ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି
Advertisement

ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି

Bihar Politics: ଏକଦା ନୀତିଶ କୁମାରଙ୍କ ବିଶ୍ୱସ୍ତବାଦୀ ହେବାର ଅଭିଯୋଗ ଲାଗୁଥିଲା । ବର୍ତ୍ତମାନ ସେ ନୀତିଶ କୁମାରଙ୍କ ପୋଲ୍ ଖୋଲିବାରେ ଲାଗିଛନ୍ତି । ସୁଶୀଲ ମୋଦି (Sushil Modi) ଏହା ମଧ୍ୟ କହିଛନ୍ତି ଯେ, ଉପରାଷ୍ଟ୍ରପତି କରିବା ପ୍ରସ୍ତାବକୁ ବିଜେପି ଖାରଜ କରିଦେଇଥିଲା । ଯାହା ପରେ ନୀତିଶ କୁମାର ମେଣ୍ଟ ଭାଙ୍ଗିଛନ୍ତି ।

ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି

ପାଟନା: Bihar Politics: ବିହାର ରାଜନୀତିରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେଇଛି । ନୀତିଶ କୁମାର (Nitish Kumar) ଆଉ ଏବେ ଏନଡିଏ (NDA) ରେ ନାହାଁନ୍ତି । ବର୍ତ୍ତମାନ ସେ ମହାମେଣ୍ଟ (Grand Alliance) ର ଜଣେ ପାର୍ଟନର । ଭାରତୀୟ ଜନତା ପାର୍ଟି (BJP) ଏହାକୁ ଧୋକା ବୋଲି କହୁଛି । ଏହି ସମୟରେ ରାଜ୍ୟ ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦି (Sushil Kumar Modi) ମୋର୍ଚ୍ଚା ସମ୍ଭାଳିଛନ୍ତି । ଯାହାଙ୍କ ଉପରେ ଏକଦା ନୀତିଶ କୁମାରଙ୍କ ବିଶ୍ୱସ୍ତବାଦୀ ହେବାର ଅଭିଯୋଗ ଲାଗୁଥିଲା । ବର୍ତ୍ତମାନ ସେ ନୀତିଶ କୁମାରଙ୍କ ପୋଲ୍ ଖୋଲିବାରେ ଲାଗିଛନ୍ତି । ସୁଶୀଲ ମୋଦି (Sushil Modi) ଏହା ମଧ୍ୟ କହିଛନ୍ତି ଯେ, ଉପରାଷ୍ଟ୍ରପତି କରିବା ପ୍ରସ୍ତାବକୁ ବିଜେପି ଖାରଜ କରିଦେଇଥିଲା । ଯାହା ପରେ ନୀତିଶ କୁମାର ମେଣ୍ଟ ଭାଙ୍ଗିଛନ୍ତି ।

ନୀତିଶ କୁମାର ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ନିଷ୍ପତ୍ତିକୁ ନେଇ ସୁଶୀଲ ମୋଦି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏହା ପଛରେ ମୂଳ କାରଣ ହେଉଛି ନୀତିଶ ନିଜକୁ ଦେଶର ଉପରାଷ୍ଟ୍ରପତି କରିବାକୁ ଚାହୁଁଥିଲେ । ଏଥିପାଇଁ ବିଜେପି ପ୍ରସ୍ତୁତ ନଥିଲା । ନୀତିଶ କୁମାରଙ୍କ ନିକଟୀୟ ଜେଡିୟୁ ନେତାମାନେ ତାଙ୍କୁ ଉପରାଷ୍ଟ୍ରପତି କରିବାକୁ ନିକଟରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ କହିଥିଲେ । ତେବେ ବିଜେପି ଏହାକୁ ବିଚାର କରି ନାହିଁ । ନୀତିଶ ଏନଡିଏ ସହିତ ସମ୍ପର୍କ ଭାଙ୍ଗିବା ଓ ଆରଜେଡି ସହିତ ଯିବାର ଏହା ଏକ ମୁଖ୍ୟ କାରଣ ଥିଲା ।

