ପି ଚିଦାମ୍ବରମ୍ ଆହୁରି କହିଛନ୍ତି ଯେ, ତେଣୁ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ଦ୍ୱାରା ତା'ର କୌଣସି କ୍ଷତି ହେବ ନାହିଁ । ଯେତେବେଳେ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସେ । ସେତେବେଳେ ବହଷ୍କାର ଭଳି କଥା ଆସିବା ଉଚିତ୍ ନୁହେଁ ।
Trending Photos
)
ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ, ଆମକୁ ଯଥାଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ପଡିବ । କିନ୍ତୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ସମ୍ପର୍କ ମଧ୍ୟ ଶେଷ କରିପାରିବା ନାହିଁ । ଭାରତକୁ ଚାଇନାର ସାମଗ୍ରୀର ବହିଷ୍କାର କରିବାର ଆବଶ୍ୟକତା ନାହିଁ । ତାକୁ ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଅଂଶ ରହିବାକୁ ପଡ଼ିବ । ଚୀନ ସହିତ ଭାରତର ବାଣିଜ୍ୟ ସମ୍ପର୍କ ଯାହା ବି ହେଉ, ଏହା ଚୀନ୍ର ବିଶ୍ୱ ବାଣିଜ୍ୟର ଏକ ଅଂଶ ।
So boycotting Chinese goods will not hurt the China's economy. We should not bring issues like boycott when we are discussing very grave matters like the defence of India: Congress leader P Chidambaram (2/2) https://t.co/S1kVyP269J
— ANI (@ANI) June 20, 2020
ପି ଚିଦାମ୍ବରମ୍ ଆହୁରି କହିଛନ୍ତି ଯେ, ତେଣୁ ଚାଇନାର ସାମଗ୍ରୀକୁ ବହିଷ୍କାର କରିବା ଦ୍ୱାରା ତା'ର କୌଣସି କ୍ଷତି ହେବ ନାହିଁ । ଯେତେବେଳେ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସେ । ସେତେବେଳେ ବହଷ୍କାର ଭଳି କଥା ଆସିବା ଉଚିତ୍ ନୁହେଁ ।
ଏଥି ସହିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିଛନ୍ତି ଯେ ଭାରତୀୟ ଅଞ୍ଚଳରେ କେହି ପ୍ରବେଶ କରିନାହାଁନ୍ତି । କଂଗ୍ରେସ ନେତା ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଓ ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ବୟାନରେ ଏକ ବିରୋଧାଭାଷ ରହିଛି । ଚିଦାମ୍ବରମ୍ କହିଛନ୍ତି ଯେ ଯଦି କୌଣସି ଚୀନ୍ ସୈନିକ ସୀମା ପାର ହୋଇ ନଥାନ୍ତେ । ତେବେ ମେ ୫ ଓ ୬ରେ କାହିଁକି ସଂଘର୍ଷ ହୋଇଥିଲା । ସେହିପରି ଜୁନ ୫ ଓ ୬ରେ କମାଣ୍ଡରଙ୍କ ବୈଠକ କେଉଁ ପ୍ରସଙ୍ଗରେ ହୋଇଥିଲା ।
ଆପଣଙ୍କୁ କହିରଖୁଛୁ ଯେ, ପି ଚିଦାମ୍ବରମ ସମେତ କଂଗ୍ରେସର ସମସ୍ତ ନେତା ଲଦାଖ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି । ଆଜି ମଧ୍ୟ ରାହୁଲ ଗାନ୍ଧୀ ଦୁଇଟି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣିଥରେ କହିଛନ୍ତି ଯେ, ଭାରତୀୟ ସୈନିକମାନେ ପରାକ୍ରମ ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ବିହାର ରେଜିମେଣ୍ଟର ସୈନିକମାନଙ୍କ ପାଇଁ ପ୍ରତ୍ୟେକ ବିହାରୀ ଗର୍ବିତ ।