Advertisement
Article Detail0/zeeodisha/odisha698110
Zee OdishaOdisha National-Internationalପ୍ରତ୍ୟେକ ଶହୀଦ ପରିବାରକୁ ୩୬-୩୬ ଲକ୍ଷ ଟଙ୍କା, ଜଣଙ୍କୁ ଚାକିରି

ପ୍ରତ୍ୟେକ ଶହୀଦ ପରିବାରକୁ ୩୬-୩୬ ଲକ୍ଷ ଟଙ୍କା, ଜଣଙ୍କୁ ଚାକିରି

ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 

ପ୍ରତ୍ୟେକ ଶହୀଦ ପରିବାରକୁ ୩୬-୩୬ ଲକ୍ଷ ଟଙ୍କା, ଜଣଙ୍କୁ ଚାକିରି

ନୂଆଦିଲ୍ଲୀ: ଲଦାଖ ଗଲବାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ତେବେ ଶହୀହଙ୍କ ମଧ୍ୟରେ ୫ ଜଣ ବିହାରର ବାସିନ୍ଦା । ବିହାରର ଏହି ୫ ଶହୀଦ ପରିବାରବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ବିହାର ସରକାର । ପ୍ରତ୍ୟେକ ଶହୀଦ ପରିବାରଙ୍କୁ ୩୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରି ଦେବାକୁ ସରକାର ଘୋଷଣା କରିଛନ୍ତି । 

ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ବିହାରର ଭୋଜପୁର ଜିଲ୍ଲାର ସିପାହୀ ଚନ୍ଦନ କୁମାର, ସହର୍ସା ଜିଲ୍ଲାର ସିପାହୀ କୁନ୍ଦନ କୁମାର, ସମସ୍ତିପୁର ଜିଲ୍ଲାର ସିପାହୀ ଅମନ କୁମାର, ବୈଶାଳୀ ଜିଲ୍ଲାର ସିପାହୀ ଜୟକିଶୋର ଏବଂ ପାଟନା ଜିଲ୍ଲାର ସୁନୀଲ କୁମାର ଗଲବାନ ଘାଟିରେ ଶହୀଦ ହୋଇଥିଲେ । 

ତେବେ ବିହାର ସରକାରଙ୍କ ପକ୍ଷରୁ ସମସ୍ତ ଶହୀଦ ପରିବାରଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଶହୀଦ ପରିବାରଙ୍କୁ ମିଳିବ । ଏହାସହ ୫ ଶହୀଦଙ୍କ ପରିବାରରୁ ଜଣେ ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

Add Zee News as a Preferred Source
About the Author