Advertisement
Article Detail0/zeeodisha/odisha709882

ବିଗ୍ ବିଙ୍କ ଘରକୁ ଗଲେ ବିଏମସି ଟିମ୍...

କୋରୋନା ସଂକ୍ରମିତ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ରହିଛି । ନାନାବତୀ ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି ।

ବିଗ୍ ବିଙ୍କ ଘରକୁ ଗଲେ ବିଏମସି ଟିମ୍...

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ(Amitabh Bachchan) ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ କୋରୋନା ସଂକ୍ରମିତ । ଏହା ସ୍ପଷ୍ଟ ହେବା ପରେ BMCର ଟିମ ଅମିତାଭ ବଚ୍ଚନଙ୍କ ନିବାସକୁ ସାନିଟାଇଜ କରିବାକୁ ଯାଇଛନ୍ତି । ଅମିତାଭ ବଚ୍ଚନଙ୍କ ନିବାସ 'ଜଲସା'କୁ ସାନିଟାଇଜ୍ କରାଯିବ । କେବଳ ଏତିକି ନୁହେଁ, ଆଖପାଖ ଅଞ୍ଚଳକୁ ବି ସାନିଟାଇଜ୍ କରିବେ ବିଏମସି ଟିମ୍ । 

କହିରଖୁଛୁ, କୋରୋନା ସଂକ୍ରମିତ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ରହିଛି । ନାନାବତୀ ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ଉଭୟଙ୍କ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖାଯାଇଛି । ତେବେ ଅମିତାଭ ବଚ୍ଚନ ନିଜ ଟ୍ୱିଟରରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଅପଡେଟ ଦେବେ ବୋଲି ମେଡିକାଲ ପକ୍ଷରୁ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି । 

ଅନ୍ୟପଟେ ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଓ ନାତୁଣି ଆରାଧ୍ୟା ବଚ୍ଚନ ମଧ୍ୟ କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇିଛି । ତେବେ ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି ।   

About the Author