Advertisement
Article Detail0/zeeodisha/odisha676384
Zee OdishaOdisha National-Internationalପ୍ରବାସୀଙ୍କୁ ଟିକେଟ ଖର୍ଚ୍ଚ ବ୍ୟତୀତ ୫୦୦ ଟଙ୍କା ଦେବେ ବିହାର ସରକାର

ପ୍ରବାସୀଙ୍କୁ ଟିକେଟ ଖର୍ଚ୍ଚ ବ୍ୟତୀତ ୫୦୦ ଟଙ୍କା ଦେବେ ବିହାର ସରକାର

 ବିହାର ସରକାର ସମସ୍ତ ପ୍ରବାସୀଙ୍କୁ ୫୦୦ ଶହ ଟଙ୍କା ଦେବେ । ସିଏମ ନୀତୀଶ କୁମାର ଏହାର ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟନା: କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଆଉ ଏହି ଲକଡାଉନରେ ବାହାର ରାଜ୍ୟରେ ଫସି ଥିବା ପ୍ରବାସୀ ଶ୍ରମିକ, ବିଦ୍ୟାର୍ଥୀ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ସଙ୍କଟ ସମୟରେ ସେମାନଙ୍କ ଠାରୁ ଟିକେଟ ଖର୍ଚ୍ଚ ମଧ୍ୟ ଆଦାୟ କରାଯାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି(ସୋମବାର) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀ ତଥା ଅସୁବିଧାରେ ଥିବା ବ୍ୟକ୍ତିଙ୍କ ଟିକେଟ ଖର୍ଚ୍ଚ କଂଗ୍ରେସ ବହନ କରିବ । ଯାହା ପରେ ବିହାରର ନୀତିଶ ସରକାର ମଧ୍ୟ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ଦେବାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ବ୍ୟତୀତ ବିହାର ସରକାର ସମସ୍ତ ପ୍ରବାସୀଙ୍କୁ ୫୦୦ ଶହ ଟଙ୍କା ଦେବେ । ସିଏମ ନୀତୀଶ କୁମାର ଏହାର ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି ଯେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ବିହାରୀଙ୍କୁ ଆଣିବା ପାଇଁ ସେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଚିନ୍ତା କରିଛନ୍ତି । ଟିକେଟ୍ ଖର୍ଚ୍ଚ ପାଇଁ କାହାକୁ ଟଙ୍କା ଦେବାକୁ ପଡିବ ନାହିଁ । ଏହି ଲୋକଙ୍କ ପାଇଁ ଏକ କ୍ୱାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରାଯାଇଛି । ଏଠାରେ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯାଇଛି । ସମସ୍ତଙ୍କୁ ଏଠାରେ ୨୧ ଦିନ ରହିବାକୁ ପଡିବ । ଏହା ପରେ ଯାତ୍ରା ଖର୍ଚ୍ଚ ବ୍ୟତୀତ ୫୦୦ ଟଙ୍କା ସାହାଯ୍ୟ କରାଯିବ । ଅର୍ଥାତ୍ ଅତି କମରେ ୧ ହଜାର ଟଙ୍କା ଦିଆଯିବ । ଏହି ଯୋଜନା ଅଧୀନରେ ୧୯ ହଜାର ଲୋକଙ୍କୁ ପୂର୍ବରୁ ଏକ ହଜାର ଟଙ୍କା ଦିଆଯାଇଛି । ଏହା ବ୍ୟତୀତ ରାଜ୍ୟ ସରକାର କୋଟାରୁ ଆସୁଥିବା ଛାତ୍ରଙ୍କ ଭଡା ଦେଉଛନ୍ତି ।

ବାସ୍ତବରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ପ୍ରବାସୀ ଶ୍ରମିକଙ୍କ ଖର୍ଚ୍ଚ ବହନ କରିବେ ଏବଂ ଏହାର କିଛି ସମୟ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ମଧ୍ୟ ୫୦ଟି ଟ୍ରେନ୍ ପାଇଁ ଭଡା ଦେବ । ଏହା ପଛରେ ପ୍ରବାସୀଙ୍କୁ ଆଣିବା ପାଇଁ ଚାଲୁଥିବା ସ୍ୱତନ୍ତ୍ର ଶ୍ରମ ଟ୍ରେନର ଭଡ଼ାକୁ ନେଇ ବିବାଦ ଦେଖାଦେଇଛି । 

Add Zee News as a Preferred Source

ରେଳ ବିଭାଗ କହିଛି ଯେ, ସେ ପ୍ରତ୍ୟେକ ଯାତ୍ରୀଙ୍କ ୮୫ ପ୍ରତିଶତ ଭଡ଼ା ବହନ କରୁଛି । ଅବଶିଷ୍ଟ ୧୫ ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରିବେ । ଏହା ଉପରେ ଅନେକ ବିରୋଧୀଦଳ ନେତା କହିଛନ୍ତି ଯେ, ରାଜ୍ୟଗୁଡିକ ଉପରେ ଚାପ ରଖିବା ଠିକ୍ ନୁହେଁ । ଏଥି ସହିତ ଅନେକ ରାଜ୍ୟ ସରକାର ୧୫ ପ୍ରତିଶତ ଭଡା ପ୍ରଦାନ ଉପରେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । ଫଳସ୍ୱରୂସ ପ୍ରବାସୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଦେବାକୁ ପଡୁଛି । 

About the Author