ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତି, ବନ୍ଧା ହେବେ ୨ BJP ବିଧାୟକ!
Advertisement

ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତି, ବନ୍ଧା ହେବେ ୨ BJP ବିଧାୟକ!

କୃଷକ ନେତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଓ UAPA ଧାରା ଲାଗିଛି। ଅନେକ ଗିରଫ ମଧ୍ୟ ହୋଇଛନ୍ତି। ସେପଟେ ଗତ ୨୮ ତାରିଖ ପରେ ଆନ୍ଦୋଳନ ଆହୁରି ଜୋର ଧରିଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ BJP ନେତାମାନେ ଆନ୍ଦୋଳନକାରୀ କୃଷକଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରୋଚକ ମୋଡ ନେବାରେ ଲାଗିଛି କୃଷକ ଆନ୍ଦୋଳନ। ଦୀର୍ଘ ୬୦ ଦିନ ଧରି ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଆନ୍ଦୋଳନ ଏବେ ଉଗ୍ର ରୂପ ନେଉଛି। ଆଉ ଏଥିପାଇଁ ଆନ୍ଦୋଳନକାରୀ କୃଷକମାନେ ସିଧାସଳଖ କେନ୍ଦ୍ର ମୋଦି ସରକାର, BJP ଓ RSSକୁ ଦୋଷ ଦେଇଛନ୍ତି। BJPର ବିଧାୟକମାନେ କୃଷକଙ୍କୁ ଆତଙ୍କବାଦୀ ବୋଲି କହୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସେହି କଥାକଥିତ ଆତଙ୍କବାଦୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ଲାଲକିଲ୍ଲା ହିଂସାକାଣ୍ଡ (Lal Quila Violence) ପରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ଅଡୁଆ ବଢିବାରେ ଲାଗିଛି। କେତେବେଳେ ପ୍ରଶାସନ ଆନ୍ଦୋଳନ ସ୍ଥଳରୁ ତମ୍ବୁ ଉପାଡୁଛି, ତ କେତେବେଳେ ବିଜୁଳି ଓ ପାଣି କାଟି ଦେଉଛି। କୃଷକ ନେତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଓ UAPA ଧାରା ଲାଗିଛି। ଅନେକ ଗିରଫ ମଧ୍ୟ ହୋଇଛନ୍ତି। ସେପଟେ ଗତ ୨୮ ତାରିଖ ପରେ ଆନ୍ଦୋଳନ ଆହୁରି ଜୋର ଧରିଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ BJP ନେତାମାନେ ଆନ୍ଦୋଳନକାରୀ କୃଷକଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି। ଅନ୍ୟପଟେ ସେହି ଆତଙ୍କୀଙ୍କ ସହ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଘୋଷଣା କରୁଛନ୍ତି। 

Also Read: ଗିରଫ ହେବେ କି ଦୀପ ସିଦ୍ଧୁ: ପଞ୍ଜାବରେ ଦିଲ୍ଲୀ ପୋଲିସର ୨ଟି ଟିମ୍

ଖୋଦ ଦିଲ୍ଲୀ ପୋଲିସ (Delgi Police) କୃଷକ ନେତାଙ୍କ ଉପରେ ଦେଶଦ୍ରୋହ ଓ UAPA ଧାରା ଲାଗାଇଛି। BJP ବିଧାୟକ ଓ ଦିଲ୍ଲୀ ପୋଲିସ ଅନୁସାରେ ଆନ୍ଦୋଳକାରୀ ନେତାମାନେ ଆତଙ୍କବାଦୀ ଓ ଦେଶଦ୍ରୋହୀ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ସେମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଶନିବାର ସର୍ବଦଳୀୟ ବୈଠକରେ ସେ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ। ଯଦି ଆନ୍ଦୋଳନକାରୀ ଚାହାଁନ୍ତି ତେବେ ସରକାର ଏବେ ବି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଏପରି କି ଗୋଟିଏ ଫୋନ କଲ୍ ଦୂରତାରେ ସେ ଉପଲବ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେପଟେ ଉତ୍ତର ପ୍ରଦେଶ ଲୋନିର BJP ବିଧାୟକ ନନ୍ଦ କିଶୋର ଗୁର୍ଜର ଓ ସାହିବାବାଦ୍ ବିଧାୟକ ସୁନିଲ ଶର୍ମା ଆନ୍ଦୋଳନକାରୀ କୃଷକଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଏପରି ବିଧାୟକ ନନ୍ଦ କିଶୋର ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ବି ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନରେ ବସିଥିବା ବ୍ୟକ୍ତିମାନେ ପ୍ରକୃତ କୃଷକ ନୁହନ୍ତି। ସେଠାରେ କୃଷକ ବେଶରେ ଆତଙ୍କୀମାନେ ଅଛନ୍ତି। ତେଣୁ ସେମାନଙ୍କୁ ଗୁଳି କରିଦେବା ଉଚିତ। ଯଦି ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନ ନିଅନ୍ତି ତେବେ, ତାଙ୍କ ସମର୍ଥକ ଘଣ୍ଟାକରେ କୃଷକ ଆନ୍ଦୋଳନ (Farmer Protest) କୁ ହଟେଇ ଦେବେ।

Also Read: ଅଶ୍ରୁ ସାଜିଲା ସଞ୍ଜିବନୀ! ଏକଜୁଟ୍ ବିରୋଧି, ଚିନ୍ତାରେ ପ୍ରଧାନମନ୍ତ୍ରୀ

ଅପରପକ୍ଷରେ BJPର ଏହି ୨ ବିଧାୟକ ନନ୍ଦ କିଶୋର ଓ ସୁନିଲଙ୍କ ବିରୁଦ୍ଧରେ କୃଷକ ସଙ୍ଗଠନମାନେ ଗାଜିପୁରର କୌଶମ୍ବି ଥାନାରେ ଏତଲା ଦେଇଛନ୍ତି। ସେମାନେ ହିଂସା ପାଇଁ ଉସୁକାଉଥିବା ଓ ବିବାଦୀୟ ବୟାନ ଦେବା ନେଇ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କାହାରିକୁ ନୋଟିସ ପଠାଯାଇଥିବା କି ଅଟକ ରଖାଯାଇଥିବାର ସୂଚନା ମିଳିନାହିଁ। କେବଳ ଏତିକି ନୁହେଁ ପୋଲିସ ସହ ମିଶି BJP ସମର୍ଥକ ଓ RSS କର୍ମୀମାନେ ଆନ୍ଦୋଳନକାରୀ କୃଷକଙ୍କୁ ହିଂସା ପାଇଁ ଉସୁକାଉଥିବା ଅଭିଯୋଗ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଠି- ଦିଲ୍ଲୀ ପୋଲିସ ତୁମ ଲଠ୍ ବଜାଓ, ହମ୍ ତୁମହାରେ ସାଥ ହୈ। ଏହି ଭିଡିଓରେ ପୋଲିସର ଉପସ୍ଥିତି ମଧ୍ୟ ନଜରକୁ ଆସୁଛି।