Advertisement
Article Detail0/zeeodisha/odisha774645
Zee OdishaOdisha National-Internationalମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ପଦ୍ମଫୁଲିଆ ମାସ୍କ

ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ପଦ୍ମଫୁଲିଆ ମାସ୍କ

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଆଚାର ସଂହିତା ଉଲ୍ଲଙ୍ଘନ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିହାର କୃଷି ମନ୍ତ୍ରୀ ପ୍ରେମ କୁମାର। ବୁଥକୁ ସେ ଭୋଟ ଦେବାକୁ ପଦ୍ମ ଫୁଲ ମୁଦ୍ରିତ ମାସ୍କ ପିନ୍ଧି ଯାଇଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି।

ପ୍ରେମ କୁମାର ଗୟା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଛନ୍ତି। ସେ ଏହି ଆସନରୁ ବିଧାୟକ ଭାବେ ୬ ଥର ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟରେ ଗୟା ସମେତ ୧୬ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଛି। ସମସ୍ତଙ୍କ ଭଳି ମନ୍ତ୍ରୀ ପ୍ରେମ କୁମାର ବି ବୁଧବାର ସକାଳେ ମତ ଦାନ କରିବାକୁ ନିଜ ବୁଥକୁ ଯାଇଥିଲେ।

ତେବେ ସେ ପିନ୍ଧିଥିବା ମାସ୍କକୁ ନେଇ ଏବେ ବିବାଦ ଦେଖାଦେଇଛି। ପ୍ରେମ କୁମାର ଏକ ହଳଦୀଆ ରଙ୍ଗର ମାସ୍କ ପିନ୍ଧିଥିଲେ, ଯେଉଁଥିରେ ପଦ୍ମ ଫୁଲ ମୁଦ୍ରିତ ହୋଇଥିଲା। ଯାହାକୁ ନେଇ ଲାଲୁ ପ୍ରସାଦଙ୍କ ନେତୃତ୍ୱାଧିନ ଆରଜେଡି ଦଳ ପ୍ରଶ୍ନ ଉଠାଇଛି। ବିଜେପି ପ୍ରାର୍ଥୀ ହୋଇ ପହ୍ମ ଫୁଲର ମାସ୍କ ପିନ୍ଧି ବୁଥକୁ ଯିବା ବେଆଇନ ବୋଲି ଦଳ କହିଛି।

ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ମତଦାନ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଶେଷ ହୋଇଥିଲା। କିନ୍ତୁ ପ୍ରେମ କୁମାର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ପ୍ରତୀକ ପଦ୍ମ ଫୁଲର ମାସ୍କ ପିନ୍ଧି ବୁଥକୁ ଯାଇଥିବା ଆରଜେଡି ଅଭିଯୋଗ କରିଛି। ସେପଟେ ଏହି ମାମଲାକୁ ନିର୍ବାଚନ ଆୟୋଗଙ୍କ ନଜରକୁ ଆଣିବାକୁ ଦଳ ନିଷ୍ପତ୍ତି ନେଇଛି।

ବିହାର ମନ୍ତ୍ରୀ ପ୍ରେମ କୁମାର
ବିହାର ମନ୍ତ୍ରୀ ପ୍ରେମ କୁମାର

ଅଭିନବ ଉପାୟରେ ଉଲ୍ଲଙ୍ଘନ ହୋଇଛି ନିର୍ବାଚନର ଆଚାର ସଂହିତା। ବିହାର ମନ୍ତ୍ରୀଙ୍କ ବିରୁଧରେ ନିର୍ବାଚନ ଆୟୋଗ ଯିବ ଆରଜେଡି।

Add Zee News as a Preferred Source