କୃଷକ ଆନ୍ଦୋଳନକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାରରେ ଫାଟ
Advertisement

କୃଷକ ଆନ୍ଦୋଳନକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାରରେ ଫାଟ

ଦିଲ୍ଲୀ ସୀମା (Delhi Border) ରେ କୃଷକ ଆନ୍ଦୋଳନ (Farmer Protest) ଆରମ୍ଭ ହେବାର ୪୫ରୁ ଊର୍ଦ୍ଧ୍ୱ ଦିନ ବିତିଗଲାଣି। ମଙ୍ଗଳବାର ବିବାଦୀୟ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ମାମଲାର ସମାଧାନ ପାଇଁ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି।

କୃଷକ ଆନ୍ଦୋଳନକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାରରେ ଫାଟ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଅଭିନେତା ଧର୍ମେନ୍ଦ୍ରଙ୍କ ପରିବାରରେ ଫାଟ ସୃଷ୍ଟି ହୋଇଛି। ଗୋଟିଏ ଘରେ ୨-୨ ଜଣ ସାଂସଦଙ୍କ ମଧ୍ୟରେ ବିରୋଧାଭାଷ ଦେଖିବାକୁ ମିଳିଛି। ପୂର୍ବରୁ ଗୁରୁଦାସପୁର ସାଂସଦ ସନ୍ନି ଦେଓଲ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିବା କହିଥିଲେ। ଆଉ ଏବେ ତାଙ୍କ ମାଆ ହେମା ମାଲିନୀ ସେହି କୃଷକ ଆନ୍ଦୋଳନକୁ ଏକ ବଡ ବୟାନ ଦେଇଛନ୍ତି।

ଦିଲ୍ଲୀ ସୀମା (Delhi Border) ରେ କୃଷକ ଆନ୍ଦୋଳନ (Farmer Protest) ଆରମ୍ଭ ହେବାର ୪୫ରୁ ଊର୍ଦ୍ଧ୍ୱ ଦିନ ବିତିଗଲାଣି। ମଙ୍ଗଳବାର ବିବାଦୀୟ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ମାମଲାର ସମାଧାନ ପାଇଁ ଏକ ୪ ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି। ଆଉ ସୁପ୍ରିମକୋର୍ଟ (Supreme Court) ଙ୍କ ରାୟ ଆସିବାର କେଇ ଘଣ୍ଟା ପରେ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମା ମାଲିନୀ (Hema Malini) ପ୍ରଥମ ଥର ପାଇଁ କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି।

Also Read: ବିବାଦୀୟ କୃଷି ଆଇନ ଉପରେ ଲାଗିଲା ରୋକ

ବିଜେପି ସାଂସଦ (BJP MP) ହେମା ମାଳିନୀ କହିଛନ୍ତି, "ଆନ୍ଦୋଳନକାରୀ କୃଷକମାନେ ଜାଣିନାହାନ୍ତି ସେମାନେ କଣ ଚାହୁଁଛନ୍ତି। ନୂଆ କୃଷି ଆଇନରେ କଣ ସମସ୍ୟା ଅଛି ତାହା ବି କୃଷକମାନେ ଜାଣି ନାହାନ୍ତି। କୃଷକମାନେ ଅନ୍ଦୋଳନ କରୁଛନ୍ତି, କାରଣ ସେମାନଙ୍କୁ କେହି ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।" ହେମାଙ୍କ ଏଭଳି ବୟାନ କୃଷକ ଆନ୍ଦୋଳକୁ ବିରୋଧ କରିବା ଏବଂ ଧାରଣାରେ ବସିଥିବା କୃଷକଙ୍କୁ ନିର୍ବୋଧ ବୋଲି ଦର୍ଶାଉଛି। 

ସେପଟେ ଡିସେମ୍ବର ପ୍ରଥମ ସପ୍ତାହରେ କୃଷକ ଆନ୍ଦୋଳନକୁ ନେଇ ହେମା ଓ ଧର୍ମେନ୍ଦ୍ରଙ୍କ ପୁଅ ତଥା ଗୁରୁଦାସପୁର ସାଂସଦ ସନ୍ନି ଦେଓଲ (Sunny Deol) ଏକ ବୟାନ ଜାରି କରିଥିଲେ। ସେ ସେଥିରେ ଉଭୟ କୃଷକ ଓ ସରକାରଙ୍କୁ ସମର୍ଥନ କରୁଥିବା କଥା କହିଥିଲେ। ସନ୍ନିଙ୍କ ଏପରି ଦୋମୁହିଁ ନୀତିକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ହୋଇଥିଲା। ନୂଆ କୃଷି ଆଇନକୁ ବିଶେଷ କରି ପଞ୍ଜାବ (Punjab) ଓ ହରିୟାଣାର ଚାଷୀ ବିରୋଧ କରୁଛନ୍ତି। ତେଣୁ ନିଜ ଅଞ୍ଚଳର ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ଏବଂ ସରକାରଙ୍କ ସହାନୁଭୁତି ପାଇବା ପାଇଁ ବିଜେପି ସାଂସଦ ଏଭଳି କହିଛନ୍ତି ବୋଲି ଅଭିଯୋଗ ହୋଇଥିଲା।

Also Read: କୃଷକ ଆନ୍ଦୋଳନ: ମୋଦି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା

ଏବେ ସନ୍ନି ଦେଓଲ ଓ ମାଆ ହେମା ମାଲିନୀଙ୍କ କଥାରେ ବିରୋଧାଭାଷ ଦେଖିବାକୁ ମିଳୁଛି। କିନ୍ତୁ କୃଷକ ଆନ୍ଦୋଳନ ଅନ୍ୟ ବାହାରି ଲୋକଙ୍କ ଇଙ୍ଗିତରେ ହେଉଛି ବୋଲି ଉଭୟେ କହିଛନ୍ତି। ପୁଅ କୃଷକଙ୍କୁ ସମର୍ଥନ କରୁଥିବା ବେଳେ ମାଆ ତାଙ୍କୁ ନିର୍ବୋଧ ବୋଲି କହୁଛନ୍ତି। ଏଭଳି କ୍ଷେତ୍ରରେ ଗୋଟିଏ ଘରେ ପୁଣି ଗୋଟିଏ ଦଳର ସାଂସଦଙ୍କ ମଧ୍ୟରେ ମତଭେଦ ସୃଷ୍ଚି ହୋଇଛି। ତେବେ ଉଭୟେ କେବଳ ରାଜନୀତି କରୁଥିବା ଲୋକେ କହୁଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନକୁ ବିରୋଧ କରି ଗତ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚାଲିଛି। ଏଥିରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟର ହଜାର ହଜାର କୃଷକ ସାମିଲ ହୋଇଛନ୍ତି। ସେପଟେ କୃଷକଙ୍କ ଆନ୍ଦୋଳ ପଛରେ ବିରୋଧି ଦଳ, ନକ୍ସଲ, ଆତଙ୍କବାଦୀ, ଖାଲିସ୍ତାନୀଙ୍କ ହାତ ଥିବା ସରକାର ଓ ବିଜେପି ନେତାମାନେ ଅଭିଯୋଗ ଆଣିଛନ୍ତି।