• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ ଗଠନ; ଓଡିଆଙ୍କ ଉପରେ ନଡ୍ଡାଙ୍କ ଭରସା

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ୮ ମାସ ପରେ ଶନିବାର ନୂଆ ଟିମ ଗଠନ କରିଛନ୍ତି ଜେପି ନଡ୍ଡା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ ଗଠନ; ଓଡିଆଙ୍କ ଉପରେ ନଡ୍ଡାଙ୍କ ଭରସା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର (October-November) ମାସରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) । ଏହି ନିର୍ବାଚନରେ ବାଜିମାତ କରିବା ଲାଗି ପ୍ରଣମୂର୍ଚ୍ଛା ଉଦ୍ୟମ ଚଳାଇଛି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି-ବିଜେପି (BJP-Bharatiya Janata Party)। 

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ (National President) ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ୮ ମାସ ପରେ ଶନିବାର (ସେପ୍ଟମ୍ବର ୨୬, ୨୦୨୦) ନୂଆ ଟିମ ଗଠନ କରିଛନ୍ତି ଜେପି ନଡ୍ଡା (JP Nadda)। ଅର୍ଥାତ ନୂତନ ଦଳୀୟ ସଙ୍ଗଠନ (Party Organisation) ଗଢିଛନ୍ତି ସେ । ବିଜେପିର ୨୩ ଜଣ ନେତାଙ୍କୁ ଦଳୀୟ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି ।

କର୍ଣ୍ଣାଟକ (Karnataka) ଦକ୍ଷିଣ ବାଙ୍ଗାଲୋର ଲୋକସଭା ଆସନ (Bangalore South Lok Sabha constituency) ର ସାଂସଦ ତେଜସ୍ୱୀ ସୂର୍ଯ୍ୟା (Tejasvi Surya) ଙ୍କୁ ଦଳର ଯୁବାମୋର୍ଚ୍ଚା-ବିଜେୱାଇଏମ (BJYM-Bharatiya Janata Yuva Morcha) ସଭାପତି ଭାବେ ନିଯୁକ୍ତ କରାଯାଇଛି ।

 

ବିଗତ ୨୦୧୪ ଲୋକସଭା ନିର୍ବାଚନରେ ଜବରଦସ୍ତ ସଫଳତା ମିଳିବା ସତ୍ତ୍ୱେ, ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ଝଟକାକୁ ନଜରରେ ରଖି ସାଙ୍ଗଠନିକ ପରିବର୍ତ୍ତନ କରିଛି ଦଳ । ବିଗତ ନିର୍ବାଚନ ବେଳେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (NDA-National Democratic Alliance) ମେଣ୍ଟରୁ ବାହାରି ଯାଇଥିବା ଜନତାଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ଏବେ ପୁନର୍ବାର ଘରକୁ ବାହୁଡିଛି । ଏଥର ବିଜେପି ଦଳୀୟ ସଙ୍ଗଠନରେ ମହିଳା ଓ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେଇଛି । 

ଓଡିଶାରୁ ସ୍ଥାନ ପାଇଲେ ୪

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ଦ୍ୱାରା ଗଠିତ ଟିମରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ (National Vice President) ଭାବେ ବୈଜୟନ୍ତ ଜୟ ପଣ୍ଡା (Baijayant Jay Panda), ରାଷ୍ଟ୍ରୀୟ ମନ୍ତ୍ରୀ ଭାବେ ମୟୂରଭଞ୍ଜ ସାଂସଦ (Mayurbhanj MP) ବିଶେଶ୍ୱର ଟୁଡୁ (Bishweswar Tudu), ଦଳୀୟ ମୁଖପାତ୍ର (Party Spoke Person) ଭାବେ ଡ.ସମ୍ବିତ ପାତ୍ର (dr. Sambit Patra) ଓ ଭୁବନେଶ୍ୱର ସାଂସଦ (Bhubaneswar MP) ଅପରାଜିତା ଷଡଙ୍ଗୀ (Aparajita Sarangi) ଙ୍କୁ ସ୍ଥାନ ମିଳିଛି ।