• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଜିଏସଟି କ୍ଷତିପୂରଣ ପ୍ରଦାନ କରିବାକୁ ବିଜେଡି-କଂଗ୍ରେସର ଦାବି, ଜବାବ ରଖିଲା ବିଜେପି

ଅନ୍ୟପକ୍ଷେ ବର୍ତ୍ତମାନ ଦେଶ ଆର୍ଥିକ ସ୍ଥିତି ଠିକ ନଥିବାବେଳେ ଏଭଳି କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ଏଭଳି ଜିଦ ନକରି ସରକାରଙ୍କ ବିକଳ୍ପକୁ ଗ୍ରହଣ କରିବାକୁ କହିଛି ବିଜେପି ।

ଜିଏସଟି କ୍ଷତିପୂରଣ ପ୍ରଦାନ କରିବାକୁ ବିଜେଡି-କଂଗ୍ରେସର ଦାବି, ଜବାବ ରଖିଲା ବିଜେପି

ଭୁବନେଶ୍ୱର(ମଳୟ ରଞ୍ଜନ ମହାନ୍ତି): ରାଜ୍ୟକୁ ଦ୍ରବ୍ୟ ଓ ସେବା କର-ଜିଏସଟି (GST-Goods & Service Tax) କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ବାଧ୍ୟ । ଜିଏସଟି ନିୟମରେ ଏ କଥା ବିଧିବଦ୍ଧ ଭାବେ ରହିଛି । କୌଣସି କାରଣ ଦେଖାଇ ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ରାଜ୍ୟକୁ ନ ଦେବା ଆଦୌ ଗ୍ରହଣୀୟ ନୁହେଁ । କୌଣସି ବିକଳ୍ପ ମଧ୍ୟ ଗ୍ରହଣୀୟ ନୁହେଁ । 

ତୁରନ୍ତ ଓଡିଶାର ହକ କେନ୍ଦ୍ର ସରକାର ଦିଅନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଦାବି କରିଛନ୍ତି । ଆସନ୍ତା ଗୁରୁବାର ଦିନ ଜିଏସଟି କାଉନସିଲ ବୈଠକ ଥିବାରୁ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେଇ ରାଜ୍ୟର ହକ ଅର୍ଥ ତୁରନ୍ତ ଦେବାକୁ କଂଗ୍ରେସ ଦାବି କରିଛି । ଏପରିକି ବିଜେଡି ଏ ପ୍ରସଙ୍ଗରେ ଚୁପ ନ ରହି କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରୁ ବୋଲି ଦାବି କରିଛି କଂଗ୍ରେସ । 

ଅନ୍ୟପକ୍ଷେ ବିଜେଡି ମଧ୍ୟ ଜିଏସଟି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛି। ଜିଏସଟି ନିୟମ ଅନୁଯାୟୀ କ୍ଷତିପୂରଣ ବାବଦ ଅର୍ଥ କେନ୍ଦ୍ର ସରକାର ତୁରନ୍ତ ଭରଣା କରିବା କଥା । ହେଲେ ପୂର୍ବର ବଳକା କ୍ଷତିପୂରଣ ବାବଦ ଅର୍ଥ ମଧ୍ୟ ଓଡିଶାକୁ ମିଳିନାହିଁ । ଜିଏସଟି ବାବଦରେ ଓଡିଶା ପାଇବାକୁ ଥିବା ସମସ୍ତ ଅର୍ଥ ତୁରନ୍ତ ଦେବାକୁ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଦାବି କରିଛନ୍ତି । 

ଅନ୍ୟପକ୍ଷେ ବର୍ତ୍ତମାନ ଦେଶ ଆର୍ଥିକ ସ୍ଥିତି ଠିକ ନଥିବାବେଳେ ଏଭଳି କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ଏଭଳି ଜିଦ ନକରି ସରକାରଙ୍କ ବିକଳ୍ପକୁ ଗ୍ରହଣ କରିବାକୁ କହିଛି ବିଜେପି । ଏପରିକି ସରକାର ଶହ ଶହ କୋଟି ଟଙ୍କା କୋଭିଡ ଏବଂ ଅନ୍ୟାନ୍ୟା ଆଳରେ ହଡପ କରୁଥିବା ବେଳେ ଜିଏସଟି କ୍ଷତିପୂରଣ ବାବଦ ଅର୍ଥକୁ ନେଇ କାହିଁକି ରାଜନୀତି କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । 

ଏପରିକି କଂଗ୍ରେସ ଦେଶକୁ ଦୀର୍ଘ ବର୍ଷ ଧରି ଲୁଟ କରି ଆସୁଥିବାବେଳେ ବର୍ତ୍ତମାନ କାହିଁକି ସତୀତ୍ୱ ଦେଖାଉଛି ବୋଲି ପ୍ରଶ୍ନ କରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏ କଥା କହିଛନ୍ତି । ଜିଏସଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ୟକୁ ବିକଳ୍ପ ଭାବେ ଋଣ ନେବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିବାବେଳେ କୌଣସି ରାଜ୍ୟ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । ବିକଳ୍ପ ସମ୍ପର୍କରେ ମତ ଦେବାକୁ ରାଜ୍ୟକୁ ୭ ଦିନ ସମୟ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ । ଏଭଳି ସ୍ଥିତିରେ ଆସନ୍ତା ଗୁରୁବାର କେନ୍ଦ୍ର ସରକାର ଏହା ଉପରେ କିଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର ।