ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଆଚାର ସଂହିତା ଉଲ୍ଲଙ୍ଘନ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିହାର କୃଷି ମନ୍ତ୍ରୀ ପ୍ରେମ କୁମାର। ବୁଥକୁ ସେ ଭୋଟ ଦେବାକୁ ପଦ୍ମ ଫୁଲ ମୁଦ୍ରିତ ମାସ୍କ ପିନ୍ଧି ଯାଇଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି।
ପ୍ରେମ କୁମାର ଗୟା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଛନ୍ତି। ସେ ଏହି ଆସନରୁ ବିଧାୟକ ଭାବେ ୬ ଥର ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟରେ ଗୟା ସମେତ ୧୬ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଛି। ସମସ୍ତଙ୍କ ଭଳି ମନ୍ତ୍ରୀ ପ୍ରେମ କୁମାର ବି ବୁଧବାର ସକାଳେ ମତ ଦାନ କରିବାକୁ ନିଜ ବୁଥକୁ ଯାଇଥିଲେ।
Bihar Minister and BJP leader #PremKumar arrives at a polling booth in Gaya to cast his vote wearing a mask with his party's symbol. #BiharElections2020 pic.twitter.com/ROOmwvvHvA
— Zee Salaam (@zeesalaamtweet) October 28, 2020
ତେବେ ସେ ପିନ୍ଧିଥିବା ମାସ୍କକୁ ନେଇ ଏବେ ବିବାଦ ଦେଖାଦେଇଛି। ପ୍ରେମ କୁମାର ଏକ ହଳଦୀଆ ରଙ୍ଗର ମାସ୍କ ପିନ୍ଧିଥିଲେ, ଯେଉଁଥିରେ ପଦ୍ମ ଫୁଲ ମୁଦ୍ରିତ ହୋଇଥିଲା। ଯାହାକୁ ନେଇ ଲାଲୁ ପ୍ରସାଦଙ୍କ ନେତୃତ୍ୱାଧିନ ଆରଜେଡି ଦଳ ପ୍ରଶ୍ନ ଉଠାଇଛି। ବିଜେପି ପ୍ରାର୍ଥୀ ହୋଇ ପହ୍ମ ଫୁଲର ମାସ୍କ ପିନ୍ଧି ବୁଥକୁ ଯିବା ବେଆଇନ ବୋଲି ଦଳ କହିଛି।
ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ମତଦାନ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଶେଷ ହୋଇଥିଲା। କିନ୍ତୁ ପ୍ରେମ କୁମାର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ପ୍ରତୀକ ପଦ୍ମ ଫୁଲର ମାସ୍କ ପିନ୍ଧି ବୁଥକୁ ଯାଇଥିବା ଆରଜେଡି ଅଭିଯୋଗ କରିଛି। ସେପଟେ ଏହି ମାମଲାକୁ ନିର୍ବାଚନ ଆୟୋଗଙ୍କ ନଜରକୁ ଆଣିବାକୁ ଦଳ ନିଷ୍ପତ୍ତି ନେଇଛି।
Trending Photos