ଟ୍ୱିଟରରେ ଏକ ଭିଡିଓ ସେୟାର କରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ହେବା ଉଚିତ ।
Trending Photos
)
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ଏବେ ବିଭିନ୍ନ ପ୍ରକାର ବୟାନ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଆତ୍ମହତ୍ୟାକୁ କେହି କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏହାରି ମଧ୍ୟରେ ବିଜେପି ସାଂସଦ ନିଶାକାନ୍ତ ଦୁବେ ମଧ୍ୟ ଏକ ଭିଡ଼ିଓ ଜାରି କରି ପୂର୍ବାଞ୍ଚଳର କଳାକାରଙ୍କୁ କିଛି ଅପିଲ କରିଛନ୍ତି । ବଲିଉଡ ଜଗତରେ ଆତ୍ମୀୟତା, ସିଣ୍ଡିକେଟ ଏବଂ ମାଫିଆଙ୍କ ବିରୋଧରେ ସଂଘର୍ଷର ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ନିଶିକାନ୍ତ ।
ଟ୍ୱିଟରରେ ଏକ ଭିଡିଓ ସେୟାର କରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ହେବା ଉଚିତ । ମୁମ୍ବାଇ ଫିଲ୍ପ ଜଗତରେ ଚାଲିଥିବା ମାଫିଆରାଜ ଏବଂ ସିଣ୍ଡିକେଟର ଅନ୍ତ କରିବା ପାଇଁ ପୂର୍ବଞ୍ଚଳର କଳାକାରଙ୍କୁ ସଂଘର୍ଷ କରିବାକୁ ହେବ । ଏବେ ଏନେଇ ବିଗୁଲ ବଜାଇବାର ସମୟ ବୋଲି କହିଛନ୍ତି ବିଜେପି ସାଂସଦ ।
सुशांत सिंह राजपूत की मौत की न्यायिक जॉंच होनी चाहिए,मुम्बई फ़िल्म इंडस्ट्री में व्याप्त माफियागिरी व सिंडिकेट को ख़त्म करने के लिए पूर्वांचल के कलाकारों को संघर्ष का बिगुल फूँकना चाहिए @MumbaiPolice @ManojTiwariMP @ravikishann pic.twitter.com/nJbSrL1VkZ
— Dr Nishikant Dubey (@nishikant_dubey) June 15, 2020
କେବଳ ଏତିକି ନୁହେଁ, ସେ ଚଳଚିତ୍ର ଜଗତରେ ଥିବା ପାତର ଅନ୍ତର ମାନସିକତାକୁ ମଧ୍ୟ ଉଠାଇଛନ୍ତି । ତାଙ୍କ କହିବା କଥା ହେଲା, ପୂର୍ବାଞ୍ଚଳ, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଲୋକଙ୍କ ପାଇଁ ଫିଲ୍ପ ଚାଲୁଛି । ହେଲେ ଏହି ଅଞ୍ଚଳରୁ ଯଦି କେହି ମୁମ୍ବାଇ ଯାଉଛି, ତାକୁ ନିରାଶ ହେବାକୁ ପଡ଼ୁଛି । କେବଳ ଅମିତାଭ ବଚ୍ଚନକୁ ଛାଡ଼ିଦେଲେ ଅନ୍ୟମାନେ ହତୋତ୍ସାହିତ ଏବଂ ପ୍ରତାରିତ ହୋଇଛନ୍ତି । କିଏ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ ତ ଆଉ କାହାକୁ ଭିକ ମାଗିବାକୁ ପଡ଼଼େ ବୋଲି କହିଛନ୍ତି ନିଶିକାନ୍ତ ।
ନିଶିକାନ୍ତ କହିଛନ୍ତି, ଗୋଟିଏ ସମୟ ଥିଲା ଯେତେବେଳେ ଫିଲ୍ମ ଜଗତ ଦାଉଦ ଇବ୍ରାହିମର କବଜାରେ ଥିଲା । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଇଣ୍ଡଷ୍ଟ୍ରିର ମାନ୍ୟତା ଦେଇ ଠିକ୍ କରିବାକୁ ଚେଷ୍ଠା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୁମ୍ବାଇର ଏକ ବଡ ସିଣ୍ଡିକେଟ୍ ଯେଉଁଥିରେ ଆତ୍ମୀୟତା ପ୍ରାଧାନ୍ୟ ଦେଇଥାଏ । ଯଦି ପୂର୍ବଞ୍ଚଳ କିମ୍ବା ଅନ୍ୟ କିଛି ରାଜ୍ୟର କଳାକାର ଯିବାକୁ ଚାହାଁନ୍ତି, ତାଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଠା କରାଯାଏ ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ଏହା ସହ ଅନ୍ୟ ଏକ ଦାବି କରିଛନ୍ତି ଏହି ବିଜେପି ସାଂସଦ । ଯେଉଁ ପ୍ରୟୋଜକ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମକୁ ବୟକଟ କରିଥିଲେ କିମ୍ବା ତାଙ୍କୁ ଫିଲ୍ମରୁ ବାହାର କରିଥିଲେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ନିଶିକାନ୍ତ ।