Advertisement
Article Detail0/zeeodisha/odisha2991752

ବିହାରରେ ରେକର୍ଡ ସଂଖ୍ୟକ ମତଦାନ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଅଧିକ ମତଦାନ ରାେକର୍ଡ କରାଯାଇଛି। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବିହାର ଇତିହାସରେ ସର୍ବାଧିକ ୬୪.୬୬% ଭୋଟ ହାର ସହିତ ଏକ ଉତ୍ସବମୁଖର ଓ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି। ମୁଖ୍ୟ

  • ଶାନ୍ତିଶୃଙ୍ଖଳାର ସହିତ ମତଦାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର  କୁମାର ନିର୍ବାଚନ ଆୟୋଗର ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ରହି ପ୍ରିଜାଇଡିଂ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ଙ୍କ ସହିତ ଆବଶ୍ୟକସ୍ଥଳେ ଯୋଗାଯୋଗ କରିଥିଲେ । ରାଜ୍ୟର ୧୮ ଟି ଜିଲ୍ଲାର ୧୨୧ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ (AC) ରେ ଆଜି ମତଦାନ ହୋଇଥିଲା, ମତଦାତାଙ୍କ ସଂଖ୍ୟା ୩.୭୫ କୋଟିରୁ ଅଧିକ ଥିଲା ।

Trending Photos

ବିହାରରେ ରେକର୍ଡ ସଂଖ୍ୟକ ମତଦାନ

ହାର ନିର୍ବାଚନ ୨୦୨୫ ପର୍ଯ୍ୟାୟ-୧ ମତଦାନ

ଐତିହାସିକ ୬୪.୬୬% ଭୋଟଦାନ

ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଅଧିକ ମତଦାନ ରାେକର୍ଡ କରାଯାଇଛି। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବିହାର ଇତିହାସରେ ସର୍ବାଧିକ ୬୪.୬୬% ଭୋଟ ହାର ସହିତ ଏକ ଉତ୍ସବମୁଖର ଓ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି।

Add Zee News as a Preferred Source

ମୁଖ୍ୟ ନିର୍ବାଚନ କମିଶନର  ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡ଼ଃ ସୁଖବୀର ସିଂହ ସାନ୍ଧୁ ଏବଂ ଡ଼ଃ ବିବେକ ଜୋଶୀ ଲାଇଭ୍-ୱେବକାଷ୍ଟିଂ ମାଧ୍ୟମରେ ମତଦାନ ଉପରେ ତୀକ୍ଷ୍ଣ ନଜର ରଖିଥିଲେ।  ବିହାରରେ ପ୍ରଥମ ଥର ପାଇଁ ୧୦୦% ମତଦାନ କେନ୍ଦ୍ରରେଲାଇଭ୍-ୱେବକାଷ୍ଟିଂ ସୁନିଶ୍ଚିତ କରାଯାଇଥିଲା ।

ଶାନ୍ତିଶୃଙ୍ଖଳାର ସହିତ ମତଦାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର  କୁମାର ନିର୍ବାଚନ ଆୟୋଗର ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ରହି ପ୍ରିଜାଇଡିଂ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ଙ୍କ ସହିତ ଆବଶ୍ୟକସ୍ଥଳେ ଯୋଗାଯୋଗ କରିଥିଲେ । ରାଜ୍ୟର ୧୮ ଟି ଜିଲ୍ଲାର ୧୨୧ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆଜି ମତଦାନ ହୋଇଥିଲା, ମତଦାତାଙ୍କ ସଂଖ୍ୟା ୩.୭୫ କୋଟିରୁ ଅଧିକ ଥିଲା ।

