Advertisement
Article Detail0/zeeodisha/odisha667584
Zee OdishaOdisha National-Internationalଏଥିପାଇଁ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଲେ BJP ଅଧ୍ୟକ୍ଷ ଜେପି ନଡ୍ଡା

ଏଥିପାଇଁ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଲେ BJP ଅଧ୍ୟକ୍ଷ ଜେପି ନଡ୍ଡା

ସୋନିଆ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ବିନା ଏହି ଯୁଦ୍ଧରେ ଜିତିବା ସମ୍ଭବ ନୁହେଁ । ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି, 'ଧନ୍ୟବାଦ ସୋନିଆ ଜୀ । 

ଏଥିପାଇଁ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଲେ BJP ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ:  କୋରୋନା ଭୂତାଣୁ ସଙ୍କଟ ସମୟରେ ଲୋକଙ୍କୁ ଘରେ ରହିବାକୁ ଏବଂ ଲକ୍ ଡାଉନ୍ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଯାହା ପରେ ଭାରତୀୟ ଜନତା ପାର୍ଟି (BJP) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ସମ୍ବୋଧନ କରିବାର କିଛି ସମୟ ପୂର୍ବରୁ ସୋନିଆ ଗାନ୍ଧୀ ତାଙ୍କ ଭିଡିଓ ବାର୍ତ୍ତାରେ ଏହି ସଙ୍କଟ ସମୟରେ କଂଗ୍ରେସ ତରଫରୁ ଲୋକଙ୍କୁ ସଂପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି । ସେ ଆହୁରି ମଧ୍ୟ ଆତ୍ମବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ, ଦୃଢ଼ ଇଚ୍ଛା ଶକ୍ତି ସହ ଦେଶ ଅତିଶୀଘ୍ର ଏହି ସଙ୍କଟ ଉପରେ ବିଜୟ ପ୍ରାପ୍ତ କରିବ । ସେ ଲୋକମାନଙ୍କୁ ନିବେଦନ କରିଛନ୍ତି, 'ମୁଁ ଆଶା କରେ ଆପଣ ସମସ୍ତେ ଲକ୍ ଡାଉନକୁ ସମ୍ପୂର୍ଣ୍ଣ ଅନୁସରଣ କରୁଛନ୍ତି । ଏହାକୁ ସମ୍ପୂର୍ଣ୍ଣରୂପେ ବଜାୟ ରଖିବା ପାଇଁ ଆପଣ ସମସ୍ତ ଦୂରତା ଅନୁସରଣ କରିବା ଉଚିତ୍ ।

ସୋନିଆ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ବିନା ଏହି ଯୁଦ୍ଧରେ ଜିତିବା ସମ୍ଭବ ନୁହେଁ । ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି, 'ଧନ୍ୟବାଦ ସୋନିଆ ଜୀ । ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବ୍ୟାପୀ ଲକ୍ ଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଯାହାର ବର୍ତ୍ତମାନର ପର୍ଯ୍ୟାୟ ଏପ୍ରିଲ ୧୪ରେ ଶେଷ ହେବାର ଥିଲା ।

About the Author