ରେମିଡିସିଭିରର କଳାବଜାରୀ, ସରକାର ନେଇପାରନ୍ତି ଏଭଳି ପଦକ୍ଷେପ
Advertisement

ରେମିଡିସିଭିରର କଳାବଜାରୀ, ସରକାର ନେଇପାରନ୍ତି ଏଭଳି ପଦକ୍ଷେପ

କେନ୍ଦ୍ର ସରକାର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଲଗାଇ କୌଣସି ଔଷଧର ଦର ଉପରେ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି

ରେମିଡିସିଭିରର କଳାବଜାରୀ, ସରକାର ନେଇପାରନ୍ତି ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ କୋରୋନା(Corona Virus) ସଂକଟ ଗୁରୁତର ରୂପ ନେଉଥିବା ବେଳେ ଟିକା ପାଇଁ ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଲାଗି ପଡ଼ିଛନ୍ତି। ଏହି ସମୟରେ ରେମେଡିସିଭିର ଔଷଧ ବେଶ ଉପାଦେୟ ହୋଇଛି। ଲୋକମାନଙ୍କର ଭରସା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। କୋରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ରେମିଡ଼ିସିଭିରର ବ୍ୟବହାର ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। 

ସେପଟେ ରେମିଡ଼ିସିଭିରର ଚାହିଦା ବୃଦ୍ଧି କାରଣରୁ ଧୀରେ ଧୀରେ କଳାବଜାରୀ(Black Market) ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି କଳାବଜାରୀ ରୋକିବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରନ୍ତି। ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଦେଶରେ ଔଷଧର ଦର ଉପରେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରଟି ନିୟନ୍ତ୍ରଣ ରଖିଥାଏ। ଏପରିକି ଏହି ସଂସ୍ଥା ଦର ମଧ୍ୟ ଧାର୍ଯ୍ୟ କରିଥାଏ। ତେବେ ରେମିଡିସିଭିର ପାଇଁ ଧାର୍ଯ୍ୟ ହୋଇଥିବା ଦରରେ ସଂସ୍ଥା ହ୍ରାସ କରିବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୂତ୍ରରୁ କୁହାଯାଇଛି ଯେ, ଦର ହ୍ରାସ କରିବା ଫଳରେ ବଜାରକୁ ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ସପ୍ଲାଇ କରାଯାଇ ପାରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। 

ସେହିପରି ଦେଶରେ କୋରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଲଗାଇ କୌଣସି ଔଷଧର ଦର ଉପରେ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି। ମାତ୍ର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ରେମିଡିସିଭର ଔଷଧକୁ ଜୀବନରକ୍ଷା କାରୀ ବର୍ଗରେ ସ୍ଥାନ ମିଳିନପାରେ। କାରଣ ଏହା ଉପରେ ସରକାର ଦର ନିୟନ୍ତ୍ରଣ କରିଲେ, ବଜାରରେ ଏହାର ଦର ଆହୁରି ଅଧିକ ମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରିକି ବଜାରରେ କମ ମାତ୍ରାରେ ମଧ୍ୟ ଉପଲବ୍ଧ ହୋଇପାରେ। ଏପରିକି କଳାବଜାରୀ ଆହୁରି ଅଧିକ ମାତ୍ରାରେ ମଧ୍ୟ ବୃଦ୍ଧି ପାଇବା ନେଇ ସମ୍ଭାବନା ଦେଖାଦେଇଛି। 

ସୂଚନା ଯୋଗ୍ୟ ବର୍ତ୍ତମାନ ଔଷଧ ନିର୍ମାଣକାରୀ ସଂସ୍ଥା ହେଟେରୋ ଲ୍ୟାବ୍ସ ଓ ସିପ୍ଲା ଦେଶ ମଧ୍ୟରେ ଏହି ଔଷଧ ସପ୍ଲାଇ କରି ଆସୁଛନ୍ତି। ତେବେ ଏହି ଦୁଇଟି କମ୍ପାନୀ ଔଷଧ ସପ୍ଲାଇ କରୁଥିବାରୁ ଦେଶର ଅଧିକାଂଶ ଔଷଧ ଦୋକାନରେ ଔଷଧ ଉପଲବ୍ଧ ନାହିଁ। ସେପଟେ ଏହି ଔଷଧ କିନ୍ତୁ କଳାବଜାରୀ ହୋଇ ୧୦ ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି।