ଏମିତି ନିଆଗଲା କୋରୋନା ରୋଗୀଙ୍କ ମୃତଦେହ

ଏପରି ସମ୍ବେଦନହୀନ ଘଟଣାକୁ ନେଇ ସଫେଇ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । 

ଏମିତି ନିଆଗଲା କୋରୋନା ରୋଗୀଙ୍କ ମୃତଦେହ
ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଅଟୋରେ କୋରୋନା ରୋଗୀଙ୍କ ମୃତଦେହ । ଗାଡ଼ିର ଉଭୟ ପାର୍ଶ୍ୱକୁ ମୃତଦେହ ଝୁଲିରହିଛି । ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ହେବା ପରେ ମେଡିକାଲରୁ ଏକ ଅଟୋରେ ତାଙ୍କର ମୃତଦେହ ସମାଧିସ୍ଥଳକୁ ନିଆଯାଇଛି । ତେଲେଙ୍ଗାନା ନିଜାମାବାଦ ସରକାରୀ ମେଡିକାଲରୁ ଆସିଛି ଏପରି ଘଟଣା । ତେବେ ଏପରି ସମ୍ବେଦନହୀନ ଘଟଣାକୁ ନେଇ ସଫେଇ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । 

ପୁରା ଘଟଣା ଏପରି । ନିଜାମାବାଦ ସରକାରୀ ମେଡିକାଲରେ ଜଣେ ୫୦ ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତଦେହକୁ କୌଣସି ଆମ୍ବୁଲାନ୍ସରେ ନୁହେଁ, ଏକ ଅଟୋରେ ସମାଧିସ୍ଥଳକୁ ନିଆଯାଇଥିଲା । ଏ ଘଟଣା ଗତ ଶୁକ୍ରବାର ଦିନର । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ଅନ୍ୟପଟେ ଏହାକୁ ନେଇ ସଫେଇ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ନିଜାମାବାଦ ସରକାରୀ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାଃ ନାଗେଶ୍ୱର ରାଓ କହିଛନ୍ତି, ''ମୃତକଙ୍କ ଜଣେ ସମ୍ପର୍କୀୟ ଏହି ମେଡିକାଲରେ କାମ କରନ୍ତି । ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ମୃତଦେହ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ସେ ଅନ୍ୟ ଜଣେ ମେଡିକାଲ କର୍ମଚାରୀଙ୍କ ସହାୟତାରେ ଏକ ଅଟୋରେ ମୃତଦେହ ନେଇଯାଇଥିଲେ ।''