ବିହାର ନିର୍ବାଚନର ମାତ୍ର ୩ ଦିନ ପୂର୍ବରୁ ବିଜେପିକୁ ଶକ୍ତ ଛଟକା ଲାଗିଛି। ନିର୍ବାଚନ ଦାୟୀତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ୍ ବାହାରିଛନ୍ତି।
Trending Photos
)
ପାଟନା: ଠିକଣା ସମୟରେ ବିଜେପିର ଚକ ପମ୍ପଚର କରିଦେଲା କରୋନା। ବିହାର ନିର୍ବାଚନକୁ ମାତ୍ର ଆଉ କେଇଟା ଦିନ ବାକି ଅଛି। ଆଉ ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପକ୍ଷରୁ ବିହାର ଦାୟୀତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ କରୋନା ଆକ୍ରାନ୍ତ ହୋଇଛନ୍ତି।
ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପି ପକ୍ଷରୁ ନିର୍ବାଚନ ଦାୟୀତ୍ୱ ଦିଆଯାଇଛି। ଦଳୀୟ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ମେଣ୍ଟ ଓ ରାଲି ପର୍ଯ୍ୟନ୍ତ ସବୁ ଟିକିନିକି କଥା ଦେବେନ୍ଦ୍ର ବୁଝୁଛନ୍ତି। ସମସ୍ତ ପ୍ରସ୍ତୁତି ଚୂଡନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଆଗକୁ ପ୍ରଧାନମନ୍ତ୍ରୀଙ୍କ ୧୨ଟି ରାଲି ଅଛି। ଏହି ସମୟରେ ଦେବେନ୍ଦ୍ର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ବିଜେପି କ୍ୟାମ୍ପଙ୍କୁ ଶୀତଳ କରିଦେଇଛି।
କରୋନା ପଜିଟିଭ୍ ହୋଇଥିବା ଖବର ନିଜେ ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ କରି ଜଣାଇଛନ୍ତି। ସେ କହିଛନ୍ତି ଯେ, "ମୁଁ ଲକଡାଉନ ପରଠୁ ଲଗାତାର କାମ କରିଆସୁଛି। ତେଣୁ ଭଗବାନ ଜାଣିଶୁଣି ମୋତେ କିଛି ସମୟ ବିରତି ଦେବାକୁ ଚାହିଁଛନ୍ତି। ମୁଁ କରୋନା ପଜିଟିଭ୍ ବାହାରିଛି ଓ ଆଇସୋଲେସନରେ ଅଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୋର ଚିକିତ୍ସା ବି ଚାଲୁଛି।"
ଏହା ବ୍ୟତୀତ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ଦେବେନ୍ଦ୍ର ଅପିଲ କରିଛନ୍ତି। ତେବେ ଗତ ଦିନରେ ଦେବେନ୍ଦ୍ର ବିହାରରେ ଅନେକ ବୈଠକ ଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତାଙ୍କ ସଂସ୍ପର୍ଷରେ ଶହ ଶହ ଲୋକ ଆସିଛନ୍ତି। ଏହାକୁ ନେଇ ବିହାର ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଏଥର ତିନୋଟି ପର୍ଯ୍ୟାୟରେ ବିହାରରେ ବିଧାନସଭାର ମୋଟ ୨୪୩ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ୨୮ ତାରିଖରେ ପ୍ରଥମ, ନଭେମ୍ବର ୩ରେ ଦ୍ୱିତୀୟ ଓ ନଭେମ୍ବର ୭ରେ ଶେଷ ପର୍ଯାୟ ମତଦାନ ହେବ। ତେବେ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ବାହାରିବ।