Advertisement
Article Detail0/zeeodisha/odisha691516
Zee OdishaOdisha National-Internationalମଣ୍ଡି କମିଟିର ଅଧିକାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗଟ, ଦେଖନ୍ତୁ ଭିଡିଓ

ମଣ୍ଡି କମିଟିର ଅଧିକାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗଟ, ଦେଖନ୍ତୁ ଭିଡିଓ

ଶୁକ୍ରବାର ଏହି ଘଟଣା ସେହି ସମୟରେ ଘଟିଛି । ଯେତେବେଳେ ସୋନାଲି କୃଷକ ବଜାର ନିରୀକ୍ଷଣ କରୁଥିଲେ । 

ମଣ୍ଡି କମିଟିର ଅଧିକାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ ସୋନାଲି ଫୋଗଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିକଟୋକ ଷ୍ଟାରରୁ ବିଜେପି ନେତା ହୋଇଥିବା ସୋନାଲି ଫୋଗଟ ଶୁକ୍ରବାର ହରିୟାଣା କିସାନ ମଣ୍ଡି କମିଟିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଚପଲରେ ପିଟିଛନ୍ତି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ଅଧିକାରୀଙ୍କୁ ଚାପୁଡ଼ା ମାରିବା ସହ ଚପଲରେ ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋନାଲି ହରିୟାଣା ବିଧାନସଭା ନିର୍ବାଚନରେ ​​ହେଭିୱେଟ୍ ନେତା କୁଲଦୀପ ବିଷ୍ଣୋଇଙ୍କ ବିରୋଧରେ ହିସାରରୁ ବିଜେପି ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ । କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଶୁକ୍ରବାର ଏହି ଘଟଣା ସେହି ସମୟରେ ଘଟିଛି । ଯେତେବେଳେ ସୋନାଲି କୃଷକ ବଜାର ନିରୀକ୍ଷଣ କରୁଥିଲେ । ପରେ ସେ କୃଷକଙ୍କ ଅଭିଯୋଗ ତାଲିକା ସହିତ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ଯାହାକୁ ଦେଖି ଅଧିକାରୀ ଜଣକ ତାଙ୍କୁ 'ଡ୍ରୋମବାଜ' ବୋଲି କହିବାର ଅଭିଯୋଗ ହୋଇଛି । ଏହି କଥିତ  ଟିପ୍ପଣୀରେ ରାଗିଯାଇ ସୋନାଲି ଏହି ଅଧିକାରୀଙ୍କୁ ମାଡ ମାରିବା ସହ ତାଙ୍କୁ ଅପଶବ୍ଦ ମଧ୍ୟ କହିଥିଲେ । ଭିଡିଓରେ, ଏହି ଅଧିକାରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାର ସମାଧାନ ପାଇଁ ଆଶ୍ୱାସନା ଦେଉଥିବାର ଦେଖିବାକୁ ମିଳୁଛି । ପରେ ବିଜେପି ନେତା ପୋଲିସକୁ ଡାକିଥିଲେ । ଖବର ଅନୁଯାୟୀ, ଏହି ଅଧିକାରୀ କ୍ଷମା ମାଗିବା ପରେ ସେ ଅଭିଯୋଗ ଦାଖଲ କରିନାହାଁନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଟିକଟଟ୍ ତାରକା ସୋନାଲି ଫୋଗଟ୍ ଗତ ବର୍ଷ ତାଙ୍କ ଭଉଣୀ ଏବଂ ଭାଉଜଙ୍କ ବିରୋଧରେ ପୋଲିସ୍ ଅଭିଯୋଗ କରିଥିଲେ । 

About the Author