ଫୁଟବଲ କିମ୍ବଦନ୍ତୀ ରୋନାଲଡିନୋ କରୋନା ପଜିଟିଭ୍
Advertisement

ଫୁଟବଲ କିମ୍ବଦନ୍ତୀ ରୋନାଲଡିନୋ କରୋନା ପଜିଟିଭ୍

ପୁର୍ବତନ ବ୍ରାଜିଲ ଷ୍ଟ୍ରାଇକର ରୋନାଲଡିନୋ ଗାଇଚୋଙ୍କୁ କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। 

ରୋନାଲଡିନୋ

ବ୍ରାଜିଲ: ଫୁଟବଲ ଜଗତରେ ମାଡିଚାଲିଛି କୋରୋନା ଚେର। କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି କିମ୍ବଦନ୍ତୀ ଫୁଟବଲ ଷ୍ଟାର ରୋନାଲଡିନୋ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି। 

ପୂର୍ବତମ ବାର୍ସେଲୋନା ମିଡଫିଲଡର ରୋନାଲଡିନୋ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ ନିଜେ କୋରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି। ରୋନାଲଡିନୋ କହିଛନ୍ତି ଯେ, ତାଙ୍କ ଦେହରେ କୋରୋନାର କୌଣସି ଲକ୍ଷଣ ନଥିଲା। କିନ୍ତୁ କୋଭିଡ ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ବାହାରିଛି। ସେ ବର୍ତ୍ତମାନ ସୁସ୍ଥ ଓ ବେଲୋ ହରିଜୋଣ୍ଟେ ହୋଟେଲରେ ସଙ୍ଗରୋଧ ଅଛନ୍ତି। 

ଏବେ ତାଙ୍କଠାରେ ଅଳ୍ପଅଳ୍ପ ଲକ୍ଷଣ ଦେଖା ଦାଲାଣି। ଏବାବଦରେ ରୋନାଲଡିନ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ଅବଗତ କରାଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ସହ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନହେବା ପର୍ଯ୍ୟନ୍ତ ଲୋକଙ୍କ ସଂସ୍ପର୍ଷରେ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। 

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ରୋନାଲଡିନୋ ଜାଲ ପାସପୋର୍ଟ ମାମଲାରେ ପାରାଗୁଏରେ ଗିରଫ ହୋଇଥିଲେ। ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ପ୍ରାୟ ମାସେ ଜେଲରେ ରହିବାକୁ ପଡିଥିଲା। ପରେ ଅବଶିଷ୍ଟ ଚାରି ମାସ ହୋଟେଲରେ ନଜର ବନ୍ଦୀ ରହି ଅଗଷ୍ଟରେ ବ୍ରାଜିଲକୁ ଫେରିଥିଲେ। ବ୍ରାଜିଲରେ କୋରୋନା ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି। ଆମେରିକା ପରେ କୋରୋନା ପ୍ରଭାବିତ ଦେଶ ମଧ୍ୟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି।