'ଶ୍ରୀଲଙ୍କାକୁ ସେନା ପଠାନ୍ତୁ ମୋଦି ସରକାର', ଚାଞ୍ଚଲ୍ୟକର ଖୁଲାସା କରି ଏହି ଦାବି କଲେ ବିଜେପି ସାଂସଦ
Advertisement

'ଶ୍ରୀଲଙ୍କାକୁ ସେନା ପଠାନ୍ତୁ ମୋଦି ସରକାର', ଚାଞ୍ଚଲ୍ୟକର ଖୁଲାସା କରି ଏହି ଦାବି କଲେ ବିଜେପି ସାଂସଦ

ଶ୍ରୀଲଙ୍କାରେ ଅନେକ ଦିନ ଧରି ସରକାରଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଚାଲିଛି ଯାହା ବର୍ତ୍ତମାନ ଉଗ୍ର ରୂପ ଧାରଣ କରିଛି । ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ବିଦ୍ୟୁତ୍ କାଟକୁ ନେଇ ଗତ ମାସରୁ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି । ମୁଖ୍ୟତଃ ବୈଦେଶିକ ମୁଦ୍ରା ଅଭାବ ଯୋଗୁଁ ଦେଶର ଅର୍ଥନୈତିକ ସଙ୍କଟ ଦେଖାଦେଇଛି, ଯେଉଁ କାରଣରୁ ଦେଶ ମୁଖ୍ୟ ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଆମଦାନୀ ପାଇଁ ଦେୟ ପ୍ରଦାନ କରିପାରୁ ନାହିଁ ।

'ଶ୍ରୀଲଙ୍କାକୁ ସେନା ପଠାନ୍ତୁ ମୋଦି ସରକାର', ଚାଞ୍ଚଲ୍ୟକର ଖୁଲାସା କରି ଏହି ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: BJP MP Subramanian Swamy on Sri Lanka Economic Crisis: ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା (Sri Lanka) ଅଶାନ୍ତ ହୋଇପଡିଛି । ଲୋକମାନେ ରାସ୍ତାରେ ଓହ୍ଲାଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ (BJP MP Subramanian Swamy) କହିଛନ୍ତି ଯେ, ମୋଦି ସରକାର (Modi Government) ଙ୍କୁ ସେଠାରେ ଭାରତୀୟ ସେନା (Indian Army) ପଠାଇବା ଉଚିତ । ଏଥିସହ ସେଠାକାର ପରିସ୍ଥିତିରୁ ଭାରତ ପ୍ରତି ବିପଦ ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଛନ୍ତି ।

ଏକ ଟ୍ୱିଟରେ ସ୍ୱାମୀ (Subramanian Swamy) କହିଛନ୍ତି ଯେ, "ସାମ୍ବିଧାନିକ ପବିତ୍ରତା ଫେରାଇ ଆଣିବା ପାଇଁ ଭାରତୀୟ ସେନାକୁ ଶ୍ରୀଲଙ୍କାକୁ ପଠାଇ ଭାରତ ହସ୍ତକ୍ଷେପ କରିବା ଉଚିତ୍ । ବର୍ତ୍ତମାନ ଭାରତ ବିରୋଧୀ ବିଦେଶୀ ଶକ୍ତି ଲୋକଙ୍କ କ୍ରୋଧର ଲାଭ ଉଠାଉଛନ୍ତି । ଏଥିରୁ ଭାରତର ସୁରକ୍ଷା ପ୍ରତି ବିପଦ ରହିଛି ।"

ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଅବସ୍ଥା ବିଗିଡିବା ନେଇ ବିରୋଧୀ ଦଳ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଡ଼ୋଶୀ ଦେଶର ପରିସ୍ଥିତିରୁ କିଛି ଶିଖିବାକୁ ପରାମର୍ଶ ଦେଉଛନ୍ତି । ସେପଟେ ଭାରତ ମଙ୍ଗଳବାର କହିଛି ଯେ, ପଡୋଶୀ ଦେଶ ତଥା ପୁରୁଣା ସମ୍ପର୍କ ଭାବରେ ଶ୍ରୀଲଙ୍କାରେ ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ. "ପଡ଼ୋଶୀ ପ୍ରଥମ" ନୀତି ଅନୁଯାୟୀ ଶ୍ରୀଲଙ୍କାର ଲୋକଙ୍କୁ କଠିନ ପରିସ୍ଥିତିରୁ ବାହାରିବା ପାଇଁ ଭାରତ ଚଳିତ ବର୍ଷ ୩.୫ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସହାୟତା ଯୋଗାଇ ଦେଇଛି । ଏଥିସହ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବକୁ ଦୂର କରିବାରେ ଭାରତୀୟମାନେ ସାହାଯ୍ୟ କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀଲଙ୍କାବାସୀଙ୍କ ସ୍ୱାର୍ଥ ପାଇଁ ଭାରତ ସର୍ବଦା କାର୍ଯ୍ୟ କରିବ ।

ଏହା ବି ପଢ଼ନ୍ତୁ:-ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର! ସରକାର କଲେ ବଡ଼ ଘୋଷଣା, ଶୀଘ୍ର ଉଠାନ୍ତୁ ଲାଭ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଉଲ୍ଲେଖନୀୟ କଥା ହେଉଛି, ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଯୋଗୁଁ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ (Mahinda Rajapaksa) ଙ୍କ ଇସ୍ତଫା ପରେ ରାସ୍ତାରେ ବିରୋଧ ଆରମ୍ଭ ହୋଇଛି । ବିକ୍ଷୋଭକାରୀମାନେ ଏଠାରେ ଉଗ୍ର ପ୍ରଦର୍ଶନ କରୁଛନ୍ତି । ମହିନ୍ଦା ରାଜପକ୍ଷେଙ୍କ ପୈତୃକ ବାସଭବନ ସମେତ ବହୁ ନେତାଙ୍କ ଘରେ ଉଗ୍ର ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଦେଇଥିଲେ ।