ବିହାର ନିର୍ବାଚନ: ୬ଟି ରାଲିକୁ ସମ୍ବୋଧିତ କରିବେ ରାହୁଲ, ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା
Advertisement

ବିହାର ନିର୍ବାଚନ: ୬ଟି ରାଲିକୁ ସମ୍ବୋଧିତ କରିବେ ରାହୁଲ, ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା

ଏନେଇ ବିହାର କଂଗ୍ରେସ କମିଟି (Madan Mohan Jha) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କଂଗ୍ରେସ ହାଇକମାଣ୍ଡ ମଞ୍ଜୁର କରିଛନ୍ତି । ଦଳ ଲାଗି ନିର୍ବାଚନ ପ୍ରଚାର କରିବା ବେଳେ କଂଗ୍ରେସ ମହାସଚିବ କେତେକ ରାଲି କରିପାରନ୍ତି । 

ବିହାର ନିର୍ବାଚନ: ୬ଟି ରାଲିକୁ ସମ୍ବୋଧିତ କରିବେ ରାହୁଲ, ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା

ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ପ୍ରାୟ ସମସ୍ତ ରାଜନୈତିକ ଦଳ । ଏବେ ପ୍ରାର୍ଥୀପତ୍ର ଦାଖଲ ସାଙ୍ଗକୁ ନିର୍ବାଚନ ପ୍ରଚାର, ଦଳୀୟ ସଭାସମିତି ଓ ରାଲି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ଦଳ । ଏପରିକି ଦଳର ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଲାଣି ।                    

ଏହିକ୍ରମରେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଦଳ ପକ୍ଷରୁ ଆୟୋଜିତ ହେହାକୁ ଥିବା ୬ଟି ଦଳୀୟ ରାଲିକୁ (Congress Rally) ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ (Rahul Gandhi) । ଏପରିକି କଂଗ୍ରେସ ମହାସଚିବ (Congress General Secretary) ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ମଧ୍ୟ ଦଳ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇବେ ।     

ଏନେଇ ବିହାର କଂଗ୍ରେସ କମିଟି (Madan Mohan Jha) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କଂଗ୍ରେସ ହାଇକମାଣ୍ଡ ମଞ୍ଜୁର କରିଛନ୍ତି । ଦଳ ଲାଗି ନିର୍ବାଚନ ପ୍ରଚାର କରିବା ବେଳେ କଂଗ୍ରେସ ମହାସଚିବ କେତେକ ରାଲି କରିପାରନ୍ତି ।  ଏହା ସହିତ ଆରଜେଡି ନେତା  (RJD Leader) ନେତା ତେଜସ୍ୱୀ ଯାଦବ (Tejaswai Yadav) ଙ୍କ ସହ ମଧ୍ୟ ଏଥର ମିଳିତ ଭାବେ ନିର୍ବାଚନ ପ୍ରତାର କରିବେ ରାହୁଲ ଗାନ୍ଧୀ ।      

ରାଷ୍ଟ୍ରୀୟ ଜନତା ଦଳ-ଆରେଜଡି (RJD-Rastyriya Janata Dal) ନେତୃତ୍ୱାଧିନ ମହାମେଣ୍ଟ (Grand Alliance) ର ଅନ୍ୟତମ ମୁଖ୍ୟ ଅଂଶୀଦାର ହେଉଛି କଂଗ୍ରେସ ।  କଂଗ୍ରେସ ଏଥର ୭୦ ବିଧାନସଭା ଆସନରେ ନିର୍ବାଚନ ଲଢିବ । ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ବିହାର ମୋଟ ୪୦ ଲୋକସଭା ଆସନରୁ ମହାମେଣ୍ଟ କେବଳ ଗୋଟିଏ ଆସନ ପାଇଥିଲା । 

ରାଜ୍ୟର କିଶନଗଞ୍ଜ ଲୋକସଭା (Kishanganj Lok Sabha) ଆସନରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ହେବା ସହ ମହାମେଣ୍ଟର ଖାତା ଖୋଲିଥିଲେ ।  ୨୦୧୫ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ୨୭ଟି ଆସନ ପାଇଥିଲା ।