Advertisement
Article Detail0/zeeodisha/odisha2681200
Zee OdishaOdisha National-InternationalBJP Leader: ହୋଲିରେ ଅଘଟଣ: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

BJP Leader: ହୋଲିରେ ଅଘଟଣ: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ସୋନିପତ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ହୋଲି ରାତିରେ ଘଟିଥିଲା। ମୃତ ବିଜେପି ନେତାଙ୍କ ନାମ ସୁରେନ୍ଦ୍ର ଜବାହର ବୋଲି ଚିହ୍ନଟ କରାଯାଇଛି। ସୁରେନ୍ଦ୍ର ସୋନିପତର ମୁଣ୍ଡଲାନାର ଡିଭିଜନାଲ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ଗୁଳି କରାଯାଇଥିଲା।

BJP Leader: ହୋଲିରେ ଅଘଟଣ: ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

BJP Leader: ନୂଆଦିଲ୍ଲୀ: ହରିୟାଣାର ସୋନିପତ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ହୋଲି ରାତିରେ ଘଟିଥିଲା। ମୃତ ବିଜେପି ନେତାଙ୍କ ନାମ ସୁରେନ୍ଦ୍ର ଜବାହର ବୋଲି ଚିହ୍ନଟ କରାଯାଇଛି। ସୁରେନ୍ଦ୍ର ସୋନିପତର ମୁଣ୍ଡଲାନାର ଡିଭିଜନାଲ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ଗୁଳି କରାଯାଇଥିଲା। ବିଜେପି ନେତାଙ୍କ ହତ୍ୟା ପରେ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ସୋନିପତର ଗୋହାନାରେ ବିଜେପିର ମୁଣ୍ଡଲାନା ମଣ୍ଡଳ ସଭାପତି ସୁରେନ୍ଦ୍ର ଜବାହରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହୋଲି ରାତିରେ ପ୍ରାୟ ୯.୩୦ ସମୟରେ ଜବାହାର ଗାଁରେ ଜଣେ ପଡ଼ୋଶୀ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜମି ବିବାଦକୁ ନେଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା।

 

Add Zee News as a Preferred Source

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତାଙ୍କର ତାଙ୍କ ପଡ଼ୋଶୀଙ୍କ ସହ ଜମିଜମା ବାବଦୀୟ ବିବାଦ ରହିଥିଲା। ବିଜେପି ନେତା ସୁରେନ୍ଦ୍ରଙ୍କର ତାଙ୍କ ସମ୍ପର୍କିୟ ମାଉସୀଙ୍କଠାରୁ ଜମି କିଣିଥିଲେ। ଯାହାକୁ ନେଇ ପଡ଼ୋଶୀ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଥିଲା। ଅଭିଯୁକ୍ତମାନେ ବିଜେପି ନେତାଙ୍କୁ ଉକ୍ତ ଜମିରେ ପାଦ ନ ଦେବାକୁ ଧମକ ଦେଇଥିଲେ। ସେହି ଜମିରେ ହଳ କରିବାରୁ ରାଗି ଯାଇ ଜଣେ ପଡ଼ୋଶୀ ହୋଲି ରାତିରେ ବିଜେପି ନେତାଙ୍କୁ ତିନି ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ।

 

ବିଜେପି ନେତାଙ୍କ ହତ୍ୟା ଖବର ଆସିବା ମାତ୍ରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବିଜେପି ନେତା ସୁରେନ୍ଦ୍ର ଜବାହରଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାସୁଛି। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନିଙ୍କ ସମେତ ବିଜେପିର ଅନେକ ବଡ଼ ନେତାଙ୍କ ସହ ନଜର ଆସିଛନ୍ତି।

About the Author