• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପାକିସ୍ତାନକୁ ଚେତାବନୀ! ମୁମ୍ବାଇ ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ହାଫିଜଙ୍କ ଘର ବାହାରେ ବିସ୍ଫୋରଣ, ୨ ମୃତ

ପାକିସ୍ତାନ ଯୁଗେ ଯୁଗେ ଆତଙ୍କବାଦକୁ ସମର୍ଥନ କରି ଆସିଛି। ମୁମ୍ବାଇ ଆକ୍ରମଣର ମାଷ୍ଟ଼ରମାଇଣ୍ଟ ହାଫିଜକୁ ବି ସଂରକ୍ଷଣ ଦେଇଛି। ଏବେ ତାଲିବାନ ସହ ମଧ୍ୟ ହାତ ମିଳାଇଛି। ସେପଟେ ଗତ କିଛି ମାସ ହେବେ ପାକିସ୍ତାନୀ ସେନାରେ ବିଦ୍ରୋହ ଦେଖାଦେଇଛି। 

ପାକିସ୍ତାନକୁ ଚେତାବନୀ! ମୁମ୍ବାଇ ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ହାଫିଜଙ୍କ ଘର ବାହାରେ ବିସ୍ଫୋରଣ, ୨ ମୃତ
ଡିଜାଇନ ଫଟୋ

ନୂଆଦିଲ୍ଲୀ: କ୍ଷୀର ଦେଇ ସାପ ପାଳିବା ପାକିସ୍ତାନକୁ ମହଙ୍ଗା ପଡିବାକୁ ଯାଉଛି। ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ଲାହୋରର ଜୋହର ଟାଉନସ୍ଥିତ ଘର ବାହାରେ ଏକ ବଡ଼ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆତଙ୍କୀ ହାଫିଜ ସଇଦଙ୍କ ଘର ବାହାରେ ହୋଇଥିବା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ନିକଟସ୍ଥ ଅନେକ ଘରେ ଝରକା ଓ କାନ୍ଥ ଭାଙ୍ଗି ଯାଇଥିଲା। କିଏ ଏହି ଆକ୍ରମଣ କରିଛି ଏବଂ କାହିଁକି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ବିସ୍ଫୋରଣ ସମୟରେ ସେହି ଘରେ ହାଫିଜ ନ ଥିଲେ ବୋଲି ସୂଚନା ମିଳିଛି। କିନ୍ତୁ ହାଫିଜ ସଇଦଙ୍କ ଘର ବାହାରେ ଏହା ପ୍ରଥମ ଆକ୍ରମଣ ନୁହେଁ, ଏହା ପୂର୍ବରୁ ମଧ୍ୟ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା।

Also Read: ଚୀନ କରୁଛି ଭୟଙ୍କର ପ୍ଲାନିଂ, ଗିରଫ ଅନୁପ୍ରବେଶକାରୀ କଲେ ବଡ଼ ଖୁଲାସା

 

ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥିବା ଅଞ୍ଚଳରେ ଅନେକ ଶୋ’ରୁମ୍, ବ୍ୟାଙ୍କ ଏବଂ ଡାକ୍ତରଖାନା ଅଛି। ଏହି ବିସ୍ଫୋରଣ ପୂର୍ବରୁ ଭଗବାନ୍ପୁରା ବିସ୍ଫୋରଣ ମାମଲାରେ ଏକ କଲ୍ ଆସିଥିଲା ଯାହା ଏକ ଫେକ୍ କଲ ବୋଲି ପ୍ରମାଣିତ ହୋଇଥିଲା। କିନ୍ତୁ ଏହା ପରେ ଜୋହର ଟାଉନ ଅଞ୍ଚଳରେ ବିସ୍ଫୋରଣ ଖବର ଆସିବା ପରେ ପୋଲିସ ଏହାକୁ ଏକ ଫେକ୍ କଲ ଭାବରେ ଗ୍ରହଣ କରିଥିଲା। କୁହାଯାଉଛି ଯେ ବିସ୍ଫୋରଣକାରୀମାନେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପାଇଁ ଜାଣିଶୁଣି ଏପରି କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ବିସ୍ଫୋରକ ସାମଗ୍ରୀକୁ ଏକ ବଡ ଗାଡିରେ ଅଣାଯାଇଥିଲା। ବିସ୍ଫୋରଣ ସ୍ଥାନରେ ଚାରି ଫୁଟ ଗଭୀର ଗାତ ହୋଇଯାଇଛି। ବିସ୍ଫୋରଣର ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ଏରିଆକୁ ସିଲ୍ କରି ପୋଲିସ ତଦନ୍ତ ଚଳାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ବିସ୍ଫୋରଣର ଦାୟୀତ୍ୱ ନେଇ ନାହାନ୍ତି। ଅନ୍ୟପଟେ ଗ୍ୟାସ ପାଇପଲାଇନରୁ ଏହି ବିସ୍ଫୋରଣ ହୋଇଥିବା ନେଇ ଚର୍ଚ୍ଚା ଚାଲିଛି।

Also Read: ଓଲଟା ଗୋଡ଼ ସହ ଜନ୍ମ ହେଲା ଶିଶୁକନ୍ୟା, ମାଆ କରିଦେଲେ ଏପରି କାଣ୍ଡ

 

ସୂଚନାଯୋଗ୍ୟ, ପାକିସ୍ତାନ ଯୁଗେ ଯୁଗେ ଆତଙ୍କବାଦକୁ ସମର୍ଥନ କରି ଆସିଛି। ମୁମ୍ବାଇ ଆକ୍ରମଣର ମାଷ୍ଟ଼ରମାଇଣ୍ଟ ହାଫିଜକୁ ବି ସଂରକ୍ଷଣ ଦେଇଛି। ଏବେ ତାଲିବାନ ସହ ମଧ୍ୟ ହାତ ମିଳାଇଛି। ସେପଟେ ଗତ କିଛି ମାସ ହେବେ ପାକିସ୍ତାନୀ ସେନାରେ ବିଦ୍ରୋହ ଦେଖାଦେଇଛି। ଲଗାତାର ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି। ଏହାକୁ ବିରୋଧ କରୁଥିବା ଯବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ନିକଟରେ କିଛି ସେନାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଥିଲା। ତେବେ ସେମାନେ ପ୍ରତିଶୋଧ ପରାୟଣ ହୋଇ କିମ୍ବା ଇମ୍ରାନ ସରକାରଙ୍କୁ ଚେତାଇ ଦେବାପାଇଁ ଏପରି ବିସ୍ଫୋରଣ କରିଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଇଛି।