• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

'ଜେଡିୟୁ, ଏଲଜେପି, ଓୱେସୀଙ୍କ ସହ ଗଠବନ୍ଧନ କରିଛି ବିଜେପି'

 ଏଥର ଲଢେଇ ମୁଖ୍ୟତଃ ଏନଡିଏ-ମହାମେଣ୍ଟ ମଧ୍ୟରେ ହେବାକୁ ଯାଉଛି। 

'ଜେଡିୟୁ, ଏଲଜେପି, ଓୱେସୀଙ୍କ ସହ ଗଠବନ୍ଧନ କରିଛି ବିଜେପି'

ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଲାଗି ବିଭିନ୍ନ ଦଳଙ୍କ ମଧ୍ୟରେ ନିର୍ବାଚନୀ ମେଣ୍ଟ ଗଠନ ହେବା ସହ ଆସନ ଭାଗବଣ୍ଟା ହୋଇସାରିଛି। ଏଥର ଲଢେଇ ମୁଖ୍ୟତଃ ବିଜେପି (BJP) ନେତୃତ୍ୱାଧିନ ଏନଡିଏ (NDA), ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ନେତୃତ୍ୱାଧିନ ମହାମେଣ୍ଟ (Grand Alliance) ମଧ୍ୟରେ ହେବାକୁ ଯାଉଛି। 

ଏନଡିଏରେ ବିଜେପିକୁ ଛାଡି ଜନତାଦୟ ୟୁନାଇଟେଡ-ଜେଡିୟୁ (JDU-Janata Dal United), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା-ହାମ (HAM-Hindustani Awami Morcha), ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (Vikassheel Insaan Party-VIP) ଆଦି ଦଳ ସାମିଲ ଅଛନ୍ତି। ପୂର୍ବରୁ ଏହି ମେଣ୍ଟରେ ସାମିଲ ଥିଲା ଲୋକ ଜନଶକ୍ତି ପାର୍ଟି-ଏଲଜେପି (LJP-lok Janshakti Party)। 
ଅନ୍ୟପଟେ ମହାମେଣ୍ଟରେ ଆରଜେଡିକୁ ଛାଡି କଂଗ୍ରେସ (Congress), ସିପିଆଇ (CPI), ସିପିଏମ (CPM), ସିପିଆଇଏମଏଲ (CPIML) ଆଦି ଦଳ ସାମିଲ ଅଛନ୍ତି। 

ବିରୋଧି ଏନଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପିକୁ ଟାର୍ଗେଟ କରି କଂଗ୍ରେସ ବିଧାନ ପରିଷଦ ସଦସ୍ୟ (Congress MLC) ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ବିଜେପି ବିହାରରେ ୩ଟି ଗଠବନ୍ଧନ ସହ ନିର୍ବାଚନ ଲଢୁଛି। ଜେଡିୟୁ ବ୍ୟତୀତ ଏହି ଦଳ ଏଲଜେପି ଏବଂ ହାଇଦ୍ରାବାଦ ସାଂସଦ (Hyderabad MP) ଅସାଦୁଦ୍ଦିନ ୱୱେସୀ (Asaduddin Owaisi) ଙ୍କ ନେତୃତ୍ୱାଧିନ ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ୍-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen) ସହ ଗଠବନ୍ଧନ କରିଛି।  

ଜେଡିୟୁ ସହିତ ହୋଇଥିବା ମେଣ୍ଟ କେବଳ ଲୋକ ଦେଖାଣିଆ। ହେଲେ ବିଜେପିର ନିର୍ବାଚନୀ ଏଜେଣ୍ଡା ଲୁକାୟିତ ରହିଛି। ବିଜେପିର ଏକମାତ୍ର ପ୍ରୟାସ ହେଉଛି ନୀତୀଶ କୁମାରଙ୍କ ସହ ମୂଲଚାଲ କରିବା । କଂଗ୍ରେସ ନେତା ସୁଶୀଲ ମୋଦୀଙ୍କ ଏଲଜେପି ବାବଦରେ ଦିଆଯାଇଥିବା ବୟାନ କେବଳ ଏକ ଅଦରକାରୀ ପ୍ରୟାସ ବୋଲି ସେ କହିଛନ୍ତି।

ଏହା ସହ କଂଗ୍ରେସ ନେତା, ବିଜେପି ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବଙ୍କ ବିବୃତ୍ତିକୁ ଟାର୍ଗେଟ କରି କହି ଛନ୍ତି ଆଜିକାଲି ବିଜେପି ନେତା ନିରାଶ ହୋଇ ବିବୃତ୍ତି ଦେଉଛନ୍ତି। ସେମାନଙ୍କ ନିକଟରେ ନିଜର କାମ ବାବଦରେ କିଛି କହିବାକୁ ନାହିଁ। ବେଳେବେଳେ ସେମାନେ ପାକିସ୍ତାନ ଆତଙ୍କବାଦୀଙ୍କ ବିଷୟରେ କହୁଛନ୍ତି ଏବଂ ବର୍ତ୍ତମାନ ବାମପନ୍ଥୀ ଆତଙ୍କବାଦ ଉପରେ ଭାଷଣ ଦେଉଛନ୍ତି। ବାସ୍ତବରେ ବିଜେପି ନିଜର ଚରମପନ୍ଥୀ ଚିନ୍ତାଧାରା ପାଇଁ ପରିଚିତ । ସେଥିପାଇଁ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ଉଗ୍ର ହୋଇଉଠନ୍ତି। ଆମେ ସମସ୍ତେ ମହାମେଣ୍ଟରେ ରହି ନିର୍ବାଚନ ଲଢୁଛୁ। ବିଜୟ କେବଳ ଆମର ହେବ।