତ ରାମବିଳାସ ପାସଓ୍ୱାନ (Ramvilash Paswan) ଙ୍କ ଦଳ ଏଲଜେପି (LJP) ମାଧ୍ୟମରେ ପାସଓ୍ୱାନଙ୍କ ପୁଅ ଚିରାଗ (Chirag Paswan) ଙ୍କ ପାଇଁ ପରୀକ୍ଷାର ସମୟ ରହିଛି। ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡୁଛନ୍ତି ଚିରାଗ। 

ତେବେ ରାଜ୍ୟରେ ବିଜେପି ଓ ଜେଡ଼ିୟୁ ପୁନର୍ବାର ବାଜିମାତ କରିବା ନେଇ ଓପିନିୟନ ପୋଲରୁ ସ୍ପଷ୍ଟ ହୋଇଛି। କିଛି ଜାତୀୟ ଗଣମାଧ୍ୟମରେ ହୋଇଥିବା ଓପିନିୟନ ପୋଲ (Opinion Poll) ପ୍ରକାଶ ପାଇବା ପରେ ଏହି ସୂଚନା ସାମ୍ନାକୁ ଆସିଛି। ସୋମବାର ରାଜ୍ୟର କିଛି ଜରୁରୀ ମୁଦ୍ଦା, ସରକାରଙ୍କ କାର୍ଯ୍ୟକାଳ, ସମସ୍ୟା, ଜେଡ଼ିୟୁ ଓ ବିଜେପିର ମହାମେଣ୍ଟ ପ୍ରମୁଖକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରକୁ ଆଧାର କରି ରେଟିଂ ଦିଆଯାଇଥିଲା। 

ରାଜ୍ୟର ସମସ୍ତ ୨୪୩ ଆସନରେ ହୋଇଥିବା ଏହି ଓପିନିୟନ ପୋଲରୁ ବିଜେପିକୁ ବହୁମତ ମିଳିବାର ସମ୍ଭାବନା ଦେଖାଦେଇଛି। ବିଜେପି ସର୍ବାଧିକ ୮୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନା ରହୁଥିବା ନେଇ ଜଣାପଡ଼ିଛି। ତେବେ ବିଜେପି ପଛକୁ ସହଯୋଗୀ ଦଳ ଜେଡ଼ିୟୁକୁ ୭୦ଟି ଆସନରେ ସଫଳତା ମିଳିବ ବୋଲି ଓପିନିୟନ ପୋଲର ତଥ୍ୟ କହୁଛି। 

ସୂଚନାଯୋଗ୍ୟ ଏହି ଓପିନିୟନ ପୋଲ ଗତ ୧ ତାରିଖରୁ ୧୦ ତାରିଖ ମଧ୍ୟରେ କରାଯାଇଥିଲା। ରାଜ୍ୟର ସମସ୍ତ ୨୪୩ଟି ବିଧାନସଭା ଆସନରେ କରାଯାଇଥିଲା। ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ୨୯ ପ୍ରତିଶତ ଭୋଟର କହିଛନ୍ତି ଯେ ବିଜେପି-ଜେଡିୟୁ ସରକାରଙ୍କ ପ୍ରଦର୍ଶନ 'ଭଲ' ରହିଛି। ୨୭.୫ ପ୍ରତିଶତ ଏହାକୁ 'ହାରାହାରି' ବୋଲି କହିଛନ୍ତି । ଏଥି ସହିତ ୪୩.୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସରକାର 'ଖରାପ' ପ୍ରଦର୍ଶନ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଭାବରେ ନୀତିଶ କୁମାରଙ୍କ ପ୍ରଦର୍ଶନକୁ ୪୨ ପ୍ରତିଶତ ଭୋଟର 'ଖରାପ' ବୋଲି ସୂଚିତ କରିଛନ୍ତି। ଏଥି ସହିତ ନୀତିଶ କୁମାରଙ୍କ କାର୍ଯ୍ୟରେ ୨୮.୭ ପ୍ରତିଶତ ଭୋଟର ଖୁସି ଅଛନ୍ତି। ଯେତେବେଳେ କି ୨୯.୨ ନୀତିଶଙ୍କ ପ୍ରଦର୍ଶନକୁ 'ହାରାହାରି'ରେ ରଖିଛି ।

୪୯ ପ୍ରତିଶତ ଲୋକ କହିଛନ୍ତି ଯେ ବିଦ୍ୟୁତ୍, ଜଳ ଏବଂ ରାସ୍ତାଘାଟ ପରେ ନିଯୁକ୍ତି ସମସ୍ୟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାପରେ ୫.୭ ପ୍ରତିଶତ ଲୋକ କୋରୋନା ଭାଇରସ୍ ଏବଂ ମହାମାରୀକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ସୂଚିତ କରିଥିଲେ। ୬.୭ ପ୍ରତିଶତ କହିଛନ୍ତି ଯେ ରାଜ୍ୟରେ ଶିକ୍ଷା ସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ୭.୧ ପ୍ରତିଶତ ମହିଳା ସୁରକ୍ଷାକୁ ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି। ୮.୭ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ବିହାରରେ ଦୁର୍ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ଏହା ବ୍ୟତୀତ ୫୦.୫ ପ୍ରତିଶତ ଭୋଟର ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକୁ 'ଭଲ' ବୋଲି ବର୍ଣ୍ଣନା କରିଛନ୍ତି। ୨୦.୯ ପ୍ରତିଶତ ଲୋକ ମୋଦିଙ୍କୁ 'ହାରାହାରି' ଏବଂ ୨୮.୬ ପ୍ରତିଶତ ଭୋଟରଙ୍କୁ 'ଖରାପ' ବର୍ଗରେ ସ୍ଥାନିତ କରିଛନ୍ତି।  ଯେଉଁଠାରେ ୩୨ ପ୍ରତିଶତ ଭୋଟର ନୀତୀଶ କୁମାରଙ୍କୁ ସିଏମ୍ ଭାବରେ ପସନ୍ଦ କରନ୍ତି, ୧୨.୫ ପ୍ରତିଶତ ଲୋକେ ବର୍ତ୍ତମାନର ଡେପୁଟି ସିଏମ୍ ସୁଶୀଲ ମୋଦିଙ୍କୁ ଭୋଟ୍ ଦେଇଛନ୍ତି, ତା’ପରେ ଚିରାଗ ପାସୱାନ୍, ଉପେନ୍ଦ୍ର କୁଶୱା, ଗିରିରାଜ ସିଂ ରହିଛନ୍ତି। ୧.୫ ପ୍ରତିଶତ ଭୋଟର ତାରିକ ଅନୱାରଙ୍କୁ ସିଏମ ଭାବରେ ଦେଖିବାକୁ ଚାହୁଁଥିବା ବେଳେ ୮.୭ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବିହାରରେ ସିଏମ ପଦ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ। ମତଦାନରେ ୧୭.୬ ପ୍ରତିଶତ ଭୋଟରଙ୍କ ପସନ୍ଦ ତେଜସ୍ୱୀ ଯାଦବ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଉପରୋକ୍ତ ସମସ୍ତ ତଥ୍ୟ ବିହାରରେ କରାଯାଇଥିବା ଏକ ଓପିନିୟନ ପୋଲରୁ ସାମ୍ନାକୁ ଆସିଛି। ଆସନ୍ତା ୨୮ ତାରିଖ ଠାରୁ ବିହାରରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୩ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ୧୦ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି।