୩ ଜଣ ବିଜେପି ବିଧାୟକ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ଅନ୍ୟ ୬ ବିଧାୟକ ବିଜେପି ପାଖରୁ ସମର୍ଥନ ମଧ୍ୟ ପ୍ରତ୍ୟାହର କରିନେଇଛନ୍ତି । ଫଳରେ ମଣିପୁରରେ ବିଜେପି ସରକାର ଭାଙ୍ଗିବା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି ।
Trending Photos
)
ଇମ୍ଫାଲ: ଭାଙ୍ଗିଯିବ କି ବିଜେପି ସରକାର ? ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ମାତ୍ର ୨୧ ଆସନ ପାଇ ସରକାର ଗଢ଼ିବାରେ ସଫଳ ହୋଇଥିବା ବିଜେପି ସରକାର ପାଖକୁ ଏବେ ସଙ୍କଟ ମାଡ଼ି ଆସିଛି । ୩ ଜଣ ବିଜେପି ବିଧାୟକ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ଅନ୍ୟ ୬ ବିଧାୟକ ମେଣ୍ଟ ସରକାର ନିକଟରୁ ସମର୍ଥନ ମଧ୍ୟ ପ୍ରତ୍ୟାହର କରିନେଇଛନ୍ତି । ଫଳରେ ମଣିପୁରରେ ବିଜେପି ସରକାର ଭାଙ୍ଗିବା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି ।
ଆଜି ବିଜେପି ବିଧାୟକ ଏସ୍ ସୁବାଷ ଚନ୍ଦ୍ର ସିଂହ, ଟିଟି ହାକିପ ଓ ସାମୁଏଲ ଜେଣ୍ଡାଇ ଇସ୍ତଫା ଦେଇଛନ୍ତି ଏବଂ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ବିଜେପି ପାଖରୁ ସମର୍ଥନ ପ୍ରତ୍ୟାହର କରିଥିବା ୬ ବିଧାୟକଙ୍କ ମଧ୍ୟରେ ୪ ଏନପିପିର ରହିଛନ୍ତି । ସେହିପରି ଜଣେ ଟିଏମସି ବିଧାୟକ ଏବଂ ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପି ପାଖରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।
Manipur: S Subhashchandra Singh, TT Haokip & Samuel Jendai resigned as BJP MLAs & joined Congress today in Imphal. https://t.co/nhzIgLhach pic.twitter.com/47DkPWVvgt
— ANI (@ANI) June 17, 2020
ଏଠାରେ କହିରଖୁଛୁ, ଗତ ୨୦୧୭ ମସିହାରେ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନରେ ବିଜେପିକୁ ୨୧ ଆସନ ମିଳିଥିବା ବେଳେ କଂଗ୍ରେସକୁ ୨୮ ଆସନ ମିଳିଥିଲା । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୩୧ ରହିଥିଲା । ତେବେ ଏନପିପି, ଏପିଏଫ ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ଭାରତୀୟ ଜନତା ଦଳ । ଏବେ ଏହି ବିରେନ ସିଂହ ସରକାର ଭାଙ୍ଗିବା ଏକ ପ୍ରକାର ସ୍ପଷ୍ଟ ହେଉଛି ।