ଭାରତୀୟ ଜନତା ପାର୍ଟି (BJP) ନେତା ସୁଶୀଲ କୁମାର ମୋଦି ବୁଧବାର କହିଛନ୍ତି ଯେ, ବିହାରର ନୂତନ ସରକାର ୨୦୨୫ରେ ନିଜ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଭାଙ୍ଗି ଯିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତୀୟ ଜନତା ପାର୍ଟି ସହ ସମ୍ପର୍କ ଭାଙ୍ଗି ରାଷ୍ଟ୍ରୀୟ ଜନତା ଦଳ (RJD) ର ମହାମେଣ୍ଟର ନେତା ଭାବରେ ନିର୍ବାଚିତ ହେବାର ଗୋଟିଏ ଦିନ ପରେ ମୋଦି ଏହା କହିଛନ୍ତି । ମୋଦି ଏହା ମଧ୍ୟ କହିଛନ୍ତି ଯେ, ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) କୁ ଭୋଟ୍ ଦେଇଥିବା ବିହାର ଲୋକଙ୍କୁ ଅପମାନିତ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସିଏମ ପଦ ପାଇଁ ତେଜସ୍ୱୀ ଯାଦବ ପ୍ରଥମ ପସନ୍ଦ, ଜାଣନ୍ତୁ ନୀତିଶ କୁମାର ବିଜେପିଠୁ ଅଲଗା ହେବା ପରେ କାହାକୁ ହେଉଛି ଅଧିକ ଲାଭ

ଏହା ବି ପଢ଼ନ୍ତୁ:-ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି

ଏହା ବି ପଢ଼ନ୍ତୁ:-୩୬ ପ୍ରତିଶତ ଶସ୍ତା ମିଳୁଛି ସୁନା! ଜାଣନ୍ତୁ କେମିତି କିଣିବେ ଓ କେଉଁଠି ମିଳିବ

ସେ ଆଗକୁ କହିଛନ୍ତି ଯେ, ନୀତିଶ କୁମାରଙ୍କ ମେଣ୍ଟ ଭାଙ୍ଗିବା କଥା ନୁହେଁ କିନ୍ତୁ ଏହିପରି ମିଛ କୁହନ୍ତୁ ନାହିଁ । ତାଙ୍କ ଓ ଆମର ସାଥ୍ ୧୭ ବର୍ଷର ଥିଲା । କେବଳ ବିଜେପି କାରଣରୁ ନୀତିଶ ସିଏମ ହୋଇପାରିଛନ୍ତି । ନଭେମ୍ବର ୨୦୦୫ରେ ଯେତେବେଳେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କଲା, ସେତେବେଳେ ତତ୍କାଳୀନ ସମତା ପାର୍ଟିର ପ୍ରମୁଖ ନେତା ଜର୍ଜ ଫର୍ଣ୍ଣାଣ୍ଡିସ୍, ପ୍ରଭୁନାଥ ସିଂ ନୀତିଶଙ୍କୁ ସିଏମ୍ ହେବାକୁ ବିରୋଧ କରିଥିଲେ । ସମତା ପାର୍ଟି ନେତାଙ୍କ ବିରୋଧ ପରେ ମଧ୍ୟ ସେ ନୀତିଶଙ୍କ ନାମ ଉପରେ ବିଜେପି ହାଇକମାଣ୍ଡକୁ ରାଜି କରାଇଥିଲେ । ଏହା ସତ୍ତ୍ୱେ ନୀତିଶ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ​​ବିହାରର ପଛୁଆ ବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏନଡିଏ ସହିତ ଆସିଥିଲେ । ନରେନ୍ଦ୍ର ମୋଦି ମଧ୍ୟ ପଛୁଆ ସମାଜରୁ ଆସନ୍ତି ଓ ତେଣୁ ବିହାରର ପଛୁଆ ସମାଜ ଏନଡିଏ ସହିତ ଆସିଛି । ବିହାରର ୩୦ ପ୍ରତିଶତ ପଛୁଆ ସମାଜର ଭୋଟକୁ ଅପମାନିତ କରି ନୀତିଶ ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ।