Advertisement
Article Detail0/zeeodisha/odisha769677
Zee OdishaOdisha National-Internationalବରୁଣ ଗାନ୍ଧୀଙ୍କୁ ଫୋନ କରି ଜଣେ ବ୍ୟକ୍ତି ମାଗିଲେ ସାହାଯ୍ୟ, ତ ସେ କହିଲେ-ମୁଁ ତୁମର ବାପାଙ୍କର ଚାକର ନୁହେଁ

ବରୁଣ ଗାନ୍ଧୀଙ୍କୁ ଫୋନ କରି ଜଣେ ବ୍ୟକ୍ତି ମାଗିଲେ ସାହାଯ୍ୟ, ତ ସେ କହିଲେ-ମୁଁ ତୁମର ବାପାଙ୍କର ଚାକର ନୁହେଁ

ଭାଇରାଲ ଅଡିଓର ଗୋଟିଏ ପଟେ ବରୁଣ ଗାନ୍ଧୀ (BJP MP Varun Gandhi) ଏବଂ ଅନ୍ୟ ପଟେ ପିଲିଭିତ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସର୍ବେଶଙ୍କ ସ୍ୱର ଶୁଣିବାକୁ ମିଳୁଛି । 

ବରୁଣ ଗାନ୍ଧୀଙ୍କୁ ଫୋନ କରି ଜଣେ ବ୍ୟକ୍ତି ମାଗିଲେ ସାହାଯ୍ୟ, ତ ସେ କହିଲେ-ମୁଁ ତୁମର ବାପାଙ୍କର ଚାକର ନୁହେଁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିତରୁ ବିଜେପି ସାଂସଦ ବରୁଣ ଗାନ୍ଧୀ (BJP MP Varun Gandhi) ଙ୍କ ଏକ ଅଡିଓ ଭାଇରାଲ ହୋଇଛି । ଏହି ଭାଇରାଲ୍ ଅଡିଓରେ ବରୁଣ ଗାନ୍ଧୀ ସେହି ବ୍ୟକ୍ତିଙ୍କ ଉପରେ ବିରକ୍ତି ହେଉଥିବାର ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ବରୁଣ ଗାନ୍ଧୀଙ୍କୁ ଜଣେ ମଦ କାରବାର କରୁଥିବା ଜଣେ ବ୍ୟକ୍ତି ଫୋନ କରିଥିଲେ ।

ଭାଇରାଲ ଅଡିଓର ଗୋଟିଏ ପଟେ ବରୁଣ ଗାନ୍ଧୀ ଏବଂ ଅନ୍ୟ ପଟେ ପିଲିଭିତ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସର୍ବେଶଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହି ଅଡିଓରେ ଏହା ଶୁଣିବାକୁ ମିଳୁଛି ଯେ, ବରୁଣ ଗାନ୍ଧୀ ଅସମୟରେ ଫୋନ କରିବାରୁ ବିରକ୍ତ ହେଉଛନ୍ତି । ଏବଂ କହୁଛନ୍ତି ଯେ, 'ମୁଁ ତୁମର ବାପାଙ୍କର ଚାକର ନୁହେଁ ।' ପ୍ରକୃତରେ, ବରୁଣ ଗାନ୍ଧୀଙ୍କୁ ଫୋନ କରିଥିବା ବ୍ୟକ୍ତି ସର୍ବେଶଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ଘର ଭିତରୁ ବେଆଇନ ମଦ ଜବତ କରାଯାଇଛି । ଅଭିଯୁକ୍ତ ଘରୁ ବେଆଇନ ମଦ ବିକ୍ରି କରୁଥିଲା ।

ଅଧିକ ପଢ଼ନ୍ତୁ:-ସର୍ବ ପ୍ରଥମେ ଏହି ୩୦ କୋଟି ଭାରତୀୟଙ୍କୁ ଦିଆଯିବ କୋରୋନା ଟୀକା, ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

Add Zee News as a Preferred Source

ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସର୍ବେଶଙ୍କୁ ଗିରଫ କରି ପୋଲିସ ଷ୍ଟେସନ ସୁନଗଢ଼ୀର ଆସମରୋଡ ଆଉଟପୋଷ୍ଟକୁ ଆଣିଥିଲା । ଏହା ପରେ ସର୍ବେଶ ସାଂସଦ ବରୁଣ ଗାନ୍ଧୀଙ୍କୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ରାତି ପ୍ରାୟ ୧୦ଟାରେ ସାଂସଦ ବରୁଣ ଗାନ୍ଧୀ ରାଗିଯାଇ ସର୍ବେଶଙ୍କୁ ଭର୍ତ୍ସନା କରିଥିଲେ । ଯାହା ପରେ ଅଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରୁ ବାଦ୍ ପଡ଼ିଲା ଭାରତ, ଏସିଆରେ ଏହି ଦେଶ ସବୁଠାରୁ ଶକ୍ତିଶାଳୀ

ଏଥି ସହିତ ଅଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବରୁଣ ଗାନ୍ଧୀଙ୍କ ଆଚରଣ ବିରୋଧରେ ଅନେକ ଲୋକ ମଧ୍ୟ ଥିବାର ନଜରକୁ ଆସିଛନ୍ତି । ତେବେ ଅନେକ ଲୋକ ମଧ୍ୟ ବରୁଣ ଗାନ୍ଧୀଙ୍କ ସମର୍ଥନରେ ବାହାରିଛନ୍ତି । ବରୁଣଙ୍କୁ ସମର୍ଥନ କରି ଲୋକମାନେ କହୁଛନ୍ତି ଯେ ସେ ମଦ ଚୋରା ଚାଲାଣକାରୀଙ୍କୁ ସାହାଯ୍ୟ କରନ୍ତି ନାହିଁ । ସେପଟେ ସର୍ବେଶ ବର୍ତ୍ତମାନ ଜାମିନରେ ମୁକ୍ତ କରାଯାଇଛି ।

About the Author