କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ
Advertisement

କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ

ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ (FAHD) ଏକ ବୟାନରେ କହିଛି ଯେ, ବାର୍ଡ ଫ୍ଲୁ ବ୍ୟାପିବା ବିଷୟରେ ଲୋକମାନେ ଅଣବୈଜ୍ଞାନିକ ଗୁଜବକୁ ଧ୍ୟାନ ଦେବା ଉଚିତ୍ ନୁହେଁ ।

କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: କୋରୋନା (Coronavirus) ପରେ ଏବେ ଦେଶ ବାର୍ଡ ଫ୍ଲୁ (Bird Flu) ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହା ମଧ୍ୟରେ ଏକ ଭଲ ଖବର ରହିଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକକୁ ପୋଲ୍ଟ୍ରି (Poultry) ର ବିକ୍ରି ଉପରେ ଥିବା ପ୍ରତିବନ୍ଧକ ହଟାଇବାକୁ କହିଛି ।  ଭଲ ଭାବେ ରନ୍ଧା ହୋଇଥିବା ଚିକେନ୍ (Chicken) ଏବଂ ଅଣ୍ଡା (Egg) କୁ ସୁରକ୍ଷିତ ହେବାର ଆଶ୍ୱାସନା ଦେଇ କେନ୍ଦ୍ର ସରକାର (Central Govt) ଶନିବାର  ପୋଲ୍ଟ୍ରି ବିକ୍ରି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଅଣ ସଂକ୍ରମିତ ଅଞ୍ଚଳ /ରାଜ୍ୟଗୁଡ଼ିକରେ ପୋଲ୍ଟ୍ରି ଉତ୍ପାଦର ବିକ୍ରୟ କରିବାକୁ ଅନୁମତି ଦିଆଯାଉ ବୋଲି କେନ୍ଦ୍ର କହିଛି । ଆପଣଙ୍କୁ କହି ରଖୁଛୁ ଯେ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ ବାର୍ଡ ଫ୍ଲୁ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ ୱାର୍ଡ ବୟଙ୍କ ମୃତ୍ୟୁ, ୨୪ ଘଣ୍ଟା ପୂର୍ବେ ଦିଆଯାଇଥିଲା କୋରୋନା ଟିକା

ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ (FAHD) ଏକ ବୟାନରେ କହିଛି ଯେ, ବାର୍ଡ ଫ୍ଲୁ ବ୍ୟାପିବା ବିଷୟରେ ଲୋକମାନେ ଅଣବୈଜ୍ଞାନିକ ଗୁଜବକୁ ଧ୍ୟାନ ଦେବା ଉଚିତ୍ ନୁହେଁ । ମନ୍ତ୍ରଣାଳୟ କହିଛି ଯେ ପ୍ରତିବନ୍ଧକ ଯୋଗୁଁ ପୋଲ୍ଟ୍ରି ଏବଂ ଅଣ୍ଡା ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଏହା ଦ୍ୱାରା କୁକୁଡ଼ା ଓ ମକା ଚାଷୀ ପ୍ରଭାବିତ ହୋଇଛନ୍ତି, ଯେଉଁମାନେ ପୂର୍ବରୁ କୋଭିଡ-19 ମହାମାରୀ ଦ୍ୱାରା ପ୍ରଭାବିତ ଅଛନ୍ତି । 

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

FAHD କହିଛି ଯେ ରାଜ୍ୟକୁ ଅନୁରୋଧ କରାଯାଇଛି ଯେ ସେମାନେ କୁକୁଡ଼ା ଓ କୁକୁଡ଼ା ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମିତ ହୋଇନଥିବା ଅଞ୍ଚଳ/ ରାଜ୍ୟରୁ କୁକୁଡ଼ା ଏବଂ କୁକୁଡ଼ା ଉତ୍ପାଦ ବିକ୍ରୟକୁ ଅନୁମତି ଦେବା ପାଇଁ ରାଜ୍ୟଗୁଡିକର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଛି । କୁହାଯାଇଛି ଯେ ଭଲ ରନ୍ଧା ଖାଦ୍ୟ, ଚିକେନ୍ ଏବଂ ଅଣ୍ଡା ମଣିଷ ପାଇଁ ନିରାପଦ ଅଟେ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ କି ଶିବରାଜ ସରକାର?

ଉଲ୍ଲେଖନୀୟ କଥା ହେଉଛି, ବାର୍ଡ ଫ୍ଲୁର ଅଧିକାଂଶ ଷ୍ଟ୍ରେନ୍ ମନୁଷ୍ୟକୁ ପ୍ରଭାବିତ କରେ ନାହିଁ । ଅବଶ୍ୟ, ଏହି ରୋଗ ସଂକ୍ରମିତ ପକ୍ଷୀର ମଳ, ନାକ, ପାଟି ମାଧ୍ୟମରେ ବ୍ୟାପିପାରେ, କିନ୍ତୁ ଥରେ ରନ୍ଧା ହେବା ପରେ କୁକୁଡା କିମ୍ବା ପୋଲ୍ଟ୍ରି ଖାଦ୍ୟ ଖାଇବା ମଧ୍ୟ ନିରାପଦ ଅଟେ ।