Advertisement
Article Detail0/zeeodisha/odisha761251
Zee OdishaOdisha National-Internationalରିୟାଙ୍କୁ ଜେଲ ନା ବେଲ? ଆଜି ଫଇସଲା

ରିୟାଙ୍କୁ ଜେଲ ନା ବେଲ? ଆଜି ଫଇସଲା

ଆଜି ଆସିବ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ରାୟ। ସେ ଜେଲରୁ ମୁକୁଳିବେ ନା ପାଣି ବିଚାର ବିଭାଗୀୟ ହାଜତରେ ରହିବି ତାର ଫଇସଲା କରିବେ ବମ୍ବେ ହାଇକୋର୍ଟ।

 

ରିୟାଙ୍କୁ ଜେଲ ନା ବେଲ? ଆଜି ଫଇସଲା

ନୂଆଦିଲ୍ଲୀ: ଡ୍ରଗ୍ସ ଡିଲ ମାମଲାରେ ଗିରଫ ହୋଇ ମାସେ ହେବ ଜେଲରେ ଅଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଆଜି ବମ୍ବେ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନର ରାୟ ପ୍ରକାଶ ପାଇବ। ଯଦି କୋର୍ଟ ପୂର୍ବ ରାୟ ସଂରକ୍ଷିତ ରଖିନ୍ତି ତେବେ ରିୟା ପୁଣି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯିବେ।

ଗତକାଲି ରିୟା ଓ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ହାଜତ ମିଆଦି ସରିଛି। ସ୍ୱତନ୍ତ୍ର କୋର୍ଟ ଏହାକୁ ଆହୁରି ୧୪ ଦିନ ବୃଦ୍ଧି କରିଛନ୍ତି। ସେପଟେ ରିୟା ଓ ସୌଭିକ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛିନ୍ତି। କୋର୍ଟ ପୂର୍ବ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଜାମିନର ଫଇସଲା କରିବେ।

ଅନ୍ୟପଟେ ରିୟାଙ୍କ ସପକ୍ଷରେ ଅଭିଯାନ ଚଳାଇଛି ବଲିଉଡ। ତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଅନଲାଇନରେ ଅଣ୍ଟା ଭିଡିଛନ୍ତି କଳାକାର। ସ୍ୱରା ଭାସ୍କର, ଅନୁଭବ ସିହ୍ନା, କନିକା ଡିଲୋନ ପରି ସେଲିବ୍ରିଟିମାନେ ରିୟାଙ୍କୁ ଛାଡିବାକୁ ଟ୍ୱିଟରେ ଦାବି କରିଛନ୍ତି। ସେପଟେ ଜେଲରେ ହିଁ ଏନସିବି ସୌଭିକର ବୟାନ ରେକ୍ରଡ କରାଯାଇଛି।

Add Zee News as a Preferred Source
About the Author