ଏହି ଦେଶରେ Corona ମୃତ୍ୟୁକୁ ନେଇ ରାଷ୍ଟ୍ରପତିଙ୍କ ନାଁରେ ଦାୟର ହେବ ଅପରାଧିକ ମାମଲା !
Advertisement

ଏହି ଦେଶରେ Corona ମୃତ୍ୟୁକୁ ନେଇ ରାଷ୍ଟ୍ରପତିଙ୍କ ନାଁରେ ଦାୟର ହେବ ଅପରାଧିକ ମାମଲା !

Calheiros କହିଛନ୍ତି ଯେ ବୋଲସନାରୋଙ୍କ ସହ ତାଙ୍କ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ Eduardo Pazuello ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହେବାର ସମ୍ଭାବନା ରହିଛି।

ଏହି ଦେଶରେ Corona ମୃତ୍ୟୁକୁ ନେଇ ରାଷ୍ଟ୍ରପତିଙ୍କ ନାଁରେ ଦାୟର ହେବ ଅପରାଧିକ ମାମଲା !

ବ୍ରାଜିଲ: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଦେଶରେ କୋରୋନା ଭାଇରସ ମହାମାରୀର ମୁକାବିଲା କରିବାରେ ବିଫଳ ହୋଇଥିବାରୁ ୧୧ ଟି ଅପରାଧିକ ମାମଲା ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ଗଠିତ ପ୍ୟାନେଲର ମୁଖ୍ୟ ସିନେଟର ରେନାନ କାଲହିରୋସ ଏହି ସୂଚନା ଦେଇଛନ୍ତି।

Renan Calheiros  ଏକ ସାକ୍ଷାତକାରରେ କହିଛନ୍ତି ଯେ ଦେଶର ଜନସଂଖ୍ୟା ବିରୋଧରେ ଜନଶୁଣାଣି, ଜନସାଧାରଣଙ୍କ ପାଣ୍ଠିର ଅନିୟମିତତା ବ୍ୟବହାର, ପରିମଳ ବ୍ୟବସ୍ଥା ଉଲ୍ଲଂଘନ, ଅପରାଧ ବନ୍ଦ କରିବା ଏବଂ ବ୍ୟକ୍ତିଗତ ଡକ୍ୟୁମେଣ୍ଟ ଜାଲିଆତି ଭଳି ଅନୁସନ୍ଧାନ କମିଟି ଜାୟର ବୋଲସନାରୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛି। Calheiros କହିଛନ୍ତି ଯେ ବୋଲସନାରୋଙ୍କ ସହ ତାଙ୍କ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ Eduardo Pazuello ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହେବାର ସମ୍ଭାବନା ରହିଛି।

Also Read: Coal Crisis ବେଳେ କାହିଁକି ଚର୍ଚ୍ଚାକୁ ଆସିଲେ Shah Rukh Khan

ସିନେଟ ଅନୁସନ୍ଧାନ ପ୍ୟାନେଲର ଏହି ରିପୋର୍ଟ ଆସନ୍ତା ମଙ୍ଗଳବାର ଦିନ ପ୍ରକାଶ ପାଇବ। ଏହା ପରେ ରାଷ୍ଟ୍ରପତି Jair Bolsonaro ଏବଂ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ମାମଲା ସୁପାରିଶ କରାଯିବ କି ନାହିଁ ତାହା ଉପରେ ପ୍ୟାନେଲର ସଦସ୍ୟମାନେ ଭୋଟ୍ ଦେବେ। ଭୋଟ୍ ଦେବା ପରେ ରିପୋର୍ଟ ଦେଶର ଆଟର୍ଣ୍ଣି ଜେନେରାଲ୍ କାର୍ଯ୍ୟାଳୟକୁ ପଠାଯିବ। ଏହି ରିପୋର୍ଟରେ ସୁପାରିଶ କରାଯାଇଥିବା ପରି ସେମାନେ କାର୍ଯ୍ୟ ସହିତ ଅଗ୍ରଗତି କରିବେ । 

Also Read: LPG ସିଲିଣ୍ଡର ବୁକ୍ କରି ପାଆନ୍ତୁ ୨୭ଶହ ଟଙ୍କାର Cash Back, ଜାଣନ୍ତୁ କେମିତି କରିବେ Booking

ଏହି ରିପୋର୍ଟ ଆଧାରରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବ। କିନ୍ତୁ ଏଥିପାଇଁ ସେମାନଙ୍କୁ ସଂସଦ (Parliament)ର ନିମ୍ନ ଗୃହରୁ ଏକ ଅନୁରୋଧ ପତ୍ର ପାଇବାକୁ ପଡିବ । ସାଂସଦମାନେ କହିଛନ୍ତି ଯେ ବ୍ରାଜିଲର ନିମ୍ନ ଗୃହ ଦ୍ୱାରା ଏପରି ଅନୁରୋଧ ପତ୍ରର ସମ୍ଭାବନା ଅତ୍ୟନ୍ତ କମ୍ ।

Also Read: ଆସିଲା Good News, ପୁଣିଥରେ ବାପା ହେବାକୁ ଯାଉଛନ୍ତି MS Dhoni

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ରାଷ୍ଟ୍ରପତି ଜାୟର ବୋଲସନାରୋ (Jair Bolsonaro) ତାଙ୍କ ଦୁର ଦୃଷ୍ଟିକୋଣ ପାଇଁ ବେଶ୍ ଜଣାଶୁଣା, ହେଲେ ଆରମ୍ଭରୁ କୋରୋନା ଭାଇରସକୁ ସେ ହାଲୁକା ଭାବରେ ଗ୍ରହଣ କରିଆସିଲେ। ସେ ଦେଶରେ ଲକଡାଉନ ପଦକ୍ଷେପ ବିରୋଧରେ କହିଥିଲେ ଏବଂ କୋରୋନା ଟିକାକୁ ପରିହାସ କରିଥିଲେ। ମାସ୍କ ପିନ୍ଧିବାକୁ ମଧ୍ୟ ସେ ବିରୋଧ ଜାରି ରଖିଥିଲେ। ଏହାର ଫଳ ସ୍ୱରୂପ, ଚଳିତ ବର୍ଷ ଜୁଲାଇରେ ସେ ନିଜେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

Also Read: PM Shram Yogi Man Dhan Yojna: ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୩୬,୦୦୦ ଟଙ୍କା

ତାଙ୍କର ଜିଦ୍‌ ମନୋଭାବ ହେତୁ ବ୍ରାଜିଲ (Brazil) ର ପ୍ରାୟ ୬ ଲକ୍ଷ ଲୋକ କୋରୋନାରେ ପ୍ରାଣ ହରାଇଲେ। ଆମେରିକା ପରେ ବ୍ରାଜିଲ ବିଶ୍ୱର ଦ୍ୱିତୀୟ ଦେଶ ଯିଏକି ଏତେ ସଂଖ୍ୟକ କୋରୋନାରେ ମୃତ୍ୟୁବରଣ କରିଛନ୍ତି । କୋରୋନା ଭାଇରସର ଖରାପ ପରିଚାଳନା ହେତୁ ଦେଶରେ ତାଙ୍କର ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି। ଥରେ ଯେତେବେଳେ ତାଙ୍କୁ ଦେଶରେ କୋରୋନା ମୃତକଙ୍କ ସଂଖ୍ୟା ପଚରାଗଲା, ସେ କହିଥିଲେ ଯେ ସେ ଏପରି ପ୍ରଶ୍ନର ଉତ୍ତର ଦେଇ ସେ Bore ହେବାକୁ ଚାହାଁନ୍ତି ନାହିଁ ।