ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
Trending Photos
)
ମୁମ୍ୱାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ବିଗ୍ ବି ଟ୍ୱିଟ୍ କରି କହିଛନ୍ତି ଯେ, "ମୁଁ କୋରୋନା ସଂକ୍ରମିତ ହୋଇଛି । ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଡାକ୍ତରଖାନାର ଅଧିକାରୀମାନେ ସୂଚନା ଦେଉଛନ୍ତି । ପରିବାର ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଛି । ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି । ସେମାନଙ୍କୁ ମୋର ନିବେଦନ ଏହା ଯେ ସେମାନେ ନିଜର ପରୀକ୍ଷା କରାନ୍ତୁ ।"
ଅମିତାଭ ବଚ୍ଚନ ମୁମ୍ବାଇରେ ରୁହନ୍ତି । ଯାହା ଏହି ମାରାତ୍ମକ କୋରୋନା ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ସହରଗୁଡିକର ତାଲିକାରେ ସାମିଲ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇରେ ୯୧,୭୪୫ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହାସହ ବର୍ତ୍ତମାନ ଯାଏ ୫,୨୪୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
My best wishes to you sir, wish you a speedy recovery! https://t.co/JfZoTwidOT
— Priyanka Chaturvedi (@priyankac19) July 11, 2020
ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମିତ ହେବାର ଖବର ଆସିବା ମାତ୍ରେ ତାଙ୍କ ସୁସ୍ଥ କାମନା ପାଇଁ ବାର୍ତ୍ତା ଆସିବା ଆରମ୍ଭ ହୋଇଯାଇଛି । ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି ।
ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଟ୍ୱିଟ୍ କରିଛନ୍ତି ...
We all wish and pray for your speedy recovery!
Get well soon @SrBachchan ji ! https://t.co/RX8FrWWDx9— Devendra Fadnavis (@Dev_Fadnavis) July 11, 2020