କେନ୍ଦ୍ରୀୟ ଦିଲ୍ଲୀର ଡିସିପି ସଞ୍ଜୟ ଭାଟିଆଙ୍କ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପଟେଲ ନଗର ସ୍ଥିତ ପ୍ରେମ ନଗର ଅଞ୍ଚଳର ଜଗଦୀଶ ଲାଲା ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତରେ ୬ ଜଣ ଯୁବକ ମଦ୍ୟପାନ କରୁଥିଲେ ।
Trending Photos
)
ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଦିଲ୍ଲୀରେ ଥମୁନି ଅପରାଧ । ଦିଲ୍ଲୀର ପଟେଲ ନଗର ସ୍ଥିତ ପ୍ରେମ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ଘର ଛାତ ଉପରେ ୬ ଜଣ ଯୁବକ ମଦ ପିଉଥିଲେ । ଜଣେ ପଡ଼ୋଶୀ ଏହାର ଅଭିଯୋଗ ଘର ମାଲିକଙ୍କୁ କରିବାରୁ ମଦୁଆ ଯୁବକମାନେ ମିଳିତ ଭାବେ ଅଭିଯୋଗକାରୀଙ୍କୁ ହତ୍ୟା କରିଛନ୍ତି । ଏହାସହ ଯୁବକଙ୍କ ଆକ୍ରମଣରେ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ 2 ଜଣଙ୍କୁ ଆହତ ହୋଇଛନ୍ତି ।
କେନ୍ଦ୍ରୀୟ ଦିଲ୍ଲୀର ଡିସିପି ସଞ୍ଜୟ ଭାଟିଆଙ୍କ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପଟେଲ ନଗର ସ୍ଥିତ ପ୍ରେମ ନଗର ଅଞ୍ଚଳର ଜଗଦୀଶ ଲାଲା ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତରେ ୬ ଜଣ ଯୁବକ ମଦ୍ୟପାନ କରୁଥିଲେ । ଏହି ସମୟରେ ୪୦ ବର୍ଷୀୟ ପଡ଼ୋଶୀ କୃଷ୍ଣ ସାହୁ ଘର ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଏହି ଲୋକମାନେ କିପରି ଲକଡାଉନ ବେଳେ ଛାତ ଉପରେ ବସି ମଦ୍ୟପାନ କରୁଛନ୍ତି । ଏହି ବିଷୟକୁ ନେଇ ଝଗଡା ଆରମ୍ଭ ହୋଇଥିଲା ।
ଅଭିଯୋଗ ହୋଇଛି ଯେ ସମସ୍ତ ୬ ଜଣ ଯୁବକ ଲୁହା ରଡ, ଛୁରୀ ଏବଂ ଲାଠି ଧରି ଘର ବାହାରେ ଠିଆ ହୋଇଥିବା କୃଷ୍ଣ ସାହୁଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏହାର ଜବାବରେ କୃଷ୍ଣ ସାହୁ ମଧ୍ୟ ଅଭିଯୁକ୍ତଙ୍କୁ ପିଟି ଥିଲେ । କିନ୍ତୁ ଏହି ଝଗଡ଼ାରେ ଜଣେ ଯୁବକ କୃଷ୍ଣ ସାହୁଙ୍କୁ ଛୁରୀରେ ହତ୍ୟା କରିଥଲା ।
ଅଭିଯୁକ୍ତମାନେ ମଧ୍ୟ କୃଷ୍ଣ ସାହୁଙ୍କ ପୁଅ ସୁଜିତ ଏବଂ ଶଳା ଲକ୍ଷ୍ମଣଙ୍କୁ ଛୁରୀରେ ଆକ୍ରମଣ କରି ଆହତ କରିଛନ୍ତି । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅବଶିଷ୍ଟ ଅଭିଯୁକ୍ତଙ୍କ ତଲାସୀ ଜାରି ରହିଛି । ପୋଲିସ ବର୍ତ୍ତମାନ ତାଙ୍କ ବୟସ ଯାଞ୍ଚ କରୁଛି ।