ବିହାରରେ ପ୍ରଥମ ଥର ପାଇଁ, ଆନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ  ର ଅଂଶ ଭାବରେ  ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ବେଲଜିୟମ ଏବଂ କଲମ୍ବିଆ ଦେଶର ୧୬ ଜଣ ପ୍ରତିନିଧି ନିର୍ବାଚନ ପ୍ରକ୍ରିୟାର ଅନୁଭବ ନେଇଥିଲେ । ପ୍ରତିନିଧି ମାନେ ବିହାର ନିର୍ବାଚନର ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟାର ଉଚ୍ଚ ପ୍ରଶଂସା କରିଛନ୍ତି ।

ଗତକାଲି ରାତି ୧୧:୨୦ ସୁଦ୍ଧା ୪ ଲକ୍ଷରୁ ଅଧିକ ଅଧିକାରୀ ଓ କର୍ମଚାରୀ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଆଜି ସକାଳ ୭ଟା ପୂର୍ବରୁ ମୋକ ପୋଲ ସମାପ୍ତ ହୋଇଥିଲା ଏବଂ ସମସ୍ତ ୪୫,୩୪୧ ମତଦାନ କେନ୍ଦ୍ରରେ ଏକକାଳୀନ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଆରମ୍ଭ ହୋଇଥିଲା।

ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ ମତଦାନ କେନ୍ଦ୍ର ଛାଡ଼ିବା ପୂର୍ବରୁ ପ୍ରିଜାଇଡିଂ ଅଧିକାରୀମାନେ ମତଦାନ ସମାପ୍ତ ହେବା ସମୟରେ ଭୋଟର ସଂଖ୍ୟାକୁ ଅପଡେଟ୍ କରିଥିଲେ ।

*ଭୋଟର ମତଦାନ ସଂଖ୍ୟା ଆଜି ରାତି ୮.୧୫ ପର୍ଯ୍ୟନ୍ତ ୧,୫୭୦ ପ୍ରିଜାଇଡିଂ ଅଧିକାରୀ ଏପର୍ଯ୍ୟନ୍ତ ECINet ରେ ସଂଖ୍ୟା ଅପଡେଟ୍ କରିନାହାଁନ୍ତି।

ଭୋଟରମାନେ ଇ.ଭି.ଏମ ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଦେଖି ଖୁସିବ୍ୟକ୍ତ କରିଥିଲେ । ଅନ୍ୟାନ୍ୟ ନୂତନ ପଦକ୍ଷେପ
ମଧ୍ୟରେ ମତଦାନ କେନ୍ଦ୍ରରେ ମୋବାଇଲ୍ ଜମା ସୁବିଧା, ସହଜ ପଠନୀୟତା ପାଇଁ ନୂତନ ଭାବରେ ଡିଜାଇନ୍ ହୋଇଥିବା ଭୋଟର ସୂଚନା ସ୍ଲିପ୍ (VIS) ଏବଂ ପ୍ରତି ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ହ୍ରାସ କରିବା ପାଇଁ ସୁଚିନ୍ତିତ ପଦକ୍ଷେପ ଅନ୍ତର୍ଭୁକ୍ତ ଅଟେ । 

ସମସ୍ତ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ଭୋଟରମାନଙ୍କ ସୁବିଧା ପାଇଁ ହ୍ୱିଲଚେୟାର ଏବଂ ସ୍ୱେଚ୍ଛାସେବୀଙ୍କୁ ସଂଯୁକ୍ତ କରାଯାଇଥିଲା । ଭିନ୍ନକ୍ଷମ ଭୋଟରମାନଙ୍କୁ ସେମାନଙ୍କର ମତଦାନ କେନ୍ଦ୍ରରେ ସୁରୁଖୁରୁରେ ପହଞ୍ଚିବା ପାଇଁ ଇ-ରିକ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା । ଜିଲ୍ଲାୱାରୀ ଏବଂ ନିର୍ବାଚନ ମଣ୍ଡଳୀ ୱାରୀ ଆନୁମାନିକ ଭୋଟର ସଂଖ୍ୟା ECINet ଆପରେ ଉପଲବ୍ଧ।

About the Author