Advertisement
Article Detail0/zeeodisha/odisha2673969

ମହିଳା ଦିବସରେ ବଡ଼ ଘୋଷଣା କଲେ ଜେପି ନଡ୍ଡା, ମହିଳାଙ୍କୁ ମିଳିବ ମାସକୁ ୨୫୦୦ ଟଙ୍କା !

ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ ଜିପି ନଡା କହିଛନ୍ତି ଯେ, ଦିଲ୍ଲୀରେ ମହିଳାମାନଙ୍କୁ ୨୫୦୦ ଟଙ୍କା ମିଳିବା ପାଇଁ 'ମହିଳା ସମୃଦ୍ଧି ଯୋଜନା'କୁ ଅନୁମୋଦନ କରାଯାଇଛି। ଖୁସିର ସହ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଜେପି ନଡା । ମହିଳା ସମୃଦ୍ଧି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋଟ ୫୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ମହିଳା ଦିବସରେ ବଡ଼ ଘୋଷଣା କଲେ ଜେପି ନଡ୍ଡା, ମହିଳାଙ୍କୁ ମିଳିବ ମାସକୁ ୨୫୦୦ ଟଙ୍କା !

Mahila Samridhi Yojana: ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀରେ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ ଜିପି ନଡା କହିଛନ୍ତି ଯେ, ଦିଲ୍ଲୀରେ ମହିଳାମାନଙ୍କୁ ୨୫୦୦ ଟଙ୍କା ମିଳିବା ପାଇଁ 'ମହିଳା ସମୃଦ୍ଧି ଯୋଜନା'କୁ ଅନୁମୋଦନ କରାଯାଇଛି। ଖୁସିର ସହ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଜେପି ନଡା । ମହିଳା ସମୃଦ୍ଧି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋଟ ୫୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଜେପି ନଡ୍ଡା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମହିଳା ଦିବସରେ ମୁଁ ମହିଳା ସଶକ୍ତିକରଣକୁ ସଲାମ କରୁଛି । ଦିଲ୍ଲୀରେ ବିଜେପି ସରକାର ଗଠନରେ ଯୋଗ ଦେଇଥିବା ସମସ୍ତ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ବିଜୟ କେବଳ ମହିଳାଙ୍କ ଆଶୀର୍ବାଦ ଏବଂ ସମର୍ଥନ କାରଣରୁ ସମ୍ଭବ ହୋଇପାରିଛି।  ଆମ ସରକାରଙ୍କ ଧ୍ୟାନ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଦେଶକୁ ଆଗକୁ ନେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ମହିଳା ସଶକ୍ତିକରଣ ବିକଶିତ ହୁଏ ସେତେବେଳେ ବିଶ୍ୱ ବିକଶିତ ହୋଇଥାଏ । ତେଣୁ ଭାରତୀୟ ଜନସଂଘ ଏବଂ ଭାରତୀୟ ଜନତା ପାର୍ଟି ସର୍ବଦା ମହିଳା ସଶକ୍ତିକରଣକୁ ଧ୍ୟାନ ଦେଇ ଆଗକୁ ବଢ଼ିଛନ୍ତି।

Add Zee News as a Preferred Source

ଜେପି ନଡା ଏକଥା ମଧ୍ୟ କହିଥିଲେ ଯେ, ୟୁପିଏ ଏବଂ ଅନ୍ୟ ଦଳଗୁଡ଼ିକ ତିନି ଦଶନ୍ଧି ଧରି ଯେଉଁ କାମ କରିପାରି ନଥିଲେ ସେହି କାମକୁ ମୋଦୀ ମାତ୍ର ତିନି ଦିନରେ କରିଛନ୍ତି। ବର୍ତ୍ତମାନ ରାଜ୍ୟସଭା ଏବଂ ଲୋକସଭାରେ ସର୍ବାଧିକ ସଂଖ୍ୟକ ମହିଳା ବିଜେପିରୁ ଅଛନ୍ତି। ଯେଉଁ ଘରେ ମହିଳାଙ୍କ ପ୍ରତି ସମ୍ମାନ ନାହିଁ ସେ ଘର କଦାପି ଆଗକୁ ବଢ଼ିପାରେ ନାହିଁ। ଯେଉଁ ଦେଶରେ ମହିଳାଙ୍କୁ ସମ୍ମାନ ମିଳେନାହିଁ ସେ ଦେଶ ମଧ୍ୟ ଆଗକୁ ବଢ଼ିପାରିବ ନାହିଁ। ପ୍ରଧାନମନ୍ତ୍ରୀ ଏକଥା ବୁଝିଛନ୍ତି ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ କାମ କରିଛନ୍ତି।

ପୂର୍ବରୁ ମହିଳାମାନଙ୍କୁ ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ କରାଯାଉଥିଲା। କିନ୍ତୁ ସରକାରଙ୍କ ପଦକ୍ଷେପ ୧୨ କୋଟି ମହିଳାଙ୍କୁ ସେମାନଙ୍କର ପ୍ରାପ୍ୟ ସମ୍ମାନ ଦେବା ସହ ସଶକ୍ତିକରଣ କରିଥିଲା । ୨୦୧୪ ପୂର୍ବରୁ ଆମର ଭାରତ କିପରି ଥିଲା ଥରେ ଭାବନ୍ତୁ ବୋଲି ନଡା ପଚାରିଥିଲେ । ଆମ ସରକାରଙ୍କ ସମସ୍ତ ଯୋଜନା ମହିଳାମାନଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ କାମ କରିଛି । ଉଜ୍ଜ୍ୱଳା ଯୋଜନାରେ କେବଳ ଏକ ଗ୍ୟାସ ସିଲିଣ୍ଡର ନଥିଲା ବରଂ ଏହା ମହିଳା ସଶକ୍ତିକରଣର ଏକ ରୂପ ଥିଲା । କେବଳ ସେତିକି ନୁହେଁ, ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ କରାଯାଇଛି । ଆମ ସରକାର ମହିଳାମାନଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ଦେଇଛନ୍ତି। ଏବେ ମହିଳାମାନେ ସେନାରେ ମଧ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । କାର୍ଯ୍ୟରତ ମହିଳାଙ୍କ ପାଇଁ ମାତୃତ୍ୱ ଛୁଟିକୁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି । ଯାହା ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

About the Author