ଗୁଣି ଗାରେଡ଼ି ବଞ୍ଚାଇବ ଇମ୍ରାନଙ୍କ ଗାଦି! ପତ୍ନୀ କରୁଛନ୍ତି ଏମିତି କାମ
Advertisement

ଗୁଣି ଗାରେଡ଼ି ବଞ୍ଚାଇବ ଇମ୍ରାନଙ୍କ ଗାଦି! ପତ୍ନୀ କରୁଛନ୍ତି ଏମିତି କାମ

No-confidence motion: କ୍ରିକେଟରରୁ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ ଖାନଙ୍କ (Imran Khan) ତୃତୀୟ ପତ୍ନୀ ବୁଶ୍ରା ବିବି ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ଅତୀତରେ ମଧ୍ୟ ସେ ଗୁଣି ଗାରେଡ଼ି (Black Magic) କରିଥିବାର ଅଭିଯୋଗ ହୋଇଛି ।

(ଫାଇଲ ଫଟୋ)

Pakistan Political Crisis: ପାକିସ୍ତାନରେ ବର୍ତ୍ତମାନ ରାଜନୈତିକ ଭୂକମ୍ପ ଦେଖା ଦେଇଛି, କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ (Imran Khan) ଚେୟାର ବିପଦରେ ରହିଛି । ପାକିସ୍ତାନର ସଂସଦରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ (No-confidence motion) ଆଗତ କରାଯାଇଛି । ବର୍ତ୍ତମାନ ଏପ୍ରିଲ୍ ୩ ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ୍ ଗ୍ରହଣ ହେବ । ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବି (Bushra Bibi) ଇମ୍ରାନଙ୍କ ଚେୟାରକୁ ବଞ୍ଚାଇବା ପାଇଁ ଗୁଣି ଗାରେଡିକୁ (Black Magic) ବ୍ୟବହାର କରୁଛନ୍ତି । ବୁଶ୍ରାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଜିଅନ୍ତା କୁକୁଡ଼ାକୁ ଜାଳୁଛନ୍ତି ।

ବିରୋଧୀଦଳର ନେତା ଶାହବାଜ ସରିଫ ଦାବି କରିଛନ୍ତି ଯେ ବୁଶ୍ରା ବିବି ଗୁଣି ଗାରେଡି ଜାଣନ୍ତି । ସେ ଇମ୍ରାନ ଖାନଙ୍କ ଚେୟାରକୁ ଗୁଣି ଗାରେଡି ଦ୍ୱାରା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଇମ୍ରାନ ଖାନଙ୍କ ଘରେ ଟନ୍ ଟନ୍ ମାଂସ ପୋଡି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଯେଉଁଥିରେ ଜିଅନ୍ତା କୁକୁଡ଼ାମାନଙ୍କୁ ମଧ୍ୟ ପୋଡା ଯାଇଛି ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ପାକିସ୍ତାନରେ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ଇମ୍ରାନଙ୍କୁ ବାହାର କରିବା ପାଇଁ ଗଣିତ ସରଳ ଅଟେ । ପ୍ରଧାନମନ୍ତ୍ରୀ ଖାନଙ୍କୁ ବହିଷ୍କାର କରିବାକୁ ବିରୋଧୀଙ୍କୁ ୧୭୨ ସାଂସଦ ଦରକାର । ଜମ୍ହୁରି ୱତନ ପାର୍ଟିର ଶାହାଜାଇନ୍ ବଗି ରବିବାର ଦିନ ଶାସକ ଦଳରୁ ବାହାରକୁ ଯିବା ପାଇଁ ନିଷ୍ପତ୍ତି ନେବା ପରେ ସଂସଦର ୩୪୨ ସଦସ୍ୟ ବିଶିଷ୍ଟ ନିମ୍ନ ଗୃହରେ ଶାସକ ଦଳର ଶକ୍ତି ୧୭୮ ପର୍ଯ୍ୟନ୍ତ ପହଞ୍ଚିଛି । ଏହା ସହିତ ବିରୋଧୀ ଦଳର ୧୬୩ ସଦସ୍ୟଙ୍କ ସମର୍ଥନ ରହିଛି, ଯାହା ଆବଶ୍ୟକ ସଂଖ୍ୟାଠାରୁ ମାତ୍ର ୯ କମ୍ ଅଟେ । 

ସୋମବାର ଦିନ ଶାସକ ପାକିସ୍ତାନ-ତେହେରିକ-ଇ-ଇନସାଫ (PTI) ର ସହଯୋଗୀ ବାଲୁଚିସ୍ତାନ ଆୱାମୀ ପାର୍ଟି (BAP) ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧୀ ଦଳରେ ଯୋଗଦେବାକୁ ଘୋଷଣା କରିଛି । ଖାଲିଦ ମାଗାସୀ, ଇସରାଲ ତାରେନ, ଏହସାନୁଲ୍ଲା ରେକି ଏବଂ ରୁବିନା ଇରଫାନଙ୍କ ସମେତ ପାଞ୍ଚଜଣ ବିପି ସାଂସଦଙ୍କ ମଧ୍ୟରୁ ଚାରିଜଣ ବିରୋଧୀ ଦଳରେ ଯୋଗଦେବାକୁ ଘୋଷଣା କରିଛନ୍ତି । ଏହାର ଅର୍ଥ ହେଉଛି ଯେ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପାଇଁ କେବଳ ପାଞ୍ଚଜଣ ସାଂସଦ ପାର୍ଶ୍ୱ ପରିବର୍ତ୍ତନ କରିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: 'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