Advertisement
Article Detail0/zeeodisha/odisha695701
Zee OdishaOdisha National-Internationalବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କଲେ ଆତ୍ମହତ୍ୟା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କଲେ ଆତ୍ମହତ୍ୟା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୁଶାନ୍ତ ସିଂ ରାଜପୁତଙ୍କ ଏହି ପଦକ୍ଷେପ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଛି ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ସେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୁଶାନ୍ତ ସିଂ ରାଜପୁତଙ୍କ ଏହି ପଦକ୍ଷେପ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଛି ।

ସୁଶାନ୍ତ ସିଂ ରାଜପୁତ 'କିସ୍ ଦେଶ ମେନ୍ ହେ ମେରା ଦିଲ୍' ନାମକ ଏକ ଟିଭି ସିରିୟଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ଏକତା କପୁରଙ୍କ ସିରିଏଲ 'ପବିତ୍ର ରିସ୍ତା'ରୁ ପରିଚୟ ମିଳିଥିଲା । ଏହା ପରେ ସୁଶାନ୍ତ ମଧ୍ୟ ଚଳଚ୍ଚିତ୍ର ପାଇବା ଆରମ୍ଭ କରିଥିଲେ । ସେ 'କାଇ ପେ ଛେ' ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ବାଣୀ କପୁର ଏବଂ ପରିନୀତି ଚୋପ୍ରାଙ୍କ ସହ 'ଶୁଦ୍ଧ ଦେଶୀ ରୋମାନ୍ସ'ରେ କାମ କରିଥିଲେ ।

ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି)ଙ୍କ ବାୟୋପିକରେ କାମ କରୁଥିବାବେଳେ ସୁଶାନ୍ତ ସିଂ ରାଜପୁତ ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଏହା ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ବହୁ ଚଳଚ୍ଚିତ୍ର ମିଳିବାକୁ ଲାଗିଥିଲା । ସେଥିମଧ୍ୟରୁ 'ଛିଛୋରେ', 'ସୋନଚିଡିଆ' ଏବଂ 'କେଦାରନାଥ' ଭଳି ଚଳଚ୍ଚିତ୍ର ପ୍ରମୁଖ ଅଟେ ।

Add Zee News as a Preferred Source
About the Author