)
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେସନ ବା ସିବିଏସଇ ଆଜି ତାର ପରୀକ୍ଷା ଫଳ ପ୍ରକାଶ କରିଛି। ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୟାଲ ଟ୍ୱିଟ କରି ଏନେଇ ସୂଚନା ଦେଇଥିଲେ। cbseresults.nic.in ଓ୍ୱେବସାଇଟରେ ପିଲାମାନେ ତାଙ୍କ ରେଜଲ୍ଟ ଦେଖିପାରିବେ ବୋଲି ସେ କହିଛନ୍ତି। ଏହା ସହିତ ସେ ପରୀକ୍ଷା ଫଳ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଚଳିତ ବର୍ଷ ସର୍ବାଭାରତୀୟ ସ୍ତରରେ ପାସ ହାର ୮୮.୭୮ ପ୍ରତିଶତ ରହିଛି। ତେବେ ଜୋନାଲ ଅନୁଯାୟୀ ତ୍ରିବେନ୍ଦ୍ରମ, ବେଙ୍ଗାଲୁରୁ ଓ ଚେନ୍ନାଇ ଶ୍ରେଷ୍ଠ ୩ଟି ସ୍ଥାନରେ ରହିଛନ୍ତି। ସେହିପରି ଦିଲ୍ଲୀ ଜୋନରେ ୯୪.୩୯ ପ୍ରତିଶତ ପାସହାର ରହିଥିବା ବେଳେ ଏହି ଜୋନରେ ଛାତ୍ରୀଙ୍କ ପାସ ହାର ୯୫.୧୫ ପ୍ରତିଶତ ରହିଛି। ସେହିପରି ଛାତ୍ରଙ୍କ ପାସହାର ଝିଅଙ୍କ ଠାରୁ ୫.୯୬ ପ୍ରତିଶତ ଅଧିକ ରହିଥିବା ସୂଚନା ମିଳିଛି।
ଏଠାରେ କହି ରଖୁଛୁ ଯେ ଦେଶରେ କୋରୋନା ଜୀବାଣୁ ସଂଖ୍ୟା ବୃଦ୍ଧି ହେତୁ CBSE ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡିଲା । ତେବେ, ଫଳାଫଳକୁ ଉନ୍ନତ କରିବାକୁ ଚାହୁଁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା ଏକ ଇଚ୍ଛାଧୀନ ପରୀକ୍ଷା କରିବ ବୋଲି ସିବିଏସ୍ଇ କହିଛି। ପରିସ୍ଥିତି ଅନୁକୂଳ ହେଲେ ଇଚ୍ଛାଧୀନ ପରୀକ୍ଷା କରାଯିବ।
ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ 18 ଲକ୍ଷ ଛାତ୍ର ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୨ ଲକ୍ଷ ଛାତ୍ର ପଞ୍ଜିକୃତ କରିଥିଲେ। ଛାତ୍ରମାନେ ସେମାନଙ୍କର ଡିଜିଟାଲ ମାର୍କସିଟ୍ ଅନଲାଇନରେ ପାଇ ପାରିବେ । ଛାତ୍ରମାନେ digilerer.gov.in ରେ digilLocker ସହିତ ସେମାନଙ୍କର ମାର୍କସିଟ୍ ଦେଖିପାରିବେ । ଡିଜି ଲକର ଆକାଉଣ୍ଟ ସୂଚନା CBSEରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ SMS ମାଧ୍ୟମରେ ଛାତ୍ରମାନଙ୍କୁ ପଠାଯାଇଛି । ଏହା ବ୍ୟତୀତ ଛାତ୍ରମାନେ ଉମଙ୍ଗ ଆପରେ ସେମାନଙ୍କର ଫଳାଫଳ ମଧ୍ୟ ଦେଖିପାରିବେ ।